Advertisment

ଶିଳ୍ପପତି ମହିମା ମିଶ୍ର ଓ ତାଙ୍କ ପୁଅକୁ CBIର ଘନ ଘନ ଜେରା

ପାରାଦୀପ ବନ୍ଦର ଗେଷ୍ଟ ହାଉସ୍‌ରେ ମହିମା ମିଶ୍ର ଓ ତାଙ୍କ ପୁଅ ଚନ୍ଦନଙ୍କୁ ସିବିଆଇ ୬ ଘଣ୍ଟା ଜେରା କରିଥିଲା। ଗତକାଲି ସକାଳୁ ସିବିଆଇ ଟିମ୍ ମହିମାଙ୍କ କଟକ ସ୍ଥିତ ଘର, ଅଫିସ୍ ଓ ପାରାଦୀପ ଅଫିସ୍‌ରେ ରେଡ୍ କରିଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
CBI grills industrialist Mahima Mishra & his son Chandan Mishra

CBI grills industrialist Mahima Mishra & his son Chandan Mishra

ଶିଳ୍ପପତି ମହିମା ମିଶ୍ର ଓ ତାଙ୍କ ପୁଅ ଚନ୍ଦନ ମିଶ୍ରଙ୍କୁ ସିବିଆଇ ଜେରା କରିଛି। ଗତକାଲି ପାରାଦୀପ ବନ୍ଦର ଗେଷ୍ଟ ହାଉସ୍‌ରେ ମହିମା ମିଶ୍ର ଓ ତାଙ୍କ ପୁଅ ଚନ୍ଦନଙ୍କୁ ସିବିଆଇ ୬ ଘଣ୍ଟା ଜେରା କରିଥିଲା। ସେହିପରି ଭୁବନେଶ୍ୱର CBI ଅଫିସ୍‌ରେ ସାଢ଼େ ୩ ଘଣ୍ଟାରୁ ଅଧିକ ସମୟ ଧରି ସିବିଆଇ ଅଧିକାରୀ ଚନ୍ଦନଙ୍କୁ ପଚରାଉଚରା କରିଥିଲା। ୨୫ ଲକ୍ଷ ଟଙ୍କା ଲାଞ୍ଚ କାରବାର ଅଭିଯୋଗରେ ଉଭୟଙ୍କୁ ସିବିଆଇ ଜେରା କରିଥିବା ଅନୁମାନ କରାଯାଉଛି। 

Advertisment

ଗତକାଲି ସକାଳୁ ସିବିଆଇ ଟିମ୍ ମହିମାଙ୍କ କଟକ ସ୍ଥିତ ଘର, ଅଫିସ୍ ଓ ପାରାଦୀପ ଅଫିସ୍‌ରେ ରେଡ୍ କରିଥିଲା। ଏହାସହ ପାରାଦୀପ ପୋର୍ଟର ଚିଫ୍ ମେକାନିକାଲ ଇଞ୍ଜିନିୟର ସରୋଜ ଦାସ ଏବଂ OSLର ଠିକା କର୍ମଚାରୀ ସୁମନ୍ତ ରାଉତଙ୍କୁ ବି ପାରାଦୀପରୁ ଉଠାଇ ନେଇ ସିବିଆଇ ପଚରାଉଚରା କରିଥିଲା। କୋଲ୍ ମାଇନିଂ କମ୍ପାନୀ KCT ସହ ପାରାଦୀପ ପୋର୍ଟର ଚିଫ୍ ମେକାନିକାଲ ଇଞ୍ଜିନିୟର ସରୋଜ ଦାସଙ୍କ ବିବାଦ ଥିଲା।

ଏହାକୁ ସମାଧାନ କରିବାକୁ KCTର କୋଲ୍ ହାଣ୍ଡଲିଂ ଏଜେଣ୍ଟ OSL ୨୫ ଲକ୍ଷ ଟଙ୍କା ସରୋଜଙ୍କୁ ଦେଇଥିବା ଚର୍ଚ୍ଚା ହେଉଛି। OSL ଠିକା କର୍ମଚାରୀ ସୁମନ୍ତ ରାଉତଙ୍କ ଜରିଆରେ ଏହି ଲାଞ୍ଚ ଟଙ୍କା ନେଇଥିବା କୁହାଯାଉଛି। ଖବର ଲେଖାଯିବା ସୁଦ୍ଧା ଘଟଣାକୁ ନେଇ ସିବିଆଇ, ଓଏସ୍ଏଲ୍, KCT କିମ୍ବା ସରୋଜ ଦାସଙ୍କ ପ୍ରତିକ୍ରିୟା ମିଳିପାରିନି।

Advertisment

ସୂଚନାଥାଉ କି, ୨୦୦୧ ମସିହା ଡିସେମ୍ବରରେ ବ୍ୟାଙ୍କକର ଏକ ହୋଟେଲରୁ ଥାଇଲାଣ୍ଡ ପୋଲିସ୍‌ ପାରାଦୀପ ସିୱେଜ ସିପିଂ କମ୍ପାନୀ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ  ମହିମା ମିଶ୍ର ଓ ତାଙ୍କ ସହଯୋଗୀ ବସନ୍ତ ବଳଙ୍କୁ ଗିରଫ କରିଥିଲା। ଏହାର ୨ ବର୍ଷ ପରେ ତାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଥିଲା। 

CBI Raid OSL Office Industrialist Mahima Mishra
Advertisment
Advertisment