• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବ୍ରଜରାଜନଗର ଗାନ୍ଧି ଛକ ଫାଣ୍ଡି ଅଧିକାରୀ ଥିଲେ ନବଙ୍କୁ ଗୁଳି କରି ହତ୍ୟା କରିଥିବା ଏଏସ୍‌ଆଇ ଗୋପାଳ ଦାସ । ସେହି ବ୍ରଜରାଜନଗରରେ ଗୋପାଳଙ୍କ ଭାଇ ଏକ ହୋଟେଲ କରିଥିଲେ । ପ୍ରାୟ ମାସେ ହେଲା ଏହି ହୋଟେଲ ଖୋଲିଥିଲେ । ନାଁ ରଖିଥିଲେ ବ୍ରହ୍ମପୁର ହୋଟେଲ । ଏଠାରେ ଆଚାର ପାମ୍ପଡ଼ ମଧ୍ୟ ବିକ୍ରି କରୁଥିଲେ । ଆଶ୍ଚର୍ଯ୍ୟର କଥା ହେଲା ଶନିବାର ଯାଏ ଏହି ହୋଟେଲ ଖୋଲା ଥିଲା । କିନ୍ତୁ ରବିବାର ଦିନରୁ ହିଁ ବନ୍ଦ ରହିଛି । ସଂଯୋଗର କଥା ହେଲା ସେହି ରବିବାର ଦିନ ପ୍ରାୟ ୧୨ଟା ୧୫ ମିନିଟରେ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିଲେ ଗୋପାଳ ଦାସ ।

ଏହା କେବଳ ଏକ ସଂଯୋଗ ନାଁ ଆଉ କିଛି । ସବୁ ଦିନ ସକାଳୁ ହୋଟେଲ ଖୋଲାଯାଉଥିବା ବେଳେ ସେହି ଦିନ କାହିଁକି ଏହା ବନ୍ଦ କରାଯାଇଥିଲା । ଆଗରୁ ଏହା ପ୍ଲାନ କରିଥିଲେ କି ଗୋପାଳ ଦାସ । ହୋଟେଲକୁ ବନ୍ଦ କରିବାକୁ କହି ଭାଇକୁ ଘରକୁ ପଠାଇ ଦେଇଥିଲେ କି ? ନବ ଦାସଙ୍କୁ ଗୁଳି କରିବାକୁ ଯୋଜନା କରି ଏପରି ସେ କରିଥିଲେ କି ? କାରଣ ଭାଇଙ୍କ ହୋଟେଲକୁ ନିୟମିତ ଯାଉଥିଲେ ASI ଗୋପାଳ ଦାସ । ଭାଇଙ୍କ ହୋଟେଲରେ ନିୟମିତ ବସାଉଠା କରୁଥିଲେ ।

ଅଧିକ ପଢ଼ନ୍ତୁ: ମନ୍ତ୍ରୀଙ୍କ ଗସ୍ତ ବେଳେ କ’ଣ ରହିଛି ନିୟମ ? SOP ପାଳନ କରିଥିଲା କି ପୋଲସି ? PSO କରୁଥିଲେ କ’ଣ ?

ଅନ୍ୟପଟେ ଗୋପାଳ ଦାସଙ୍କ ପୈତୃକ ଘରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍ । ଗୋପାଳଙ୍କ ଘର ବ୍ରହ୍ମପୁର ବିଏନ୍‌ପୁର ଥାନା ଜଳେଶ୍ୱରପୁର ଗାଁରେ ପହଞ୍ଚି ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଛି ତଦନ୍ତକାରୀ ଟିମ୍ । ଗୋପାଳଙ୍କ ପତ୍ନୀ ଓ ପରିବାର ଲୋକଙ୍କୁ ଦେଢ଼ ଘଣ୍ଟା ଧରି ବିଭିନ୍ନ ପ୍ରଶ୍ନ କରିଛି କ୍ରାଇମବ୍ରାଞ୍ଚ୍ ଟିମ୍ । ନବ ଦାସଙ୍କୁ ହତ୍ୟା ପରଠୁ ବ୍ରହ୍ମପୁରରେ ରହୁଥିବା ତାଙ୍କ ପତ୍ନୀ ଜଳେଶ୍ୱରପୁର ଘରକୁ ପଳାଇ ଯାଇଛନ୍ତି । ଆଗକୁ ଆବଶ୍ୟକ ପଡ଼ିଲେ ଟିମ୍ ପୁଣି ଆସିବ ବୋଲି କ୍ରାଇମବ୍ରାଞ୍ଚ୍ ଡିଏସପି ସୂଚନା ଦେଇଛନ୍ତି ।

ସେହିଭଳି ମନ୍ତ୍ରୀ ନବ ଦାସଙ୍କୁ ଗୁଳିକାଣ୍ଡ ସ୍ଥଳରେ କ୍ରାଇମବ୍ରାଞ୍ଚ ଟିମ୍‌ ପହଞ୍ଚି ଛାନଭିନ୍ କରିଛି । ଝାରସୁଗୁଡ଼ା ଗାନ୍ଧି ଛକ ନିକଟରେ ଘଟିଥିବା ଗୁଳିକାଣ୍ଡ ସ୍ଥଳରେ କ୍ରାଇମବ୍ରାଞ୍ଚ୍ ଟିମ୍ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଯାଞ୍ଚ କରିଛନ୍ତି । ଗୁଳିକାଣ୍ଡର ବିଭିନ୍ନ ଦିଗ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି ।