Advertisment

Son Kills Mother: ରାକ୍ଷସ ପୁଅର ନାରକୀୟ କାଣ୍ଡ, ନିଶା ଖାଇବାକୁ ଟଙ୍କା ନ ମିଳିବାରୁ...

ନିଶା ଖାଇବାକୁ ମା’ ଟଙ୍କା ନ ଦେବାରୁ ବୀଭତ୍ସ ହତ୍ୟା । ଫାଉଡା ଚୋଟରେ ମାଆର ଜୀବନ ନେଲା ରକ୍ଷସ ପୁଅ । ପୁରୀ ଜିଲ୍ଲା ସଦର ସମଙ୍ଗରାରେ ଘଟିଛି ଏହି ହତ୍ୟାକାଣ୍ଡ ।

author-image
Namita Biswal
ଅଦ୍ୟତନ ହୋଇଛି
Son Kills Mother

Son Kills Mother

ମାଆ ରକ୍ତରେ ହୋଲି ଖେଳିଲା ପୁଅ । ଯାହାକୁ ଅନ୍ତଫାଡି ଜନ୍ମ ଦେଇଥିଲା, ସେ ହିଁ ଜୀବନ ନେଲା । ଦୋଷ ଏତିକି ଥିଲା, ପୁଅ ନିଶା ଖାଇବାକୁ ଟଙ୍କା ମାଗିଥିଲା । ଆଉ ସେହି ପୁଅର ଭଲ ପାଇଁ ଟଙ୍କା ଦେବାକୁ ମନା କରିଦେଇଥିଲା ମାଆ । ବାସ୍‌...ଏତିକିରେ ରାକ୍ଷସ ପୁଅ ମୁଣ୍ଡକୁ ପିତ୍ତ ଚଢ଼ିଗଲା । ମାଆର ମମତାର ମୂଲ ବଦଳରେ ତାକୁ ଫାଉଡାରେ ଚୋଟ ଉପରେ ଚୋଟ ପକାଇ ଜୀବନ ନେଇଗଲା । 

Advertisment

ପୁରୀ ଜିଲ୍ଲା ସଦର ସମଙ୍ଗରାରେ ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ । ସାମାନ୍ୟ ଟଙ୍କା କେଇଟା ପାଇଁ ଫାଉଡା ଚୋଟରେ ମାଆକୁ ହତ୍ୟା କରିଛି ଜନ୍ମକଲା ପୁଅ । ମୃତକ ହେଲେ କନକ ପ୍ରଧାନ (୫୫) । ପେଣ୍ଠକଟା ମେରାଇନ ଥାନା ପୋଲିସ ଅଭିଯୁକ୍ତ ପୁଅ ପିଙ୍କୁ ପ୍ରଧାନ (୩୦)କୁ ଗିରଫ କରିଛି ।

ଅଧିକ ପଢନ୍ତୁ: ଫିଜିକାଲ ଟେଷ୍ଟ ବେଳେ ଚାଲିଗଲା ପରୀକ୍ଷାର୍ଥୀଙ୍କ ଜୀବନ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

Advertisment

ସୂଚନା ଅନୁଯାୟୀ, ଆଜି ସକାଳେ ପିଙ୍କୁ ନିଶା ଖାଇବା ପାଇଁ ମାଆ କନକକୁ ଟଙ୍କା ମାଗିଥିଲା । ହେଲେ ମାଆ ଟଙ୍କା ଦେବାକୁ ସିଧା ସିଧା ମନା କରିଦେଇଥିଲେ । ଏଥିରେ ଉତ୍ତକ୍ଷିପ୍ତ ହୋଇ ପାଖରେ ପଡିଥିବା ଏକ ଫାଉଡ଼ାରେ କନକଙ୍କ ମୁଣ୍ଡକୁ ଦୁଇ ତିନି ଚୋଟ ପକାଇଥିଲା ପୁଅ ପିଙ୍କୁ । ସେ ଯନ୍ତ୍ରଣାରେ ଚିତ୍କାର କରିବାକୁ ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ । ଜହ୍ଲାଦ ପୁଅ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲା ବୋଲି ଜଣାଯାଇଛି । 

ପୁଅର ଫାଉଡ଼ା ଚୋଟରେ ଘଟଣାସ୍ଥଳରେ ହିଁ ମାଆର ମୃତ୍ୟୁ ହୋଇଯାଇଥିଲା । ଏହାପରେ ଗ୍ରାମବାସୀ ଅଭିଯୁକ୍ତ ପୁଅକୁ କାବୁ କରି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳକୁ ଆସି ତାକୁ ଗିରଫ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଅଧିକ ପଢନ୍ତୁ : ୪ ଟନ୍ ବିସ୍ଫୋରକ ଲୁଟିଛନ୍ତି କି ଲାଲବାହିନୀ ?

Odisha Crime Puri Murder Son Killed Mother
Advertisment
Advertisment