Advertisment

ବାହାନଗା ହିରୋ: NDRF ଓ ODRAF ପହଞ୍ଚିବା ଆଗରୁ ବଢ଼ାଇଥିଲେ ସହାୟତାର ହାତ

କିଟିକିଟି ଅନ୍ଧାର ଭିତରେ ଅଗ୍ନିଶମ, ଓଡ୍ରାଫ କି NDRF ଟିମ୍ ପହଞ୍ଚିବା ପୂର୍ବରୁ ବାହାନଗା ଗାଁର ଯୁବକମାନେ ହିଁ ଓଲଟି ପଡ଼ିଥିବା ବଗି ଭିତରୁ ଆହତ ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି।

author-image
Manoranjan Behera
ଅଦ୍ୟତନ ହୋଇଛି
Balasore Train Accident News Live Updates

Train Accident

କରମଣ୍ଡଳରେ କାଳ ରାତିର କରୁଣ କାହଣୀ ସବୁଠି ଛାଇଗଲାଣି। ହେଲେ ଏମିତି କିଛି ଯୁବକ ଅଛନ୍ତି ଯେଉଁମାନେ ଦୁର୍ଘଟଣା ଖବର ଶୁଣିବା ମାତ୍ରେ ଉଦ୍ଧାର ପାଇଁ ପହଞ୍ଚିଯାଇଥିଲେ ଆକ୍ସିଡେଣ୍ଟର ହଟସ୍ପଟରେ । ସେମାନଙ୍କୁ ଆଜି ସମସ୍ତେ କହୁଛନ୍ତି ଦୁର୍ଘଟଣା ସମୟର ଦେବଦୂତ, ହିରୋ ଅଫ୍ ବାହାନଗା।

Advertisment

ବାଲେଶ୍ୱର ବାହାନଗାର ଟ୍ରେନ୍ ଟ୍ରାଜେଡି ଆଉ ଓଡ଼ିଶା କି ଭାରତ ଭିତରେ ସୀମିତ ନାହିଁ। ଶୁକ୍ରବାର କାଳ ରାତିରେ କରମଣ୍ଡଳର କରୁଣ କାହାଣୀ ସାରା ବିଶ୍ୱକୁ ଛାଇ ଗଲାଣି। ମର୍ମନ୍ତୁଦ ରେଳ ଦୁର୍ଘଟଣାର ଛାତିଥରା ଦୃଶ୍ୱ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ହେଲେ ଏ ସବୁ ଭିତରେ ଏମିତି ବି କିଛି ଯୁବକ ଅଛନ୍ତି ଯେଉଁମାନଙ୍କୁ ଆଜି ସମସ୍ତେ କହୁଛନ୍ତି ଦେବଦୂତ । କାରଣ ପ୍ରଚଣ୍ଡ ଶବ୍ଦ ଆଉ ଭୟଙ୍କର ଆର୍ତଚିତ୍କାର ଶୁଣି ଯେଉଁ ମାନେ ପ୍ରଥମେ ଉଦ୍ଧାର କରିବାକୁ ଆଗୁଆ ଆଗେଇ ଯାଇଥିଲେ ସେମାନେ ଆଉ କେହି ନୁହଁନ୍ତି ସେହି ବାହାନଗା ଗାଁର ଯୁବକ, ଯେଉଁମାନଙ୍କ ଘର ସେଇ ରେଳଧାରଣା ନିକଟରେ।

ଅଧିକ ପଢ଼ନ୍ତୁ: ୫୧ ଘଣ୍ଟାର ନନ୍‌ଷ୍ଟପ୍ ପୁନରୁଦ୍ଧାର କାମ, ଶେଷରେ ଗଡ଼ିଲା ଟ୍ରେନ୍‌...

Advertisment

କିଟିକିଟି ଅନ୍ଧାର ଭିତରେ ଅଗ୍ନିଶମ, ଓଡ୍ରାଫ କି NDRF ଟିମ୍ ପହଞ୍ଚିବା ପୂର୍ବରୁ ବାହାନଗା ଗାଁର ଯୁବକମାନେ ହିଁ ଓଲଟି ପଡ଼ିଥିବା ବଗି ଭିତରୁ ଆହତ ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି। ସେ ସମୟର ବିକଳ ଦୃଶ୍ୟ ମନେ ପକାଇଲା ବେଳକୁ ଏମାନଙ୍କ ଦେହ ଏବେ ବି ଥରି ଉଠୁଛି । କାରଣ ଶହଶହ ଶବଙ୍କ ଭିଡ଼ରୁ ଜୀବନ ବଞ୍ଚାଇବାର ଆକୁଳ ଚିତ୍କାର ଏଇମାନେ ହିଁ ଶୁଣିଛନ୍ତି।

ରେଳଧାରଣା କଡ଼ରେ ପରିବାର ସହ ରହୁଥିବା ଜଣେ ଯୁବକ, ଯିଏକି ରେଳଗାଡିର ପ୍ୟାଣ୍ଟ୍ରି କାରରେ କାମ କରନ୍ତି । ଦୁର୍ଘଟଣା ଖବର ଜାଣି ତୁରନ୍ତ ଘଟଣା ସ୍ଥଳକୁ ଧାଇଁ ଯାଇଥିଲେ, ଏକାଧିକ ଆହତଙ୍କୁ ଉଦ୍ଧାର କରିଥିଲେ, ହେଲେ ଦୁର୍ଭାଗ୍ୟ ସେଇ ପ୍ୟାଣ୍ଟ୍ରିକାର୍ ଭିତରେ ଫସିଯାଇଥିବା ତାଙ୍କର ଦୁଇ ସାଙ୍ଗକୁ ସେ ଉଦ୍ଧାର କରି ପାରି ନଥିଲେ, ଯେଉଁମାନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ସେପଟେ ବାହାନଗାରେ ଉଦ୍ଧାର ଚାଲିଥିବା ବେଳେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହଠାତ୍ ଆଶ୍ଚର୍ଯ୍ୟଜନକ ଭାବେ ରୁଣ୍ଡ ହୋଇଛନ୍ତି ସାଧାରଣ ଲୋକେ। ଏମାନେ କେହି ଚିକିତ୍ସାପାଇଁ ଆସିନାହାନ୍ତି ବରଂ ସମସ୍ତେ ସ୍ୱଇଚ୍ଛାରେ ଆହାତମାନଙ୍କୁ ରକ୍ତ ଦେବା ପାଇଁ ଧାଡି ବାନ୍ଧିଛନ୍ତି। ଆଉ ଏହି ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହୋଇଛି।

ଧୀରେ ଧୀରେ ସ୍ଥିତି ସ୍ୱାଭାବିକ ହେଲାଣି, ହଲେ ତଥାପି ଦୁର୍ଘଟଣାର ଦେବଦୂତ ସାଜିଥିବା ବାହାନଗା ଗାଁର ଏ ଯୁବକମାନଙ୍କ ମନରୁ ଲିଭିନି ସେ କାଳ ରାତିର ଛାତି ଥରା ଦୃଶ୍ୟ ।

Train Accident Train Mishap
Advertisment
Advertisment