Advertisment

Cyber Lootera looted 125 crore: ୩ ବର୍ଷରେ ୧୨୫ କୋଟି ଲୁଟିଲେଣି ସାଇବର ଲୁଟେରା

ସାଇବର୍ ଲୁଟେରାଙ୍କ ଟାର୍ଗେଟ୍ ରେ ଉଚ୍ଚଶିକ୍ଷିତ, କୋଟିପତି ଓ ବ୍ୟବସାୟୀ। ଟ୍ରେଡିଂ କିମ୍ବା ଅନଲାଇନ୍ କାରବାର କରୁଥିବା ଲୋକଙ୍କୁ ନିଜ ଜାଲରେ ଫସାଉଛନ୍ତି। କମ୍ ସମୟରେ ଅଧିକ ରିଟର୍ଣ୍ଣ ପାଇବାର ଲୋଭନୀୟ ପ୍ରତିଶ୍ରୁତି ଦେଇ କୋଟି କୋଟି ଟଙ୍କାର ଚୂନ ଲଗାଉଛନ୍ତି।

author-image
Saroj Kumar Jena
cyber

cyber

କେବଳ ଗାଁ ଗହଳିର ଅପାଠୁଆ ନୁହନ୍ତି, ସାଇବର୍ ଲୁଟେରାଙ୍କ ଟାର୍ଗେଟ୍ ରେ ଉଚ୍ଚଶିକ୍ଷିତ, କୋଟିପତି ଓ ବ୍ୟବସାୟୀ। ଟ୍ରେଡିଂ କିମ୍ବା ଅନଲାଇନ୍ କାରବାର କରୁଥିବା ଲୋକଙ୍କୁ ନିଜ ଜାଲରେ ଫସାଉଛନ୍ତି। କମ୍ ସମୟରେ ଅଧିକ ରିଟର୍ଣ୍ଣ ପାଇବାର ଲୋଭନୀୟ ପ୍ରତିଶ୍ରୁତି ଦେଇ କୋଟି କୋଟି ଟଙ୍କାର ଚୂନ ଲଗାଉଛନ୍ତି। ଗତ ୩ ବର୍ଷରେ ପ୍ରାୟ ୧୨୫ କୋଟି ଟଙ୍କା ଲୁଟି ନେଇଗଲେଣି ସାଇବର ଠକ। ଏଣେ ପୋଲିସ୍ ସାଇବର୍ ଠକେଇ ନେଇ ୬ ହଜାରରୁ ଅଧିକ ମାମଲା ରୁଜୁ କରିବା ସହ ୧୩ଶହ ୮୮ ଜଣଙ୍କୁ ଗିରଫ କରିଛି।

Advertisment

ପ୍ରଦ୍ୟୁମ୍ନ ଦାସ, ପେଶାରେ ମେକାନିକାଲ୍ ଇଞ୍ଜିନିୟର। ଅନଲାଇନ୍ ପେମେଣ୍ଟ ଠାରୁ ଆରମ୍ଭ କରି ଡିଜାଇନ୍ ସବୁ କିଛି ଏହି ଲାପଟପରେ ହିଁ କରନ୍ତି। ହେଲେ ଏତେ ଡିଜିଟାଲ ଜ୍ଞାନ ଥାଇ ବି ସେ ପଡିଗଲେ ସାଇବର ଲୁଟେରାଙ୍କ ଜାଲରେ। ଆଖି ପିଛୁଳାକେ ତାଙ୍କ ଆକାଉଣ୍ଟରୁ ଉଡ଼ିଗଲା ୩୦ ହଜାର ଟଙ୍କା। ଆଉ ଇଏ ହେଲେ ବିଶ୍ବଜିତ ମହନ୍ତ। କଂପ୍ୟୁଟର ସାଇନ୍ସରେ ବିଟେକ୍ କରିଛନ୍ତି। ତଥାପି ସେ ବି ବର୍ତ୍ତି ପାରିନାହାନ୍ତି ସାଇବର୍ ଲୁଟେରାଙ୍କ ପଞ୍ଝାରୁ। ୨ ବର୍ଷ ତଳେ ସେ ଏକ ଡିଜିଟାଲ ସାଇଟରୁ ଲୋନ ଆଣିଥିଲେ। ତାକୁ ସୁଝି ଦେଇଛନ୍ତି ମଧ୍ୟ। ହେଲେ ସାଇବର ଲୁଟେରା ତାଙ୍କୁ ଏବେ ପୁଣି ଟଙ୍କା ମାଗିବା ସହ ତାଙ୍କ ଆପତ୍ତିଜନକ ଫଟୋ ଭାଇରାଲ କରିଦେବାର ଧମକ ଦେଉଛି। ଅକଲ ଗୁଡୁମ୍ ହେବା ପରେ ଉଭୟ ବିଶ୍ବଜିତ ଓ ପ୍ରଦ୍ୟୁମ୍ନ ଏବେ ଭୁବନେଶ୍ବର ସାଇବର ଥାନାର ଦ୍ବାରସ୍ଥ ହୋଇଛନ୍ତି ।

ପ୍ରତ୍ୟେକ ଦିନ ଏଭଳି ଶହ ଶହ ଉଚ୍ଚଶିକ୍ଷିତ ଆଉ ଡିଜିଟାଲ୍ ୱାର୍ଲଡ୍ କୁ ବୁଝୁଥିବା ଲୋକ ବି ସାଇବର୍ ଲୁଟେରାଙ୍କ ଶିକାର ହେଉଛନ୍ତି। କିଛି ମାସ ତଳେ ପୂର୍ବତନ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ସେୟାର ମାର୍କେଟରେ ଇନଭେଷ୍ଟ ନାଁରେ ସାଇବର୍ ଲୁଟେରାଙ୍କ ଶିକାର ହୋଇ ହରାଇଥିଲେ କୋଟିଏ ୪୦ ଲକ୍ଷ ଟଙ୍କା। କ୍ରାଇମବ୍ରାଞ୍ଚ ସାଇବର ସେଲର ସୂଚନା ଅନୁସାରେ ଏବେ ସାଇବର ଠକମାନେ ଟ୍ରେଡିଂ, ଟୁରିଜିମ୍ ଓ ଡିଜିଟାଲ୍ ମାର୍କେଟିଂ ଆଦି ସାଇଟ୍ ରେ ଜାଲ ବିଛାଇ ବସିଛନ୍ତି। ଯେଉଁମାନେ ସେୟାର ମାର୍କେଟରେ ଇନଭେଷ୍ଟ କରୁଛନ୍ତି ସେମାନଙ୍କୁ କରୁଛନ୍ତି ଟାର୍ଗେଟ୍। କମ୍ ସମୟରେ ଅଧିକ ଟଙ୍କା ରିଟର୍ଣ୍ଣ ପାଇବାର ଲୋଭ ଦେଖାଇ ସବୁ ଅର୍ଥ ହଡପ କରି ନେଉଛନ୍ତି। ଗତ ୨୩ ତାରିଖରେ ଏହିଭଳି ଏକ ମାମଲାର ପର୍ଦ୍ଦାଫାସ କରିଥିଲେ କ୍ରାଇମବ୍ରାଞ୍ଚ ଡିଜି। ଭୁବନେଶ୍ବରର ଜଣେ ବ୍ୟକ୍ତି ଅନଲାଇନ ଟ୍ରେଡିଂ କରୁଥିବା ବେଳେ ସାଇବର ଲୁଟେରାଙ୍କ ଜାଲରେ ପଡିଯାଇଥିଲେ। IPO ଓ OTCରେ ଅଧିକ ରିଟର୍ଣ୍ଣ ଦେବାକୁ କହି ଏକ କୋଟି ୫୫ ଲକ୍ଷ ଟଙ୍କା ଲୁଟି ନେଇଯାଇଥିଲେ। ଏହି ମାମଲାରେ ପୋଲିସ୍ ଭୋପାଳରୁ ଦୁଇ ଜଣଙ୍କୁ ଗିରଫ କରିଛି। ଅନଲାଇନ ଟ୍ରେଡିଂ ନାଁରେ ସାଇବର ଠକେଇ ମାମଲାରେ ଓଡ଼ିିଶା କ୍ରାମବ୍ରାଞ୍ଚ ୩୩ ଜଣଙ୍କୁ ରାଜ୍ୟ ବାହାରୁ ଗିରଫ କରି କୋର୍ଟ ଚାଲାଣ କରିସାରିଲାଣି।

Advertisment

IOCL ନାଁ ରେ ମଧ୍ୟ ମାତିଛନ୍ତି ସାଇବର ଠକ। ପେଟ୍ରୋଲ ପମ୍ପ କରାଇ ଦେବା ନାଁରେ ୨୦ ଲକ୍ଷ ଟଙ୍କା ଠକି ନେଇଥିବା ବିହାରର ସତୀଶ କୁମାର ନାମକ ଜଣେ ଠକକୁ ଗିରଫ କରିଛି କମିଶନରେଟ୍ ପୋଲିସ। ସାଇବର୍ ଏକ୍ସପର୍ଟଙ୍କ କହିବା ଅନୁସାରେ ଅତି ଲୋଭରୁ ଫସୁଛନ୍ତି ଶିକ୍ଷିତ ଲୋକ। କମ୍ ସମୟରେ ଅଧିକ ଲାଭ ପାଇବା ଆଶାରେ ହରାଇ ବସୁଛନ୍ତି ନିଜର ସବୁ ପୁଞ୍ଜି। ରାଜ୍ୟ ସରକାର ବିଧାନସଭାରେ ଦେଇଥିବା ତଥ୍ୟ କହୁଛି ଗତ ୩ ବର୍ଷରେ ୧୨୫ କୋଟି ଟଙ୍କା ଲୁଟି ନେଇଗଲେଣି ସାଇବର ଠକ। ଏ ନେଇ ରାଜ୍ୟର ବିଭିନ୍ନ ଥାନାରେ ୬ ହଜାର ୩୬୮ଟି ମାମଲା ରୁଜୁ ହୋଇଥିବା ବେଳେ ୧୩୮୮ ଜଣଙ୍କୁ ଗିରଫ କରିଛି ପୋଲିସ୍।

ଅଧିକ ପଢ଼ନ୍ତୁ: ଭାରତର ସମ୍ଭାବ୍ୟ ଷ୍ଟ୍ରାଇକ ଭୟରେ ଛାନିଆ ପାକିସ୍ତାନ, ସେନାକୁ ପୂର୍ଣ୍ଣ କ୍ଷମତା ପରେ ହଜିଛି ପାକ୍‌ର ନିଦ

Cyber Crime Cyber Lootera
Advertisment
Advertisment