/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748531074.jpg)
CBI ପଞ୍ଝାରେ ବଡ଼ ବାବୁ
CBIର ବଡ଼ ଶିକାର। CBI ପଞ୍ଝାରେ ପଡ଼ିଛନ୍ତି ED ତଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଡେପୁଟି ଡାଇରେକ୍ଟର। ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ସିବିଆଇ ହାବୁଡ଼ରେ ପଡ଼ିଛନ୍ତି। ଏକ ଲାଞ୍ଚ କାରବାର ମାମଲାରେ ତାଙ୍କୁ ସିବିଆଇ ଧରିଥିବା ସୂଚନା ମିଳିଛି ।
Advertisment
ଅଧିକ ପଢ଼ନ୍ତୁ: ୯ ବର୍ଷ ପରେ ଆଇପିଏଲ ଫାଇନାଲରେ RCB
ପ୍ରାଥମିକ ଭାବେ ମିଳିଥିବା ସୂଚନା ଅନୁଯାୟୀ, ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଲା ବେଳେ CBI ଟିମ୍ ମାଡ଼ି ବସିଥିଲା। କୁହାଯାଉଛି, ୫୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା। କିନ୍ତୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ। ଏକ ଖଣି ମାମଲାର ରଫାଦଫା ପାଇଁ ସେ ଲାଞ୍ଚ ନେଉଥିବା ସୂଚନା ମିଳିଛି। ଭୁବନେଶ୍ବର ସିବିଆଇ କାର୍ଯ୍ୟାଳୟରେ ED ଡେପୁଟି ଡାଇରେକ୍ଟର ପଚରାଉଚରା କରୁଥିବା ଜଣାପଡ଼ିଛି। ତେବେ ଏ ସଂପର୍କରେ ସିବିଆଇ ପକ୍ଷରୁ କିମ୍ବା ED ଡେପୁଟୀ ଡାଇରେକ୍ଟରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
Advertisment
Related Articles
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)