Advertisment

Fake Dentist: ୟୁ-ଟ୍ୟୁବ ଦେଖି ନକଲି ଡାକ୍ତର କରୁଥିଲେ ଚିକିତ୍ସା, କେ।ଟିରେ କରୁଥିଲେ ଆୟ

ବିନା ଲାଇସେନ୍ସରେ ହସପିଟାଲ ଚଳାଇବା, ଆକ୍ରମଣ କରିବା, ମନି ଲଣ୍ଡରିଂ, ଚେ।ରୀ, ଡ୍ରଗ୍ସ କାରବାର ଭଳି ମାମଲ।ରେ ତିନି ଜଣ ଅଭିଯୁକ୍ତ ଅଛନ୍ତି । ଜଣେ ମହିଳା ଯିଏ କି ସ୍ବାସ୍ଥ୍ୟ କ୍ଷେତ୍ରରେ କାମ କରନ୍ତି ବିଭିନ୍ନ ସାମଗ୍ରୀ ଯେ।ଗାଇବାରେ ସାହାଯ୍ୟ କରୁଥିଲେ ।

author-image
Manasranjan Mohanty
ଅଦ୍ୟତନ ହୋଇଛି
Fake Dentist

Fake Dentist

ଆଜିକାଲି ଲେ।କମାନେ ୟୁ-ଟ୍ୟୁବ ଭିଡିଓ ଦେଖି ରେ।ଷେଇ, ଘର ସାଜସଜା, ବଗିଚା କାମ, ବିଭିନ୍ନ ପ୍ରକାର ଆର୍ଟ ଆଣ୍ଡ କ୍ରାପ୍ଟ କରୁଛନ୍ତି । ୟୁ-ଟ୍ୟୁବ ଭିଡିଓ ଦେଖି ଇଲେକଟ୍ରେ।ନିକ୍ସ ସାମଗ୍ରୀ ବି ଠିକ କରିଦେଉଛନ୍ତି । କିନ୍ତୁ ଆପଣ ଦାନ୍ତର ରୁଟ୍ କେନାଲ କରିବା କଥା ଭାବିପାରୁଛନ୍ତି । ରୁଟ୍ କେନାଲ କରିବା ଏକ ଜଟିଳ ଚିକିତ୍ସା । ଏଥିପାଇଁ ଅଭିଜ୍ଞ ଡାକ୍ତର ସହ ଆଧୁନିକ ଉପକରଣ ନିହାତି ଦରକାର ।

Advertisment

କିନ୍ତୁ ଜଣେ ୨୨ବର୍ଷିୟ ବ୍ୟକ୍ତି ନିଜକୁ ଦାନ୍ତ ଡାକ୍ତରର ପରିଚୟ ଦେଇ ଅନେକ ଲେ।କଙ୍କ ରୁଟ୍ କେନାଲ କରିଛନ୍ତି । ତାହା ପୁଣି ୟୁ-ଟ୍ୟୁବ ଭିଡିଓ ଦେଖିକି । ଏଥିରୁ ସେ ୧.୬ କେ।ଟି ଟଙ୍କା ଆୟ ବି କରିଛନ୍ତି । ଏହି ଘଟଣା ଘଟିଛି ଚେକ୍ ରିପବ୍ଲିକରେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଭଳି ଜଣେ ନକଲି ଡାକ୍ତରଙ୍କର ଖୁଲାସା ହେ।ଇଛି ।

ଅଧିକ ପଢ଼ନ୍ତୁ: ବିମାନ ଭିତରେ ଡାକ୍ତରାଣୀଙ୍କ ଧମକ, 'ମୋ କଥା ନ ମାନିଲେ ଏ ବିମାନକୁ କ୍ରାସ୍...'

Advertisment

ବେଆଇନ ଭାବେ ଘରେ ହସପିଟାଲ ଚଳାଇବା ନେଇ ନକଲି ଡାକ୍ତରଙ୍କ ପରିବାରର ୨ ସଦସ୍ୟଙ୍କ ଉପରେ ବି ଅଭିଯେ।ଗ ହେ।ଇଛି । ସୂଚନା ଅନୁସାରେ ୨ବର୍ଷ ହେବ ନକଲି ଡାକ୍ତର ଜଣଙ୍କ ବିନା କାହାର ସଂଦେହରେ ରେ।ଗୀଙ୍କ ଚିକିତ୍ସା କରୁଥିଲେ । ହସପିଟାଲରେ ଦାନ୍ତ ଉପାଡିବା, ରୁଟ୍ କେନାଲ ଓ ଆନାସଥେସିଆ ଦେବା ଭଳି ଚିକିତ୍ସା କରାଯାଉଥିଲା । ଏଥିପାଇଁ ସେ ଇଣ୍ଟରନେଟ ଓ ୟୁ-ଟ୍ୟୁବର ସାହାଯ୍ୟ ନେଉଥିଲେ ।

ଏହି ମାମଲା ସାମନାକୁ ଆସିବା ପରେ ଅଭିଯୁକ୍ତ ୩ଜଣ ବିନା ଲାଇସେନ୍ସରେ ଏହି କାମ କରୁଥିବା ସ୍ବୀକାର କରିଛନ୍ତି । ହସପିଟାଲରେ ନକଲି ଡାକ୍ତରଙ୍କ ସହ ତାଙ୍କ ପରିବାରର ୨ ଜଣ ସଦସ୍ୟ କାମ କରୁଥିଲେ । ସେମାନେ ଏଥିରୁ ପାଖାପାଖି ୧କେ।ଟି ୬୦ଲକ୍ଷ ଟଙ୍କା ରେ।ଜଗାର କରିଛନ୍ତି ।

ସ୍ବାସ୍ଥ୍ୟ କ୍ଷେତ୍ରରେ କାମ କରୁଥିବା ଜଣେ ମହିଳା ଏମାନଙ୍କୁ ଦରକାର ହେଉଥିବା ବିଭିନ୍ନ ସାମଗ୍ରୀ ଯେ।ଗାଉଥିଲେ । ତେବେ ଏନେଇ ରେ।ଗୀ ମାନେ ଅଭିଯେ।ଗ କରିଛନ୍ତି କି ନାହିଁ ସେନେଇ ପେ।ଲିସ କୌଣସି ସୂଚନା ଦେଇନାହିଁ । ବିନା ଲାଇସେନ୍ସରେ ହସପିଟାଲ ଚଳାଇବା, ଆକ୍ରମଣ କରିବା, ମନି ଲଣ୍ଡରିଂ, ଚେ।ରୀ ଏଭଳିକି ଡ୍ରଗ୍ସ କାରବାର ଭଳି ମାମଲ।ରେ ତିନି ଜଣ ଅଭିଯୁକ୍ତ ହେ।ଇଛନ୍ତି ।

ଯାଞ୍ଚ ପରେ ସେମାନଙ୍କୁ ଗିରଫ କରାଯାଇଛି । ନକଲି ଡାକ୍ତର ଜଣଙ୍କ ଇଣ୍ଟରନେଟରୁ ମିଳୁଥିବା ତଥ୍ୟ ଆଧାରରେ ରୁଟ କେନାଲ ଟ୍ରିଟମେଣ୍ଟ, ଦାନ୍ତ ଉପାଡିବା ଓ ଆନାସଥେସିଆ ଦେବା ଭଳି ଜଟିଳ ଚିକିତ୍ସା କରୁଥିଲେ ।

ଅଧିକ ପଢ଼ନ୍ତୁ: ସ୍ୱାମୀକୁ ହତ୍ୟା କରି ଏମିତି ଖସିଯାଇଥିଲା ସୋନମ୍, ପୋଲିସ୍ କହିଲା...

YouTube YouTube Videos Fake Doctor
Advertisment
Related Articles
Advertisment