/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748876856.jpg)
୨ ମାସ ପରେ କ୍ରାଇମସିନ୍ ରିକ୍ରିଏସନ୍
ହତ୍ୟାକାଣ୍ଡର ୨ ମାସ ପରେ ଅଭିଯୁକ୍ତ କହୁଛି ହତ୍ୟା କାହାଣୀ । କେମିତି ଘଟାଇଥିଲା ହତ୍ୟାକାଣ୍ଡ, କେଉଁଥିରେ ମାରିଥିଲା, ଆଉ କାହିଁକି କଲା ହତ୍ୟା। ଘଞ୍ଚ ଜଙ୍ଗଲରେ ସେ ସବୁର ଡେମୋ ଦେଖାଇଛି ଅଭୁଯୁକ୍ତ। ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅଞ୍ଚଳରେ ବିଲ୍ଡର ସସ୍ମିତ ବିଶ୍ୱାଳ ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ଦେବଦତ୍ତ ପରିଡାକୁ ରିମାଣ୍ଡରେ ନେଇ କ୍ରାଇମ ସିନ୍ ରିକ୍ରିଏସନ କରିଛି ପୋଲିସ ।
ଘଞ୍ଚ ଜଙ୍ଗଲରେ ହତ୍ୟାକାଣ୍ଡର ଡେମୋ ଦେଖାଉଛି ଅଭିଯୁକ୍ତ । ଗତ ଏପ୍ରିଲ ୧୧ରେ ଏଇଠି ଗଡିଥିଲା ମୁଣ୍ଡ । ବିଲଡର ସସ୍ମିତ ବିଶ୍ବାଳଙ୍କୁ ପିଟି ପିଟି ହତ୍ୟା କରିଥିଲେ ଦୁର୍ବୃତ୍ତ । ଆଉ ଏ ହେଉଛି ସେହି ମୁଖ୍ୟ ଅଭିଯୁକ୍ତ ଦେବଦତ୍ତ ପରିଡା। ଯିଏ ହତ୍ୟାକାଣ୍ଡ ପରେ ଫେରାର ମାରିଥିଲା। କୋର୍ଟରେ ଆତ୍ମସମର୍ପଣ ପରେ ଏବେ ତାକୁ ରିମାଣ୍ଡରେ ଆଣି ଘାଣ୍ଟୁଛି ପୋଲିସ। ହତ୍ୟାକାଣ୍ଡ ସ୍ଥଳକୁ ଆଣି କ୍ରାଇମ ସିନ୍ ରିକ୍ରିଏସନ କରିଛି। ଆଉ ପୋଲିସ ଆଗରେ ଗୋଟି ଗୋଟି କରି ସବୁ ସତ ଉଗାରିଛି ଅଭିଯୁକ୍ତ ଦେବଦତ୍ତ। କ୍ରାଇମ୍ ସିନ୍ ରିକ୍ରିଏସନ ବେଳେ କ୍ରାଇମ ସ୍ପଟରୁ ଏକ ଠେଙ୍ଗା ଜବତ ହୋଇଛି। ଯେଉଁ ଠେଙ୍ଗାରେ ବିଲଡରଙ୍କୁ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରିଥିଲେ ଦେବଦତ୍ତ ଓ ତା’ର ସହଯୋଗୀ।
ଜମିବାଡ଼ି ବିବାଦକୁ ନେଇ ଗତ ଏପ୍ରିଲ ୧୧ ତାରିଖରେ ଘଟିଥିଲା ହତ୍ୟାକାଣ୍ଡ। ସସ୍ମିତ ପ୍ରଧାନସାହିରେ ଥିବା ତାଙ୍କ ଜମି ନିକଟକୁ ଯାଇଥିବା ବେଳେ ପ୍ରି ପ୍ଲାନ୍ ମୁତାବକ ଅଭିଯୁକ୍ତମାନେ ପାଟିତୁଣ୍ଡ କରିଥିଲେ। ପ୍ରତିବାଦ କରିବାରୁ ନିଛାଟିଆ ସ୍ଥାନକୁ ନେଇ ତାଙ୍କ ହାତ ଗୋଡ଼ ବାନ୍ଧି ନିସ୍ତୁକ ପିଟିଥିଲେ। ମୁହଁରେ ପଟି ବାନ୍ଧି ଠେଙ୍ଗା ଓ ଏକ କାଠ ପଟାରେ ତାଙ୍କୁ ପିଟିପିଟି ହତ୍ୟା କରିଥିଲେ। ମାମଲାରେ ବର୍ତ୍ତମାନ ସୁଦ୍ଧା ମୋଟ ୫ ଜଣ ଗିରଫ ହୋଇଥିବା ବେଳେ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ହୋମଗାର୍ଡ ମଧ୍ୟ ରହିଛନ୍ତି। ମାମଲରେ ଏବେବି ଏକାଧିକ ଅଭିଯୁକ୍ତ ଫେରାର୍ ଥିବା ବେଳେ ଖୁବଶୀଘ୍ର ସମସ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)


/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)