• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମାନସିକ ରୋଗରେ ଆକ୍ରାନ୍ତ ଥିଲେ ଗୋପାଳ । ଏନେଇ ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର ସୂଚନା ଦେଇଛନ୍ତି । ଗୋପାଳଙ୍କର ବାଇପୋଲାର ଡିଜ୍ଅର୍ଡର ଥିଲା ବୋଲି କହିଛନ୍ତି ଡାକ୍ତର । ମନ୍ତ୍ରୀଙ୍କୁ ଗୁଳି କରିଥିବା ଗୋପାଳ ଦାସଙ୍କ ଚିକିତ୍ସା ନେଇ ଡାକ୍ତରଙ୍କ ସୂଚନା । MKCGର ସାଇକିଆଟ୍ରିକ ମୁଖ୍ୟ ଡାକ୍ତର ଚନ୍ଦ୍ରଶେଖର ତ୍ରିପାଠୀ ଦେଇଛନ୍ତି ଏହି ସୂଚନା ।

ଡାକ୍ତରଙ୍କ କହିବାନୁଯାୟୀ, ‘ଆଠ ଦଶ ବର୍ଷ ତଳେ ସେ ପ୍ରଥମେ କ୍ଲିନିକ୍‌କୁ ଆସିଥିଲେ । ସେତେବେଳେ ଖୁବ୍ ରାଗୁଥିଲେ, ସେଥିପାଇଁ ଚିକିତ୍ସା କରାଯାଇଥିଲା । ଏହା ପରେ ସେ ନିୟମିତ ଔଷଧ ଖାଉ ଥିଲେ ନା ନାହିଁ ଜାଣିନି । ସେ ଆକ୍ରାନ୍ତ ହୋଇଥିବା ରୋଗ ପାଇଁ ନିୟମିତ ଚିକିତ୍ସା ଦରକାର ଥିଲା । ସେ ନିୟମିତ ଚିକିତ୍ସାରେ ରହୁଥିଲେ କି ନାହିଁ ଜାଣିନି’ କହିଲେ ଡାକ୍ତର ନିୟମିତ ଔଷଧ ସେବନ ନ କଲେ ଏହି ରୋଗ ପୁଣି ଆକ୍ରାନ୍ତ କରିପାରେ । ପ୍ରାୟ ବର୍ଷେ ତଳେ ଗୋପାଳ ଚେକ୍ଅପ ପାଇଁ ଆସିଥିଲେ ବୋଲି ସୂଚନା ଦେଇଛନ୍ତି ଡାକ୍ତର ।

ଅଧିକ ପଢ଼ନ୍ତୁ: ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା ପୋଲିସ ASI ଗୋପାଳ କିଏ ? ଆସନ୍ତୁ ଜାଣିବା...

 

OTV is now on Whatsapp

Join and get latest news update delivered to you via whatsapp

Join Now