• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବହୁଚର୍ଚ୍ଚିତ ଆନନ୍ଦ ଟପ୍ପୋ ହତ୍ୟା ମାମଲାରେ ଭୁବନେଶ୍ୱର ଇନଫୋସିଟି ଥାନାରେ ହାଜର ହେଲେ ଆନ୍ତର୍ଜାତିକ ହକି ଖେଳାଳୀ ବୀରେନ୍ଦ୍ର ଲାକ୍ରା । ଗତ ଫେବ୍ରୁଆରୀ ୨୮ ତାରିଖରେ ଇନଫୋସିଟି ଥାନା ଅଞ୍ଚଳର ଏକ ଆପାର୍ଟମେଣ୍ଟରୁ ଆନନ୍ଦ ଟପ୍ପୋଙ୍କ ମୃତଦେହ ମିଳିଥିଲା । ପରେ ଏ ଘଟଣାରେ ବୀରେନ୍ଦ୍ରଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଥିଲେ ଆନନ୍ଦଙ୍କ ବାପା । ଏହି ମାମଲାରେ ପଚରାଉଚରା ପାଇଁ ବୀରେନ୍ଦ୍ରଙ୍କୁ ପୋଲିସ ଥାନାକୁ ଡାକିଥିବା ସୂଚନା ମିଳିଛି ।

୨୮ ବର୍ଷୀୟ ଆନନ୍ଦ ଟପ୍ପୋ ବିବାହ କରିବାର ମାତ୍ର ୧୦ ଦିନ ପରେ ତାଙ୍କ ଝୁଲନ୍ତା ମୃତଦେହ ଇନଫୋସିଟି ଅଞ୍ଚଳର ଏକ ଆପାର୍ଟମେଣ୍ଟରୁ ମିଳିଥିଲା । ପରେ ଟପ୍ପୋ ପରିବାର ଏହାକୁ ହତ୍ୟାକାଣ୍ଡ କହି ବୀରେନ୍ଦ୍ର ଓ ତାଙ୍କର ଜଣେ ବନ୍ଧୁଙ୍କ ନାଁରେ ଏତଲା ଦେଇଥିଲେ । ତେବେ ପୋଲିସ ତଦନ୍ତରେ ଶିଥିଳତା ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଆନନ୍ଦ ଟପ୍ପୋଙ୍କ ପରିବାର । ତିନି ଦିନ ତଳେ ଏ ମାମଲାରେ ହାଇକୋର୍ଟ ଶୁଣାଣି କରି କମିଶନରେଟ୍ ପୋଲିସକୁ ଭର୍ତ୍ସନା କରିଥିଲେ ଏବଂ ଆସନ୍ତା ୩ ମାସ ଭିତରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏପରିିକି ଭୁବନେଶ୍ୱର ଡିସିପିଙ୍କୁ ବ୍ୟକ୍ତିଗତ ଭାବେ ତଦନ୍ତର ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଇନ୍‌ପୋସିଟି ଥାନା ଆଇଆଇସିଙ୍କୁ ଫିଲ୍ଡ ପୋଷ୍ଟିଂ ନଦେବାକୁ କହିବା ସହ ଟ୍ରେନିଂରେ ପଠାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଆନନ୍ଦ ଟପ୍ପୋଙ୍କୁ ନିଜର ବାନ୍ଧବୀ ମନଜିତ୍ ଟେଟେ ସହ ମିଶି ଅନ୍ତଜାର୍ତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରା ହତ୍ୟା କରିଥିବା ଅଭିଯୋଗ ଆଣିଥିଲେ ଆନନ୍ଦଙ୍କ ବାପା ବନ୍ଧନା ଟପ୍ପୋ । ପୁଅକୁ ଉଭୟେ ମିଶି ଭୁବନେଶ୍ୱର ଇନ୍‌ଫୋସିଟି ଥାନା ଅନ୍ତର୍ଗତ ଏକ ଆପାର୍ଟମେଣ୍ଟରେ ହାତ ବାନ୍ଧି ତଣ୍ଟି ଚିପିବା ସହ ହତ୍ୟା କରିଥିବା ସେ ଅଭିଯୋଗ କରିଥିଲେ । ମନ୍‌ଜିତ ସହ କୌଣସି ଏକ ନିବିଡ଼ ସମ୍ପର୍କରୁ ପୁଅ ଆନନ୍ଦଙ୍କୁ ହତ୍ୟା କରାଯାଇଥିବା ଆଶଙ୍କା କରିଥିଲେ ଆନନ୍ଦଙ୍କ ବାପା ।

ଅଧିକ ପଢ଼ନ୍ତୁ: ଆନନ୍ଦ ଟପ୍ପୋଙ୍କ ରହସ୍ୟଜନକ ମୃତ୍ୟୁ, ବଢ଼ିପାରେ ହକି ଷ୍ଟାର ବୀରେନ୍ଦ୍ର ଲାକ୍ରାଙ୍କ ଅଡ଼ୁଆ

ବନ୍ଧନାଙ୍କ ଅଭିଯୋଗ, ବିବାହ ପରେ କୁଟୁରା ଥାନା ଭେଲୁଆଡିହି ଗାଁରୁ ଭୁବନେଶ୍ୱର କୁ ଆସିଥିଲେ ଆନନ୍ଦ । ଇନ୍‌ଫୋସିଟି ଥାନା ଅନ୍ତର୍ଗତ ଏକ ଆପାର୍ଟମେଣ୍ଟରେ ବୀରେନ୍ଦ୍ର ଲାକ୍ରା, ବାନ୍ଧବୀ ମନଜିତ୍ ଟେଟେଙ୍କ ସହ ମିଶି ଆନନ୍ଦ ରହୁଥିଲେ । କିନ୍ତୁ ଫେବୃୟାରୀ ୨୮ରେ ଆନନ୍ଦ ଆତ୍ମହତ୍ୟା କରିଥିବା ନେଇ ବୀରେନ୍ଦ୍ର ଆନନ୍ଦଙ୍କ ବାପାଙ୍କୁ ଫୋନ୍ କରି ଜଣାଇଥିଲେ । ଖବରପାଇ ମାର୍ଚ୍ଚ ୧ରେ ଭୁବନେଶ୍ୱର ପହଞ୍ଚିଥିଲେ ପରିବାର ଲୋକେ । ଏହି ସମୟରେ ଆନନ୍ଦଙ୍କ ଆତ୍ମହତ୍ୟା ସଂପର୍କରେ କିଛି ଜାଣିନଥିବା କହିଥିଲେ ବୀରେନ୍ଦ୍ର ଏବଂ ବାନ୍ଧବୀ ମନଜିତ୍ । ତେବେ ପାରିପାର୍ଶ୍ୱିକ ସ୍ଥିତି ଦେଖି ଏହାକୁ ହତ୍ୟାକାଣ୍ଡ ଦର୍ଶାଇ ଇନ୍‌ଫୋସିଟି ଥାନାରେ ଏତଲା ଦେବାକୁ ଯାଇଥିଲେ ବି ଆନନ୍ଦଙ୍କ ବାପାଙ୍କ ଏତଲାକୁ ଗ୍ରହଣ କରିନଥିଲା ପୋଲିସ ।