Advertisment

ପାରାଦୀପ ପୋର୍ଟ ଲାଞ୍ଚ କାରବାର ମାମଲାରେ ଚର୍ଚ୍ଚିତଙ୍କୁ ଜାମିନ

ସାକ୍ଷୀଙ୍କୁ ପ୍ରଭାବିତ ନ କରିବା ଓ ପାସପୋର୍ଟ ଜମା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ । ପ୍ରତି ୧୫ ଦିନରେ ତଦନ୍ତ ଅଧିକାରୀଙ୍କୁ ସାକ୍ଷାତ ପାଇଁ ମଧ୍ୟ କଡ଼ା ନିର୍ଦ୍ଦେଶ ରହିଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Charchit Mishra

Charchit Mishra

ଚର୍ଚ୍ଚିତ ମିଶ୍ରଙ୍କୁ ଜାମିନ । ପାରାଦୀପ ପୋର୍ଟ ଲାଞ୍ଚ କାରବାର ମାମଲାରେ ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ରଙ୍କୁ ମିଳିଲା ଜାମିନ । ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡର ନିର୍ଦ୍ଦେଶକ ହେଉଛନ୍ତି ଚର୍ଚ୍ଚିତ ମିଶ୍ର । ଚର୍ଚ୍ଚିତଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ସ୍ୱତନ୍ତ୍ର CBI କୋର୍ଟ । ସାକ୍ଷୀଙ୍କୁ ପ୍ରଭାବିତ ନ କରିବା ଓ ପାସପୋର୍ଟ ଜମା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ । ପ୍ରତି ୧୫ ଦିନରେ ତଦନ୍ତ ଅଧିକାରୀଙ୍କୁ ସାକ୍ଷାତ ପାଇଁ ମଧ୍ୟ କଡ଼ା ନିର୍ଦ୍ଦେଶ ରହିଛି ।

Advertisment

ପାରାଦୀପ ପୋର୍ଟ ଲାଞ୍ଚ କାରବାର ମାମଲାରେ ଶିଳ୍ପପତି ମହିମା ମିଶ୍ର ତଥା OSL ନିର୍ଦ୍ଦେଶକ ଚର୍ଚ୍ଚିତ ମିଶ୍ରଙ୍କ ଜାମିନ ଆବେଦନ ପୂର୍ବରୁ ଖାରଜ ହୋଇଥିଲା । ତାଙ୍କର ଦୁଇ ସହଯୋଗୀ ଦେବପ୍ରିୟ ମହାନ୍ତି ଓ ସୁମନ୍ତ ରାଉତଙ୍କ ଜାମିନ ଆବେଦନ ମଧ୍ୟ ଖାରଜ କରିଥିଲେ ସ୍ୱତନ୍ତ୍ର ସିବିଆଇ କୋର୍ଟ । କିନ୍ତୁ ସେହି ସମୟରେ ଏହି ମାମଲାରେ ବିଲ୍ଡର୍ ଶିଶିର ଦାସଙ୍କୁ ଜାମିନ ମିଳିଥିଲା ।

ଶିଳ୍ପପତି ମହିମା ମିଶ୍ରଙ୍କ କମ୍ପାନି OSLକୁ ଅହେତୁକ ଅନୁକମ୍ପା ପ୍ରଦାନ ପାଇଁ ଲାଞ୍ଚ କାରବାର ହୋଇଥିବା ଅଭିଯୋଗ କରି ସିବିଆଇ ମହିମା ମିଶ୍ରଙ୍କ ପୁଅ ତଥା OSL ନିର୍ଦ୍ଦେଶକ ଚର୍ଚ୍ଚିତ ମିଶ୍ର, ଚିଫ୍ ଇଂଜିନିୟର ସରୋଜ ଦାଶ, ତାଙ୍କ ସହଯୋଗୀ ବିଲ୍ଡର ଶିଶିର ଦାସ, କେସିଟିର ଦେବପ୍ରିୟ ମହାନ୍ତିଙ୍କ ସମେତ ୭ ଜଣଙ୍କୁ ଗିରଫ କରିଥିଲା । ଏହି ମାମଲାରେ ମହିମା ମିଶ୍ରଙ୍କ କଟକ ଘର, ଅଫିସ ସହିତ ପାରାଦୀପ ଓ ଅନ୍ୟାନ୍ୟ ସ୍ଥାନରେ ରେଡ୍ କରିଥିଲା ସିବିଆଇ । ମହିମା ମିଶ୍ର ଓ ତାଙ୍କ ପୁଅ ଚନ୍ଦନଙ୍କୁ ମଧ୍ୟ ଜେରା କରିଥିଲା ।

Advertisment

୬୦ ଲକ୍ଷ ଟଙ୍କାର ବିପୁଳ ଲାଞ୍ଚ କାରବାର ମାମଲାରେ ଶିଳ୍ପପତି ମହିମା ମିଶ୍ରଙ୍କ ଅଫିସ, ଘର ଓ ଅନ୍ୟ ସ୍ଥାନରେ ରେଡ୍ ସହ ତାଙ୍କ ପୁଅ ଚନ୍ଦନ ମିଶ୍ରଙ୍କୁ ଜେରା କରିଥିଲା ସିବିଆଇ। ଶିଳ୍ପପତି ମହିମା ମିଶ୍ର ଓ ତାଙ୍କ ବଡ଼ ପୁଅ ଚନ୍ଦନ ମିଶ୍ରଙ୍କୁ ଭୁବନେଶ୍ୱର କାର୍ଯ୍ୟାଳୟକୁ ଡାକି ପଚରାଉଚରା କରିଥିଲା ତଦନ୍ତକାରୀ ସଂସ୍ଥା ।

ସିବିଆଇର ସୂଚନା ଅନୁସାରେ ଚିଫ୍ ମେକାନିକାଲ ଇଞ୍ଜିନିୟର ସରୋଜ କୁମାର ଦାସ ବିଭିନ୍ନ ସମୟରେ ପାରାଦୀପ ବନ୍ଦରରେ ନିୟୋଜିତ ଥିବା ବିଭିନ୍ନ ଘରୋଇ କମ୍ପାନୀଙ୍କୁ ଅହେତୁକ ଅନୁକଂପା ଦେଖାଇ ତାଙ୍କ ଘନିଷ୍ଠ ମଧ୍ୟସ୍ଥିଙ୍କ ଜରିଆରେ ଅଭ୍ୟାସଗତ ଭାବେ ଲାଞ୍ଚ ଗ୍ରହଣ କରି ଆସୁଥିଲେ । ଏହି ମଧ୍ୟସ୍ଥି ଜଣଙ୍କର ପୋର୍ଟର ଅପରେସନ୍ ମ୍ୟାନେଜର ଓ ଘରୋଇ କମ୍ପାନୀ ସହ ଘନିଷ୍ଠତା ରହିଥିଲା ।

CBI Raid Mahima Mishra Charchit Mishra Paradip Port Trust Bribery Case
Advertisment
Advertisment