Advertisment

ଖୋଲିବ କ୍ରିକେଟର ରାଜଶ୍ରୀଙ୍କ ମୃତ୍ୟୁ ରହସ୍ୟ ! ସ୍କୁଟିରୁ ମିଳିଲା ଚିଠି, ମୃତ୍ୟୁ ପାଇଁ ଏହି ୨ ଜଣ ଦାୟୀ !

ରାଜଶ୍ରୀଙ୍କ ଗାଡ଼ି ଡିକିରୁ ଏକ ଚିଠି ମିଳିଛି। ଯାହାକି ମୃତ୍ୟୁ ରହସ୍ୟ ଖୋଲିପାରେ। ରାଜଶ୍ରୀଙ୍କ ଗାଡ଼ି ଡିକିରୁ ମିଳିଥିବା ଚିଠିକୁ ନେଇ ପୋଲିସ ଛାନ୍‌ଭିନ୍ ଜାରି ରଖିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Lady Cricketer Rajashree Swain Death Case

Cricketer Rajashree Swain Death Case

କେମିତି ହେଲା ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତ୍ୟୁ ? ଜଙ୍ଗଲ ଭିତରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିବା ପରେ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତକାଲି କଟକ ଗୁରୁଡିଝାଟିଆର ଏକ ଘଞ୍ଚ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ରାଜଶ୍ରୀଙ୍କ ମୃତଦେହ ମିଳିଥିଲା। ଗତ ୧୧ ତାରିଖରୁ ରାଜଶ୍ରୀ ନିଖୋଜ ହେବା ନେଇ କଟକ ମଙ୍ଗଳାବାଗ ଥାନାରେ ଓଡ଼ିଶା କୋଚ୍ ପୁଷ୍ପାଞ୍ଜଳି ବାନାର୍ଜୀ ଏତଲା ଦେଇଥିଲେ। ଗୁରୁଡିଝାଟିଆ ଜଙ୍ଗଲରେ ପ୍ରଥମେ ରାଜଶ୍ରୀଙ୍କ ସ୍କୁଟିକୁ ଦେଖି ପୋଲିସକୁ ଜଣେ ବ୍ୟକ୍ତି ଖବର ଦେଇଥିଲେ। ଖୋଜାଖୋଜି ପରେ ସେହି  ଜଙ୍ଗଲରୁ ରାଜଶ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ଏସବୁ ଭିତରେ ପୋଲିସ୍‌ ହାତରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି। ରାଜଶ୍ରୀଙ୍କ ଗାଡ଼ି ଡିକିରୁ ଏକ ଚିଠି ମିଳିଛି। ଯାହାକି ମୃତ୍ୟୁ ରହସ୍ୟ ଖୋଲିପାରେ।

Advertisment

ଅଧିକ ପଢ଼ନ୍ତୁ: ମହିଳା କ୍ରିକେଟର୍ ରାଜଶ୍ରୀଙ୍କ ରହସ୍ୟଜନକ ମୃତ୍ୟୁ, ଜଙ୍ଗଲ ବାଛିଲେ କାହିଁକି ?

ରାଜଶ୍ରୀଙ୍କ ଗାଡ଼ି ଡିକିରୁ ମିଳିଥିବା ଚିଠିକୁ ନେଇ ପୋଲିସ ଛାନ୍‌ଭିନ୍ ଜାରି ରଖିଛି। ହାତ ଲେଖା ଚିଠିରେ ମୃତ୍ୟୁ ପାଇଁ ୨ ଜଣ ଦାୟୀ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଜଣେ କୋଚ୍‌ଙ୍କ ସମେତ OCAର ପୂର୍ବତନ ସଦସ୍ୟ ଦାୟୀ ବୋଲି ଚିଠିରେ ଉଲ୍ଲେଖ ରହିଛି। ଏ ପ୍ରସଙ୍ଗରେ ଖୁବ୍‌ଶୀଘ୍ର ଓସିଏର କିଛି କର୍ତ୍ତୃପକ୍ଷଙ୍କୁ ପୋଲିସ ପଚରାଉଚରା କରିପାରେ ବୋଲି କୁହାଯାଉଛି। ସେପଟେ ରାଜଶ୍ରୀଙ୍କ ଗାଡ଼ି ଡିକିରୁ ମିଳିଥିବା ଚିଠି ରାଜଶ୍ରୀଙ୍କ ହାତଲେଖା ନା ନାହିଁ ତାହା ସ୍ପଷ୍ଟ ହୋଇନି।

Advertisment

ସୂଚନାଥାଉ କି, ରାଜଶ୍ରୀ OCAର ୨୫ ଜଣିଆ ମହିଳା କ୍ରିକେଟ୍ ପ୍ରଶିକ୍ଷଣ ଶିବିରରେ ଭାଗ ନେଇଥିଲେ। ତେବେ ଆସନ୍ତା ଟି-ଟ୍ୱେଣ୍ଟି ଓଡ଼ିଶା ସିନିୟର ମହିଳା ଦଳ ପାଇଁ ୧୦ ତାରିଖରେ ପ୍ରକାଶିତ ତାଲିକାରେ ରାଜଶ୍ରୀଙ୍କ ନାଁ ସ୍ଥାନ ପାଇ ନଥିଲା। ୧୧ ତାରିଖରୁ ରାଜଶ୍ରୀ ନିଖୋଜ ହୋଇଥିବା ନେଇ କଟକ ମଙ୍ଗଳାବାଗ ଥାନାରେ ଓଡ଼ିଶା କୋଚ୍ ପୁଷ୍ପାଞ୍ଜଳି ବାନାର୍ଜୀ ଏତଲା ଦେଇଥିଲେ।  ସେପଟେ  ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍(OCA) ଉପରେ ସିଧାସଳଖ ବର୍ଷିଛନ୍ତି ପରିବାର ଲୋକେ।

Cricket
Advertisment
Advertisment