Advertisment

100 Killed By Gunmen: ଗୁଳି କଲାପରେ ଜୀଅନ୍ତା ଜାଳିଦେଲେ ବନ୍ଧୁକଧାରୀ: ଶତାଧିକ ମୃତ, ଅନେକ ନିଖୋଜ

ମୃତ୍ୟୁର ତାଣ୍ଡବ ରଚିଲେ ବନ୍ଧୁକଧାରୀ । ଶହ ଶହ ଲୋକଙ୍କୁ ଗୁଳି କଲେ । ବନ୍ଦ ଘରେ ନିଆଁ ଲଗାଇ ଜାଳିଦେଲେ । ଅତିକମ୍‌ରେ ୧୦୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଆହୁରି ଅନେକଙ୍କ ପତ୍ତା ମିଳୁନି ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Gunmen Killed 100 People

Gunmen Killed 100 People

ନାଇଜେରିଆରେ ଗଣହତ୍ୟା ।  ଅତିକମ୍‌ରେ ୧୦୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସାଧାରଣ ଲୋକଙ୍କ ଉପରେ ଗୁଳିମାଡ଼ ହୋଇଛି । କେହି ଅଜଣା ବନ୍ଧୁକଧାରୀ ଗୁଳିମାଡ଼ କରିଥିବା ଜଣାପଡ଼ିଛି । ଖାଲି ସେତିକି ନୁହେଁ,  ବନ୍ଦ କଠୋରୀରେ କିଛି ଲୋକଙ୍କୁ ଜୀଅନ୍ତା ଜାଳି ଦିଆଯାଇଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ଚାଷୀ ଥିବା ସୂଚନା ରହିଛି । ଏହି ହତ୍ୟାକାଣ୍ଡ ପଛରେ ସାମ୍ପ୍ରଦାୟିକ ହିଂସା ଥିବା ସନ୍ଦେହ କରାଯାଉଛି । ପୂର୍ବରୁ ସେହି ସ୍ଥାନରେ ଜମିଜମା ବିବାଦ ଲାଗି ରହିଥିଲା । 

Advertisment

ସୂଚନା ଅନୁସାରେ, ନାଇଜେରିଆର ମଧ୍ୟପୂର୍ବ ଅଞ୍ଚଳରେ ଥିବା ବେନ୍ୟୁ ରାଜ୍ୟ ମୁସଲମାନ ଧର୍ମାବଲମ୍ୱୀ ବହୁଳ ହୋଇଥିବାବେଳେ ଦକ୍ଷିଣ ଅଞ୍ଚଳ ଇସାଇ ବହୁଳ । ଏହି ଦୁଇ ଅଞ୍ଚଳ ଧର୍ମ ଅନୁସାରେ ବିଭାଜନ ହୋଇଥିବାବେଳେ ଚାଷଜମିକୁ ନେଇ ଅନେକ ସମୟରେ ବିବାଦ ଲାଗିରହିଥାଏ । 

ଅଧିକ ପଢନ୍ତୁ: ଗୁଳିମାଡର ଶିକାର କଲମ୍ବିଆର ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲ୍ ଉରିବେ 

Shooting Nigeria
Advertisment
Related Articles
Advertisment