Advertisment

‘କିଛି ନଜାଣି ମୋତେ ବଦନାମ କଲେ, ମୋ ଛୁଆର ଲୁହ ପଡ଼ିବ’

କ୍ୟାପିଟାଲ ହସ୍ପିଟାଲରେ ଗଣମାଧ୍ୟମ ଆଗରେ ଆସି ସେ ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି। ମୁଁ କାହାକୁ ଛାଡ଼ିବିନି ବୋଲି ଚେତାବନୀ ଦେଇଛନ୍ତି ଅର୍ଚ୍ଚନା ନାଗ। ସବୁ ଗୁମର ଖୋଲିବ, ମୁଁ କାହାକୁ ଛାଡ଼ିବିନି କହିଲେ ଅର୍ଚ୍ଚନା।

author-image
Manoranjan Behera
ଅଦ୍ୟତନ ହୋଇଛି
Archana nag's Explosive Statement

Archana Nag

ବିସ୍ଫୋରକ ବୟାନ ଦେଲେ  ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ। କହିଲେ, ମୁଁ ଯେତେବେଳେ କହିବି, ସାରା ରାଜ୍ୟ ପରିବର୍ତ୍ତନ ହୋଇଯିବ। କ୍ୟାପିଟାଲ ହସ୍ପିଟାଲରେ ଗଣମାଧ୍ୟମ ଆଗରେ ଆସି ସେ ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି। ମୁଁ କାହାକୁ ଛାଡ଼ିବିନି ବୋଲି ଚେତାବନୀ ଦେଇଛନ୍ତି ଅର୍ଚ୍ଚନା ନାଗ। ସବୁ ଗୁମର ଖୋଲିବ, ମୁଁ କାହାକୁ ଛାଡ଼ିବିନି କହିଲେ ଅର୍ଚ୍ଚନା। ଶ୍ରଦ୍ଧାଞ୍ଜଳିର କଲ୍ ଡିଟେଲ୍ସ ରେକର୍ଡ ଯାଞ୍ଚ କରାଯାଉ। ମୋ ପାଟି ବନ୍ଦ କରି ମୋତେ ସେମାନେ ଆରେଷ୍ଟ କଲେ। ମୁଁ ପ୍ରେସମିଟ୍ କରିଥାନ୍ତି, ମୁଁ କଣ ଆତଙ୍କବାଦୀ ବୋଲି ଅର୍ଚ୍ଚନା ନାଗ ପ୍ରଶ୍ନ କରିଛନ୍ତି।

Advertisment

ସେ ଆହୁରି କହିଛନ୍ତିଯେ, ଏହି ବ୍ଲାକମେଲିଂ ଘଟଣାରେ କିଏ କିଏ ସବୁ ସଂପୃକ୍ତ ଅଛନ୍ତି ସବୁର ଖୁଲାସା କରିବି। ନେତା, ମନ୍ତ୍ରୀ କି ଆଉ କିଏ ହୁଅନ୍ତୁ, ସବୁ ଖୋଲି ଦେବି। ତେବେ ଶ୍ରଦ୍ଧାଞ୍ଜଳି ପ୍ରସଙ୍ଗରେ ଅର୍ଚ୍ଚନା କହିଛନ୍ତି, ଯଦି ସତସାହସ ଅଛି ସେ ତୁରନ୍ତ ସାମ୍ନାକୁ ଆସୁ। ତେବେ ମୋଟାମୋଟି ଭାବେ ତାଙ୍କୁ ଏଥିରେ ଫସାଇ ଦେଇ ଅନ୍ୟମାନେ ଖସିଯିବାକୁ ଉଦ୍ୟମ କରୁଥିବା ସେ ଅଭିଯୋଗ କରିଛନ୍ତି। ତେବେ ସେ କାହାକୁ ଛାଡ଼ିବେ ନାହିଁ ବୋଲି ସଫା ସଫା ଶୁଣାଇଦେଇଛନ୍ତି।

ଅଧିକ ପଢ଼ନ୍ତୁ: '୩୦ ମିନିଟ୍‌ ସମୟ ଦିଅନ୍ତୁ, ମୁଁ ସବୁ ପ୍ରମାଣ ଦେଇଦେବି'- ଅର୍ଚ୍ଚନା ନାଗ

Advertisment

କିଛି ନଜାଣି ମୋତେ ବଦନାମ କଲେ, ମୋ ଛୁଆର ଲୁହ ପଡ଼ିବ। ମୁଁ ସମୟକୁ ଅପେକ୍ଷା କରିଛି, ଇଡି ତଦନ୍ତ କରୁ। ଯେତେ ବଡ଼ ବଡ଼ ତଦନ୍ତକାରୀ ସଂସ୍ଥା ଆସନ୍ତୁ, ମୁଁ ପ୍ରସ୍ତୁତ। ମୁଁ ଇଡିକୁ ଅପେକ୍ଷା କରିଥିଲି, ମୁହଁ ଖୋଲିବାକୁ ସୁଯୋଗ ମିଳିବ। କିଏ କିଏ ସବୁ ସଂପୃକ୍ତ ଅଛନ୍ତି, ସବୁ ପ୍ରମାଣ ଦେଖାଇବି ବୋଲି ସେ କହିଛନ୍ତି।

ମୋତେ ସଫିସିଏଣ୍ଟ ସମୟ ଦରକାର, ୩୦ ମିନିଟ୍ ଦରକାର। ମୋତେ ଫସାଇ ଦେଇଛନ୍ତି, ତଥ୍ୟ ପ୍ରମାଣ ସହ ସବୁ ଦେବି। ମୁଁ କାହାକୁ ଛାଡ଼ିବିନି ବୋଲି ଅର୍ଚ୍ଚନା ନାଗ ଚେତାବନୀ ଦେବା ସହ ସମସ୍ତେ ପଣସ ଖାଇ ତାଙ୍କ ମୁଣ୍ଡରେ ଅଠା ବୋଳିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏଥି ସହ ସେ ଇଡି ତଦନ୍ତକୁ ସ୍ୱାଗତ କରିବା ସହ ସମୟକୁ ଅପେକ୍ଷା କରିଥିବା କଥା କହିଛନ୍ତି।

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗକୁ ଆଜିଠାରୁ ରିମାଣ୍ଡରେ ନେଇ ପଚରାଉଚରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଅର୍ଚ୍ଚନାକୁ ୭ ଦିନ ରିମାଣ୍ଡରେ ନେବାକୁ ଇଡିକୁ ଅନୁମତି ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ କୋର୍ଟ। ରିମାଣ୍ଡରେ ନେଇ ୧୩ ତାରିଖରେ ହାଜର କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ୧୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ଇଡି। ହେଲେ କେବଳ ୭ ଦିନ ପାଇଁ ଅନୁମତି ମିଳିଛି।

ରିମାଣ୍ଡ ବେଳେ ଇଡି ଅର୍ଚ୍ଚନାଙ୍କୁ ମୁଖ୍ୟତଃ ଏହି ୫ଟି ପ୍ରଶ୍ନ କରିପାରେ:

(୧) ଅଳ୍ପ ସମୟରେ ଏତେ ସମ୍ପତ୍ତି କେମିତି କଲେ?

(୨) ଦାମୀ କାର୍ କିଣିବାକୁ କେଉଁଠୁ ଆଣିଛନ୍ତି ଟଙ୍କା?

(୩) ବ୍ୟବସାୟୀ, ପ୍ରଯୋଜକଙ୍କଠୁ କେତେ ଟଙ୍କା ନେଇଛନ୍ତି?

(୪) ବ୍ଲାକମେଲିଂ ଜରିଆରେ କେତେ ଅର୍ଜିଛନ୍ତି?

(୫) କଳା ସାମ୍ରାଜ୍ୟ ପଛରେ ଆଉ କିଏ?

ଗତକାଲି କୋର୍ଟରେ ହାଜର ବେଳେ ପୋଲିସ ବିରୋଧରେ ଗର୍ଜିଥିବା ଅର୍ଚ୍ଚନା ସବୁ ଗୁମର ଖୋଲିପାରେ ବୋଲି ଚର୍ଚ୍ଚା ହେଉଛି। ଝାରପଡ଼ା ଜେଲ୍‌ରୁ ହାଜର ପାଇଁ ଖୋର୍ଦ୍ଧା ଜିଲ୍ଲା ଦୌରାଜଜଙ୍କ କୋର୍ଟକୁ ଅଣାଯାଇଥିଲା ଅର୍ଚ୍ଚନାକୁ। ଇଡ଼ିର ପ୍ରଡ଼କ୍ସନ ପିଟିସନ୍ ଫାଇଲ୍ ଆଧାରରେ କୋର୍ଟରେ ଅର୍ଚ୍ଚନାକୁ ପ୍ରଡ୍ୟୁସ୍ କରାଯାଇଥିଲା।ପ୍ରଡ଼କ୍ସନବେଳେ କୋର୍ଟ ଭିତରେ କାନ୍ଦିଥିଲା ଅର୍ଚ୍ଚନା। ସେପଟେ ଇଡ଼ି ଫାଇଲ୍‌ରେ ଅଭିଯୁକ୍ତ ଥିବା ଅର୍ଚ୍ଚନାର ସ୍ବାମୀ ଜଗବନ୍ଧୁ। ଆସନ୍ତାକାଲି କୋର୍ଟରେ ହାଜର ହେବ। ତାକୁ ବି ରିମାଣ୍ଡରେ ନେଇପାରେ ଇଡ଼ି। କୋର୍ଟଙ୍କ ଅନୁମତି ମିଳିଲେ ନାଗ-ଚାନ୍ଦ ଦଂପତିକୁ ଇଡ଼ି ସାମ୍ନାସାମ୍ନି ଜେରା କରିପାରେ।

ED Lady Blackmailer Archana Nag
Advertisment
Advertisment