/odishatv-khabar/media/post_attachments/uploadimage/library/16_9/16_9_0/Robbery_1747719992.jpg)
Robbery
ଦଶପଲ୍ଲା ଭଞ୍ଜନଗର ରାସ୍ତାରେ ଆତଙ୍କ ଖେଳାଇଛନ୍ତି ଲୁଟେରା। ବାଇକ ଆରୋହୀଙ୍କୁ ଟାର୍ଗେଟ କରି ଆକ୍ରମଣ କରିବା ସହ ଲୁଟପାଟ କରିବା ଭଳି ଘଟଣା ସାମନାକୁ ଆସିଛି। ବ୍ଲେଡରେ ଆକ୍ରମଣ କରିବା ସହ ଟଙ୍କା ଲୁଟ୍ କରି ବାଇକ୍ ମଧ୍ୟ ପୋଡ଼ିଦେଇଛନ୍ତି ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ଦଶପଲ୍ଲା-ଭଞ୍ଜନଗର ରାସ୍ତା ସାକେଣୀ ଗାଁ ନିକଟରେ।
ଅଧିକ ପଢ଼ନ୍ତୁ: ଏମିତି ବି ଆସେ ମୃତ୍ୟୁ; ପ୍ରବଚନ ଦେବାବେଳେ ଚାଲିଗଲା ଜୀବନ
ସୂଚନାନୁଯାୟୀ, ଦଶପଲ୍ଲା ଖଣ୍ଡପଡା ଗାଁର ଜଟିଆ ବେହେରା କୌଣସି କାମରେ ତାଙ୍କ ବାଇକ ଯୋଗେ ଭଞ୍ଜନଗର ଯାଉଥିବା ବେଳେ ତାଙ୍କୁ ସାକେଣୀ ଗାଁ ନିକଟରେ ଅଟକାଇଥିଲେ କିଛି ଦୁର୍ବୃତ୍ତ। ସେମାନେ ପ୍ରାୟ ୮ ଜଣ ଥିବା ଜଣାପଡିଛି। ସେଠାରେ ତାଙ୍କୁ ବ୍ଲେଡରେ ଆକ୍ରମଣ କରିବା ସହ ତାଙ୍କଠୁ ଟଙ୍କା ଲୁଟ୍ କରିଥିଲେ। ଏପରିକି, ତାଙ୍କ ବାଇକ୍ ମଧ୍ୟ ପୋଡ଼ିଦେଇଥିଲେ ଦୁର୍ବୃତ୍ତ। ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଟିଆଙ୍କ ଶରୀରରେ ଗଭୀର ଆଘାତ ଲାଗିଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। ସେପଟେ ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)