• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା ଗୋପାଳ ଦାସଙ୍କ ପୂରା ନାଁ ଗୋପାଳକୃଷ୍ଣ ଦାସ । ପ୍ରଥମେ ବ୍ରହ୍ମପୁରରେ କନଷ୍ଟେବଳ ଭାବେ ଚାକିରି ଆରମ୍ଭ କରିଥିଲେ । ଚାକିରିରେ ପଦୋନ୍ନତି ପରେ ଏଏସ୍‌ଆଇ ଭାବେ ନିଯୁକ୍ତି ପାଇଥିଲେ । ASI ନିଯୁକ୍ତି ପରେ ଝାରସୁଗୁଡ଼ା ରେ ଅବସ୍ଥାପିତ ଥିଲେ । ଝାରସୁଗୁଡ଼ାରେ ୧୨ ବର୍ଷରୁ ଅଧକ ସମୟ ହେବ କାର୍ଯ୍ୟ କରିଆସୁଛନ୍ତି । ବ୍ରଜରାଜନଗର ଗାନ୍ଧି ଛକ ଫାଣ୍ଡି ଦାୟିତ୍ୱରେ ଥିଲେ ଗୋପାଳ । ୫ ମାସ ପୂର୍ବରୁ ବ୍ରହ୍ମପୁର ସ୍ଥିତ ଘରକୁ ଆସିଥିଲେ । ୧୨ ଦିନ ପୂର୍ବରୁ ସ୍ତ୍ରୀ ଜୟନ୍ତୀ ଝାରସୁଗୁଡ଼ାକୁ ମଧ୍ୟ ଯାଇଥିଲେ ।

ଅଧିକ ପଢ଼ନ୍ତୁ: ମାନସିକ ରୋଗରେ ଆକ୍ରାନ୍ତ ଥିଲେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା ASI ଗୋପାଳ ଦାସ

ଗୋପାଳ ମାନସିକ ରୋଗରେ ଆକ୍ରାନ୍ତ ଥିବାରୁ ୮ ବର୍ଷ ହେବ ସେନେଇ ଔଷଧ ଖାଉଥିଲେ । ବ୍ରହ୍ମପୁରର ଏକ କ୍ଲିନିକ୍‌ରେ ଚାଲିଥିଲା ତାଙ୍କର ଚିକିତ୍ସା । ସେ ଉଚ୍ଚ ରକ୍ତଚାପ ରୋଗରେ ମଧ୍ୟ ଥିଲେ ଆକ୍ରାନ୍ତ । ରୋଗ ଓ ଚିକିତ୍ସା ନେଇ ପତ୍ନୀ ଜୟନ୍ତୀ ସୂଚନା ଦେଇଥିଲେ । ଆଜି ସକାଳେ ଝିଅ ସହ ଭିଡ଼ିଓ କଲ୍‌ରେ କଥା ବି ହୋଇଥିଲେ ଗୋପାଳ । ଫୋନ୍ ଆସୁଛି କହି ଭିଡିଓ କଲ୍ କାଟିଥିଲେ । ଆଉ ତାପରେ ଆଜି ଡ୍ୟୁଟିରେ ଥିବା ବେଳେ ଏଭଳି କାଣ୍ଡ ଭିଆଇଛନ୍ତି ।

ଗୁଳିମାଡ଼ ପରେ ଗୋପାଳଙ୍କୁ ଧରିଲା ପୋଲିସ । ନବଙ୍କ ସମର୍ଥକ ଗୋପାଳକୁ ଗୋଡ଼ାଇଥିଲେ । ଗୋପାଳ ଧରିଥିବା ବନ୍ଧୁକ ଛଡ଼ାଇଥିଲେ ବିଜେଡି ସମର୍ଥକ । 

ଏବେ ପ୍ରଶ୍ନ ଉଠୁଛି, ନବଙ୍କୁ କାହିଁକି ଗୁଳି ମାରିଲେ ଗୋପାଳ ? ନବ ଦାସଙ୍କ ସହ ପୂର୍ବ ଶତ୍ରୁତା ଥିଲା କି ? କଣ ହୋଇପାରେ ଗୁଳିମାଡ଼ର କାରଣ ? ପୂର୍ବରୁ ନବ ଦାସଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ କି ଗୋପାଳ ଦାସ ?