ପୁନେ ଦୁଷ୍କର୍ମ ମାମଲାରେ ବଡ଼ ଖୁଲାସା । ଡେଲିଭରୀ ବଏ ଘର ଭିତରେ ପଶି ଦୁଷ୍କର୍ମ କରିବା ଘଟଣାରେ ଟ୍ୱିଷ୍ଟ୍ । ଏନେଇ ସାଂଘାତିକ ଖୁଲାସା କରିଛି ପୋଲିସ । ସମ୍ପୃକ୍ତ ଯୁବକଙ୍କ ସହ ଯୁବତୀଙ୍କର ଏହା ପ୍ରଥମ ଦେଖା ନଥିଲା ବରଂ ପୂର୍ବରୁ ସେମାନଙ୍କର ବନ୍ଧୁତା ରହିଥିଲା ବୋଲି ପୋଲିସ ଜାଣିବାକୁ ପାଇଛି ।
ପୀଡିତା ଜଣଙ୍କ ପୋଲିସକୁ ବୟାନ ଦେଇଛନ୍ତି ଯେ, ଶାରିରୀକ ସମ୍ପର୍କ ପାଇଁ ସେ ପ୍ରସ୍ତୁତ ନଥିଲେ । ହେଲେ ବଳ ପୂର୍ବକ ଅଭିଯୁକ୍ତ ଜଣକ ଦୁଷ୍କର୍ମ କରିଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ସେଦିନ ସେମାନଙ୍କର ପ୍ରଥମ ଦେଖା ହୋଇନଥିଲା । ବରଂ ପୂର୍ବୁରୁ ଏକ ଇଭେଣ୍ଟରେ ଉଭୟ ଦେଖା ହୋଇଥିଲେ ଓ ସମୟକ୍ରମେ ସେମାନଙ୍କ ବନ୍ଧୁତା ବଢିଥିଲା । ଏପରିକି ଉଭୟଙ୍କ ପରିବାରଲୋକେ ମଧ୍ୟ ପରିଚିତ ଥିବା ଜଣାପଡ଼ିଛି ।
Also Read
ହେଲେ ଘଟଣା ଦିନ ଯୁବତୀଙ୍କ ଅନିଚ୍ଛା ସତ୍ତ୍ୱେ ଅଭିଯୁକ୍ତ ଜଣକ ଶାରିରୀକ ସମ୍ପର୍କ ରଖିଥିବାରୁ ପୋଲିସର ଦ୍ୱାରସ୍ଥ ହୋଇଥିବା କହିଛନ୍ତି ପୀଡିତା । କହିରଖୁଛୁ, ପୂର୍ବରୁ ଡେଲିଭରୀ ବଏ ଘରେ ପଶି ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ଆଣିଥିଲେ ପୁଣେର ପୋଶ୍ ସୋସାଇଟିରେ ରହୁଥିବା ସମ୍ପୃକ୍ତ ଯୁବତୀ । ଘରକୁ କୋରିଅର ନେଇ ଆସିଥିବା ଡେଲିଭରୀ ବଏ ଜୋର ଜବରଦସ୍ତ ଶାରିରୀକ ସମ୍ପର୍କ ରଖିଥିବା ସେ କହିଥିଲେ । ହେଲେ ଅଭିଯୁକ୍ତ ଜଣକ ପୀଡିତାଙ୍କ ବନ୍ଧୁ ବୋଲି ଜଣାପଡ଼ିଛି ।