/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749960579.jpg)
PM to visit 3 countries
ଆଜିଠୁ ୫ ଦିନିଆ ବିଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ମୋଦି ଜୁନ ୧୫ରୁ ୧୯ ପର୍ଯ୍ୟନ୍ତ କାନାଡ଼ା, ସାଇପ୍ରସ ଓ କ୍ରୋଏସିଆ ଗସ୍ତ କରିବେ । କାନାଡାରେ ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ସାଇପ୍ରସ ଗସ୍ତ କରିବେ । ଜୁନ ୧୫ ଓ ୧୬ ପ୍ରଥମେ ସାଇପ୍ରସ ଗସ୍ତ କରିବା ପରେ କାନାନାସ୍କିସରେ ଅନୁଷ୍ଠିତ ହେବାକୁ ଥିବା ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଜୁନ ୧୬ ଓ ୧୭ ରେ କାନାଡା ଗସ୍ତ କରିବେ ମୋଦି । ସେହିପରି ୧୮ରେ କ୍ରୋଏସିଆ ଯାଇ ପାଞ୍ଚ ଦିନିଆ ବିଦେଶ ଗସ୍ତ ଶେଷ କରିବେ ପ୍ରଧାନମନ୍ତ୍ରୀ ମୋଦି ।
ଅଧିକ ପଢ଼ନ୍ତୁ: ଜୁନ୍ ୨୦ରେ ଭୁବନେଶ୍ବରରେ ରୋଡ୍ ଶୋ’ କରିବେ PM ମୋଦି
କାନାଡାର ପ୍ରଧାନମନ୍ତ୍ରୀ କାର୍ଣ୍ଣିଙ୍କ ନିମନ୍ତ୍ରଣକ୍ରମେ ମୋଦି ଜି-୭ ବୈଠକରେ ଯୋଗଦେବା ପାଇଁ କାନାଡା ଯିବେ। ଏହି ଅବସରରେ ଭାରତ ଓ କାନାଡ଼ା ମଧ୍ୟରେ ସଂପର୍କରେ ଉନ୍ନତି ଆଣିବାକୁ ଉଦ୍ୟମ କରିବେ ପିଏମ । ଖଲିସ୍ତାନ ପ୍ରସଙ୍ଗରେ ଭାରତ ଓ କାନାଡ଼ା ମଧ୍ୟରେ ସଂପର୍କ ଖରାପ ହୋଇଛି । ଏହି ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ସଂପର୍କରେ ଉନ୍ନତି ଆସିବ ବୋଲି ଆଶା କରାଯାଉଛି । ଆସନ୍ତା ୧୬ ଓ ୧୭ ତାରିଖରେ ପିଏମ ମୋଦି ଜି-୭ ବୈଠକରେ ଯୋଗଦେବେ । ଏହି ଅବସରରେ ବିଶ୍ବର ବିଭିନ୍ନ ପ୍ରସଙ୍ଗରେ ମତ ରଖିବେ ପିଏମ । ଏହାଛଡ଼ା ଶକ୍ତି ସଂରକ୍ଷଣ, ପ୍ରଯୁକ୍ତି ବିଦ୍ୟା, ଉଦ୍ଭାବନ ଉପରେ ମଧ୍ୟ ମତ ରଖିବେ ମୋଦି ।
ଅପରେସନ ସିନ୍ଦୂର ପରେ ଏହା ପିଏମ ମୋଦିଙ୍କ ପ୍ରଥମ ବିଦେଶ ଗସ୍ତ । ସାଇପ୍ରସ ପ୍ରଧାନମନ୍ତ୍ରୀ ନିକୋସ କ୍ରିଷ୍ଟୋଡୌଲିଡ୍ସଙ୍କ ନିମନ୍ତ୍ରଣ କ୍ରମେ ମୋଦି ସାଇପ୍ରସ ଗସ୍ତ କରିବେ । ଦୁଇ ଦଶନ୍ଧି ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ସାଇପ୍ରସ ଗସ୍ତ କରିବେ । ସେହିପରି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ କ୍ରୋଏସିଆ ଗସ୍ତ କରିବେ । କ୍ରୋଏସିଆରେ ପ୍ରତିପକ୍ଷ ଆଣ୍ଡ୍ରେଜ ପ୍ଲେନକୋଭିକ ଓ କ୍ରୋଏସିଆର ରାଷ୍ଟ୍ରପତି ଜୋରାନ ମିଲାନୋଭିକଙ୍କ ସହ ଦ୍ୱିପାକ୍ଷିକ ସାକ୍ଷାତ କରିବେ ।
ସୂଚନାଯୋଗ୍ୟ, ଅପରେସନ ସିନ୍ଦୂର ସମୟରେ ପ୍ରଧାନମନ୍ତ୍ରୀ ମୋଦି ୟୁରୋପ ଗସ୍ତ ବାତିଲ କରିଥିଲେ । ଯେଉଁଥିରେ, କ୍ରୋଏସିଆ, ନରୱେ ଏବଂ ନେଦରଲ୍ୟାଣ୍ଡ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)