Advertisment

Doctor Warns To Crash Plane: ବିମାନ ଭିତରେ ଡାକ୍ତରାଣୀଙ୍କ ଧମକ, 'ମୋ କଥା ନ ମାନିଲେ ଏ ବିମାନକୁ କ୍ରାସ୍...'

ଏୟାର ଇଣ୍ଡିଆ ବିମାନ ଭିତରେ ଡାକ୍ତରାଣୀଙ୍କ ଉନ୍ମତ୍ତ କାଣ୍ଡ । କ୍ରୁ କ୍ୟାବିନରେ ବ୍ୟାଗ୍‌ ରଖିବାକୁ ନେଇ ଅସଭ୍ୟ ଭାଷାରେ ଗାଲି ଦେଲେ । କହିଲେ- ମୋ ବ୍ୟାଗ୍‌ ଏଠୁ ହଟାଇଲେ ଏ ବିମାନକୁ କ୍ରାସ୍ କରିଦେବି ।

author-image
Namita Biswal
ଅଦ୍ୟତନ ହୋଇଛି
Doctor Warns To Crash Plane

Doctor Warns To Crash Plane

ବେଙ୍ଗାଲୁରୁରୁ ସୁରଟ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଏକ ଅପ୍ରୀତିକର ଘଟଣା ସାମ୍ନାକୁ ଆସିଛି । ବିମାନରେ ଯାତ୍ରା କରୁଥିବା ଜଣେ ୩୬ ବର୍ଷୀୟ ଡାକ୍ତରାଣୀ ବିମାନକୁ କ୍ରାସ୍‌ କରିଦେବାକୁ ଧମକ ଦେଇଛନ୍ତି । କ୍ରୁ ମେମ୍ବର ଡାକ୍ତରାଣୀଙ୍କ ବ୍ୟାଗ୍‌ କ୍ରୁ କ୍ୟାବିନ ନିକଟରେ ରଖିବାକୁ ମନା କରିବାରୁ ଡାକ୍ତରାଣୀ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ବିମାନକୁ ଉଡାଇ ଦେବାକୁ ଏପରି ଧମକ ଦେଇଥିଲେ । ଯେଉଁ କାରଣରୁ ବିମାନ ଉଡାଣ ୨ ଘଣ୍ଟା ବିଳମ୍ବ ହୋଇଥିଲା ।

Advertisment

ଜାଣନ୍ତୁ ପୂରା ଘଟଣା:

ମହିଳା ଜଣକ ଆୟୁର୍ବେଦିକ ଡାକ୍ତର ଅଟନ୍ତି, ନାଁ ବ୍ୟାସ ହିରଲ ମୋହନଭାଇ । ତାଙ୍କ ପାଖରେ ୨ଟି ବ୍ୟାଗ୍ ଥିଲା । ଏୟାରପୋର୍ଟ ଚେକ୍‌-ଇନ୍‌ କାଉଣ୍ଟରରେ ସେ ଦୁଇଟି ବ୍ୟାଗ୍‌କୁ ନିଜ ସହ ବିମାନରେ ନେବାକୁ ଜିଦି କରିଥିଲେ । ସେ ବିମାନରେ ଚଢିବା ପରେ ଗୋଟିଏ ବ୍ୟାଗ୍ ନିଜ ସିଟ୍‌ 20Fରେ ରଖିଥିଲେ ଓ ଅନ୍ୟ ଏକ ବ୍ୟାଗ୍‌କୁ କ୍ରୁ କ୍ୟାବିନ୍‌ ପାଖରେ ରଖିଦେଇଥିଲେ । କ୍ରୁ ମେମ୍ବର ତାଙ୍କୁ ବ୍ୟାଗ୍‌ ଓଭରହେଡ୍ କମ୍ପାର୍ଟମେଣ୍ଟରେ ରଖିବାକୁ ବାରମ୍ବାର ଅନୁରୋଧ କରିଥିଲେ ହେଁ ଡାକ୍ତରାଣୀ ନିଜ ଜିଦ୍‌ ଛାଡିନଥିଲେ । 

ଫଳରେ କ୍ରୁ ଓ ଡାକ୍ତରାଣୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତତର୍କ ହୋଇ ବିମାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲା । ଏହାଦେଖି କିଛି ସହଯାତ୍ରୀ ଆସି ଡାକ୍ତରାଣୀଙ୍କୁ ବ୍ୟାଗ୍‌ ନିର୍ଦ୍ଧାରିତ ସ୍ଥାନରେ ରଖିବାକୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଓଲଟା ସେ ସମସ୍ତଙ୍କୁ ଗାଳିଗୁଲଜ କରିବା ଆରମ୍ଭ କରିଥିଲେ । ଏପରିକି ଧମକ ଦେଇଥିଲେ ଯେ, ଯଦି କ୍ରୁ ତାଙ୍କ ବ୍ୟାଗ୍‌ ହଟାନ୍ତି ତାହେଲେ ସେ ବିମାନକୁ କ୍ରାସ୍‌ କରିଦେବେ ।

Advertisment

ଅଧିକ ପଢ଼ନ୍ତୁ: ଏୟାର ଇଣ୍ଡିଆକୁ ପଡିଛି କି ଶନିଦଶା ? କାହିଁକି ବାରମ୍ୱାର ଘଟୁଛି ଏମିତି ?

ମଙ୍ଗଳବାର ଅପରାହ୍ନ ୨ଟା ୪୫ରୁ ୫ଟା ୩୦ ମଧ୍ୟରେ ଏ ଘଟଣା ଘଟିଥିଲା । ଏନେଇ ପାଇଲଟ CISF ଓ ସିକ୍ୟୁରିଟିକୁ ଅଭିଯୋଗ କରିବା ପରେ ପୋଲିସ ଡାକ୍ତରାଣୀଙ୍କୁ ଗିରଫ କରିଥିଲା । ଡାକ୍ତରାଣୀ ଜଣକ ଥାନାରେ ବି ଉତ୍ପାତ ମଚାଇବା ସହ ପୋଲିସ୍ ଅଧିକାରୀଙ୍କୁ ଗାଳିଗୁଲଜ କରିଥିଲେ । ''ପୋଲିସ ଷ୍ଟେସନରେ ଆମେ ପ୍ରଥମ ଥର ଏଭଳି ଅଶ୍ରାବ୍ୟ ଭାଷା ଶୁଣିଥିଲୁ'' ବୋଲି କହିଛନ୍ତି ଜଣେ ବରିଷ୍ଠ ପୋଲିସ ଅଧିକାରୀ । 

ତେବେ ଡାକ୍ତରାଣୀଙ୍କ ଶାଶୁଘର ଓଡ଼ିଶାରେ ବୋଲି ଜଣାପଡିଛି । ତାଙ୍କର ସ୍ୱାମୀ ଓଡ଼ିଶାର ହୋଇଥିବାବେଳେ ବେଙ୍ଗାଲୁରୁରେ ଏକ ଶିକ୍ଷାନୁଷ୍ଠାନରେ କାମ କରନ୍ତି । ସେ କହିଛନ୍ତି, ତାଙ୍କର ପତ୍ନୀ କିଛି ଦିନ ତଳେ ଡାକ୍ତରୀ ଅଭ୍ୟାସ ଛାଡି ଦେଇଥିଲେ ଏବଂ ଗୁଜରାଟରେ ନିଜ ପରିବାରକୁ ଭେଟିବାକୁ ଯାଉଥିଲେ । ପୂର୍ବରୁ ମଧ୍ୟ ସେ ସର୍ବସାଧାରଣ ସ୍ଥାନରେ ପାଟିତୁଣ୍ଡ କରିଥିବା ସ୍ୱାମୀ ପୋଲିସ ଆଗରେ କହିଛନ୍ତି ।

Air India Flight Plane Crash
Advertisment
Advertisment