Engineer Killed Over Dispute
ସିଗାରେଟ୍ ପାଇଁ ମହାଭାରତ । ସିଗାରେଟ୍ କିଣାଇ ନଦେବାରୁ ସଫ୍ଟୱେର ଇଞ୍ଜିନିୟରଙ୍କୁ ହତ୍ୟା । ବେଙ୍ଗାଲୁରୁରୁ ହିଟ୍ ଆଣ୍ଡ ରନ ମାମଲା ସାମନାକୁ ଆସିଛି। ସୂଚନା ଅନୁସାରେ, ବେଙ୍ଗାଲୁରୁର ବସନ୍ତପୁରା ସ୍ଥିତ କନକପୁରା ରୋଡ୍ ନିକଟରେ ଏଭଳି ଘଟଣା ଘଟିଛି । ସୂଚନା ଅନୁସାରେ, ଦୁଇ ଜଣ ସଫ୍ଟୱେୟାର ଇଞ୍ଜିନିୟର ରାସ୍ତାକଡ଼ରେ ଛିଡା ହୋଇ ସିଗାରେଟ୍ ଟାଣୁଥିବା ବେଳେ ହଠାତ୍ ଜଣେ ଅଜଣା ବ୍ୟକ୍ତି ସେମାନଙ୍କୁ ସିଗାରେଟ୍ ମାଗିଥିଲେ । ଯାହାକୁ ନେଇ ଯୁକ୍ତି ତର୍କ ହୋଇଥିଲା । ଆଉ ପରେ ହିଟ୍ ଆଣ୍ଡ ରନ ମାମଲା ସାମନାକୁ ଆସିଥିଲା । ଫଳରେ ଜଣକ ଜୀବନ ଯାଇଛି । ମୃତକ ହେଲେ ବଜରାହଲିରେ ରହୁଥିବା ସଫ୍ଟୱେୟାର ଇଞ୍ଜିନିୟର ୨୯ ବର୍ଷୀୟ ସଞ୍ଜୟ । ଏହାସହ ଅଭିଯୁକ୍ତ ପ୍ରତୀକର ବୟସ ୩୧ ବର୍ଷ ହୋଇଥିବା ଜଣାପଡ଼ିଛି । ଅଭିଯୁକ୍ତ ଜଣକ ରାଜରାଜେଶ୍ୱରୀ ନଗର ଅଞ୍ଚଳରେ ରହୁଥିବାବେଳେ ଏକ ବେସରକାରୀ କମ୍ପାନୀରେ ସେ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି ।
ଘଟଣାସ୍ଥଳର ସିସିଟିଭି ଫୁଟେଜ ଯାଞ୍ଚ ପରେ ପୋଲିସ ଜାଣିବାକୁ ପାଇଛି ଯେ, ଗତ ମେ ୧୦ ତାରିଖରେ ରାସ୍ତାକଡରେ ନିଜର ଜଣେ ବନ୍ଧୁ ଚେତନଙ୍କ ସହ ସଞ୍ଜୟ ସିଗାରେଟ୍ ପାନ କରୁଥିଲେ । ସେହି ସମୟରେ ଅଭିଯୁକ୍ତ ପ୍ରତୀକ ଏକ କାର୍ ଯୋଗେ ଆସି ପହଞ୍ଚିଥିଲା । ଆଉ ନିଜ ପାଇଁ ସିଗାରେଟ୍ କିଣିବାକୁ ସଞ୍ଜୟଙ୍କୁ ବାଧ୍ୟ କରିଥିଲା । ହେଲେ ନିଜେ କାର୍ ଭିତରେ ବସି ରହିଥିଲା । ଯାହା ଶୁଣିବା ପରେ ସଞ୍ଜୟ ବିରକ୍ତି ପ୍ରକାଶ କରିବା ସହ ଏଭଳି ବ୍ୟବହାର ପାଇଁ ପ୍ରତୀକକୁ ଗାଳିଗୁଲଜ କରିଥିଲେ । ଯାହାପରେ କାର୍ ଭିତରୁ ବାହାରି ଆସି ସଞ୍ଜୟଙ୍କୁ ଆକ୍ରମଣ କରିଥିଲା ପ୍ରତୀକ । ଫଳରେ ସଞ୍ଜୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ପରେ ସଞ୍ଜୟଙ୍କୁ ନେଇ ତାଙ୍କ ବନ୍ଧୁ ଚେତନ ବାଇକ ଯୋଗେ ଯାଉଥିବାବେଳେ ପ୍ରତୀକ ନିଜ କାରରେ ଧକ୍କା ଦେଇଥିଲା । ଫଳରେ ଚେତନ ଆହତ ହୋଇଥିବାବେଳେ ସଞ୍ଜୟଙ୍କ ଜୀବନ ଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)