Advertisment

Supreme Court Revises Domestic Violence Verdict: ଘରୋଇ ହିଂସା ମାମଲାରେ ଦେଇଥିବା ଭୁଲ ରାୟକୁ ମାନିଲେ ସୁପ୍ରିମକୋର୍ଟ ବିଚାରପତି

ଯେତେବେଳେ ଏହି ଆଇନର ସଦୁପଯୋଗ ହୋଇ ନପାରିବ ସେତେବେଳେ ହିଁ ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରିବେ । ଏହି ମାମଲାର ଶୁଣାଣି ବେଳେ ହାଇକୋର୍ଟ ସ୍ପଷ୍ଟ ଆଭିମୁଖ୍ୟ ରଖିବା ଉଚିତ୍ । ନହେଲେ ଘରୋଇ ହିଂସା ଆଇନ,୨୦୦୫ର ସଠିକ୍ ଉଦ୍ଦେଶ୍ୟ ପୂରଣ ହୋଇ ପାରିବ ନାହିଁ ।

author-image
Chinmayee Sahoo
ଅଦ୍ୟତନ ହୋଇଛି
Justice

Justice

ବିଚାରପତିମାନେ ବି ମଣିଷ । ସେମାନଙ୍କ ଦ୍ୱାରା ବି ଭୁଲ ହୁଏ । ସବୁ ପରେ ବି ନିଜ ଭୁଲକୁ ସ୍ୱୀକାର କରିଛନ୍ତି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଅଭୟ ଏସ୍ ଓକା । ଅଦାଲତରେ ଶୁଣାଣି ବେଳେ କିପରି ଭୁଲ କରିଥିଲେ ତାକୁ ବଖାଣିଛନ୍ତି ଜଷ୍ଟିସ୍ ଏସ୍ ଓକା । ୨୦୧୬ରେ ବମ୍ବେ ହାଇକୋର୍ଟରେ ବିଚାରପତି ଥିବା ବେଳେ ଏକ ଘରୋଇ ହିଂସା ମାମଲାରେ ଶୁଣାଣି କରିବା ବେଳେ ଏକ ଠିକ୍ କଥାକୁ ବୁଝି ନପାରି ଭୁଲ କରିଥିଲେ । ତେଣୁ ବିଚାରପତିଙ୍କ ପାଇଁ ମଧ୍ୟ ଏହା ଏକ ଶିଖିବା ପ୍ରକ୍ରିୟା । 

Advertisment

ଜଷ୍ଟିସ୍ ଓକା କହିଛନ୍ତି ଯେ, ସିଆରପିସି ଧାରା ୪୮୨ ଅନୁଯାୟୀ ହାଇକୋର୍ଟଙ୍କ ଘରୋଇ ହିଂସା ଆଇନର ଧାରା ୧୨(୧) ରେ ଦାଖଲ ହୋଇଥିବା ଆବେଦନକୁ ରଦ୍ଦ କରିବା ପାଇଁ ଅଧିକାର ରହିଛି । ଆଇନ ଅନୁଯାୟୀ, ଜଣେ ମହିଳା କ୍ଷତିପୂରଣ ପାଇଁ ଅଦାଲତଙ୍କ ଦ୍ୱାରସ୍ଥ ହୋଇପାରିବେ । ଜଷ୍ଟିସ୍ ଉଜ୍ଜଳ ଭୂୟାଁ ଓ ଜଷ୍ଟିସ୍ ଓକାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ । ସେତେବେଳେ ମୁଁ ନିଜେ ଏହାର ବିପରୀତ ଆଭିମୁଖ୍ୟ ରଖିଥିଲି । 

ଅଧିକ ପଢ଼ନ୍ତୁ: ‘ଭାରତ ଧର୍ମଶାଳା ନୁହେଁ, ଯେଉଁଠି ସାରା ବିଶ୍ୱର ଶରଣାର୍ଥୀଙ୍କୁ ସ୍ଥାନ ଦେଇପାରିବ...’

Advertisment

ଏହାକୁ ନେଇ ସୁପ୍ରିମକୋର୍ଟ କହିଥିଲେ, ହାଇକୋର୍ଟଙ୍କୁ ଧ୍ୟାନ ରଖିବାକୁ ହେବ ଯେ, ଘରୋଇ ହିଂସାର ଶିକାର ହେଉଥିବା ମହିଳାମାନଙ୍କୁ ନ୍ୟାୟ ଦେବା ପାଇଁ ପ୍ରଣୟନ ହୋଇଛି ଘରୋଇ ହିଂସା ଆଇନ । ତେଣୁ ଧାରା ୧୨(୧) ଅଧିନରେ ଚାଲୁଥିବା ମାମଲାକୁ ଧାରା ୪୮୨ ଅଧିନରେ ରଦ୍ଦ କରିବା ପୂର୍ବରୁ ସତର୍କ ରହିବା ଉଚିତ୍ । ଯେତେବେଳେ ଏହି ଆଇନର ସଦୁପଯୋଗ ହୋଇ ନପାରିବ ସେତେବେଳେ ହିଁ ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରିବେ । ଏହି ମାମଲାର ଶୁଣାଣି ବେଳେ ହାଇକୋର୍ଟ ସ୍ପଷ୍ଟ ଆଭିମୁଖ୍ୟ ରଖିବା ଉଚିତ୍ । ନହେଲେ ଘରୋଇ ହିଂସା ଆଇନ,୨୦୦୫ର ସଠିକ୍ ଉଦ୍ଦେଶ୍ୟ ପୂରଣ ହୋଇ ପାରିବ ନାହିଁ । 

ଜଷ୍ଟିସ୍ ଏସ୍ ଓକା କହିଥିଲେ, ୨୦୧୬ ଅକ୍ଟୋବର ୧୬ରେ ବମ୍ବେ ହାଇକୋର୍ଟରେ ଏକ ଶୁଣାଣି ବେଳେ କୁହାଯାଇଥିଲା ଯେ, ଘରୋଇ ହିଂସା ଆଇନ ଧାରା ୧୨(୧) ମାମଲାରେ ସିଆରପିସି ଧାରା ୪୮୨ ଅନୁସାରେ ମୋକଦ୍ଦମା ଖାରଜ କରିବା ପ୍ରାବଧାନ ନାହିଁ । ତେଣୁ ଏହା ଆମର ହିଁ କର୍ତ୍ତବ୍ୟ ଯେ, ନିଜ ଭୁଲ ସୁଧାରିବା । ବିଚାରପତିଙ୍କ ଶିଖିବା ପ୍ରକ୍ରିୟା ମଧ୍ୟ ନିରନ୍ତର ଥାଏ । ଏହା କହିବା ସହିତ ୯ ବର୍ଷ ପୂର୍ବେ ହାଇକୋର୍ଟ ବିଚାରପତି ଭାବେ ଏଭଳି ଆଭିମୁଖ୍ୟକୁ ସଂଶୋଧନ କରିଛନ୍ତି ।

ଅଧିକ ପଢ଼ନ୍ତୁ: ଭାରତ ନେଲା ଆକ୍ସନ, ପାନେ ପାଇବ ବାଂଲାଦେଶ

Bombay High Court Supreme Court Of India
Advertisment
Advertisment