/odishatv-khabar/media/post_attachments/uploadimage/library/16_9/16_9_0/IMAGE_1673582306.jpg)
Cricketer Rajashree Swain
ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ନିଖୋଜ । ୧୧ ତାରିଖରୁ ନିଖୋଜ ହୋଇଥିବା ନେଇ କଟକ ମଙ୍ଗଳାବାଗ ଥାନାରେ ଏତଲା କରିଛନ୍ତି ଓଡ଼ିଶା କୋଚ୍ ପୁଷ୍ପାଞ୍ଜଳି ବାନାର୍ଜୀ । ୨୫ ଜଣିଆ ମହିଳା କ୍ରିକେଟ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିଲେ ରାଜଶ୍ରୀ । ହେଲେ ଚୂଡ଼ାନ୍ତ ଦଳରେ ସ୍ଥାନ ନ ମିଳିବାକୁ ନେଇ ସେ ଚାପରେ ଥିବା ନେଇ ଏତଲାରେ ଉଲ୍ଲେଖ ରହିଛି ।
ଏପଟେ ରାଜଶ୍ରୀଙ୍କୁ ନେଇ ବଢୁଛି ସସପେନସ । ଏକ ବାଇକ୍ ଓ ହେଲମେଟ୍ ଓରନ୍ଦା ଜଙ୍ଗଲରୁ ମିଳିବାକୁ ନେଇ ସନ୍ଦେହ ବଢିଛି । ଏହି ବାଇକ ଓ ହେଲମେଣ୍ଟ ରାଜଶ୍ରୀଙ୍କର ବୋଲି କୁହାଯାଉଛି । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କୁଆଡ଼େ ଗଲେ ରାଜଶ୍ରୀ । ଏପଟେ ଝିଅକୁ ଖୋଜି ଦେବା ପାଇଁ ଖୋଜି ଦେବା ପାଇଁ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ଗୁହାରି କରିଛନ୍ତି ରାଜଶ୍ରୀଙ୍କ ବାପା ଓ ମାଆ ।
ଝିଅର ଫଟୋ ଧରି ଭୁବନେଶ୍ୱର ସ୍ଥିତ ମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ । ମୋ ଝିଅ ପ୍ରତି ଚୟନ ପ୍ରକ୍ରିୟାରେ ଅନ୍ୟାୟ ହୋଇଛି ବୋଲି ତାଙ୍କ ମାଆ ଅଭିଯୋଗ କରିଛନ୍ତି । ଏମିତିକି ମୋ ଝିଅକୁ ମାରି ଦିଆଯାଇଛି ବା ଲୁଚାଇ ରଖାଯାଇଛି ବୋଲି କହିଛନ୍ତି ରାଜଶ୍ରୀଙ୍କ ମାଆ । ରାଜଶ୍ରୀଙ୍କ ଘର ହେଉଛି ପୁରୀ ଜିଲ୍ଲା ରାମଚଣ୍ଡୀ ଥାନା ଭୂଆଁରେ ବୋଲି ସୂଚନା ମିଳିଛି ।
ମହିଳା କ୍ରିକେଟର୍ ନିଖୋଜ : ମଙ୍ଗଳାବାଗ ଥାନାରେ କୋଚ୍ ଏତଲା ଦେବା ପରେ ପୋଲିସର ତନାଘନା, ଦୁଇ ଦିନ ହେଲାଣି ମହିଳା କ୍ରିକେଟରଙ୍କ ପତ୍ତା ନାହିଁ #Odisha#Otvpic.twitter.com/7iO0uca59A
— ଓଟିଭି (@otvkhabar) January 13, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)