• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏମିତି ବି ଥାନ୍ତି ଠକ । ଦୁଃଖ ବେଳେ ବି ଖୋଜନ୍ତି ନିଜର ଫାଇଦା । କାହାକୁ କେମିତି ଠକିବେ, ସେହି କଥା କରନ୍ତି ଚିନ୍ତା । ଏମିତି ଏକ ଘଟଣା ଏବେ ବାଲେଶ୍ୱର ବାହାନଗାରୁ ସାମ୍ନାକୁ ଆସିଛି । ବିରାଟ ଟ୍ରେନ୍‌ ଦୁର୍ଘଟଣାରେ ଶହ ଶହ ଲୋକଙ୍କ ଜୀବନ ଚାଲିଯିବା ସହ ଅନେକ ପରିବାର ଆଜି ଉଜୁଡ଼ିଯାଇଛି । ସାରା ଦେଶ ଏଥିପାଇଁ ଲୁହ ଗଡ଼ାଉଛି । ବିଦେଶରୁ ବି ଲୋକେ ଦୁଃଖ ପ୍ରକାଶ କରୁଛନ୍ତି । ଜୁଆଡ଼େ ଦେଖିବ ଶହ ଶହ ମୃତଦେହ ଗଦା ହୋଇ ପଡ଼ିଛି । ଅନେକଙ୍କ ପରିଚୟ ମିଳିଥିବା ବେଳେ ଅନେକଙ୍କ ପରିଚୟ ଏବେ ବି ମିଳିପାରିନି । ଏ ହସ୍‌ପିଟାଲରୁ ସେ ହସ୍‌ପିଟାଲ ବୁଲି ମୃତଦେହ ଖୋଜୁଛନ୍ତି ପରିବାର ଲୋକ । ହେଲେ ଏହାରି ଭିତରେ ବି ମାତିଛନ୍ତି ଠକ । ପୁରା ଘଟଣା ଜାଣିଲେ ଆପଣ ବି କହିବେ, କ’ଣ ସତରେ ଏମିତି ବି ଲୋକ ଅଛନ୍ତ ଏ ସଂସାରେ । 

ବାହାନଗା ଟ୍ରେନ୍ ଦୁର୍ଘଟଣା ବିଷୟରେ ଏବେ କିଏ ବା ନଜାଣେ । ଏହି ଦୁର୍ଘଟଣାରେ ଏବେ ସୁଦ୍ଧା ୨୭୫ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଅନେକ ଏବେ ବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘଟଣାସ୍ଥଳ ପରିଦର୍ଶନ କରି, ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି । ଆଉ ଏହାରି ଭିତରେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ସେମାନଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।

ଅଧିକ ପଢ଼ନ୍ତୁ: କେମିତି ହେଲା ଦୁର୍ଘଟଣା..କଳାରାତିର କାହାଣୀ ବଖାଣିଲେ ଟ୍ରେନ୍‌ ଡ୍ରାଇଭର୍‌

ଆଉ ଏହି ଅନୁକମ୍ପା ରାଶି ହାତେଇବାକୁ ଏବେ ଆରମ୍ଭ ହୋଇଛି ନାଟକ । ବାଲେଶ୍ୱର ବାହାନଗାରେ ଜଣେ ମହିଳା ଏକ ମୃତଦେହକୁ ମିଛରେ ନିଜ ସ୍ୱାମୀ ବୋଲି କହି, ଅନୁକମ୍ପା ରାଶି ହାତେଇବାକୁ ଚେଷ୍ଟା କରିଥିଲେ । ହେଲେ ଏକଥା ସେତେବେଳେ ପଦାକୁ ଆସିଲା, ବା ମହିଳା ଜଣକ ଠକ ବୋଲି ସେତେବେଳେ ଜଣାପଡ଼ିଲା, ଯେତେବେଳେ ପୋଲିସ ମହିଳାଙ୍କୁ ଶବ ହସ୍ତାନ୍ତର କରିବା ପୂର୍ବରୁ ପରିଚୟ ମାଗିଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ପୋଲିସ ପ୍ରଥମେ ମହିଳାଙ୍କ ପରିଚୟ ମାଗିଥିଲା । ପରେ ଯେଉଁ ଶବକୁ ସେ ସ୍ୱାମୀ ବୋଲି ଦାବି କରୁଥିଲେ ତାଙ୍କର ପରିଚୟ ପତ୍ର ମାଗିଥିଲା । ଏମିତିକି ତାଙ୍କ ନା, ଘର, ଠିକଣା ଓ ବନ୍ଧୁବାନ୍ଧବଙ୍କ କଥା ମଧ୍ୟ ପୋଲିସ ପଚାରିଥିଲା । ହେଲେ ପୋଲିସ କରିଥିବା କୌଣସି ବି ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇନଥିଲେ ମହିଳା । ଆଉ ସେଠାରୁ ଖସି ପଳାଇବା ପାଇଁ ବାଟ ଖୋଜିଥିଲେ । ଶେଷରେ ସୁଯୋଗ ଦେଖି ପୋଲିସ କବଳରୁ ଫେରାର ମଧ୍ୟ ହୋଇଯାଇଛନ୍ତି ।

ଅଧିକ ପଢ଼ନ୍ତୁ: NDRF ଓ ODRAF ପହଞ୍ଚିବା ଆଗରୁ ବଢ଼ାଇଥିଲେ ସହାୟତାର ହାତ