/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749960031.jpg)
Heavy Rain Alert
ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ଏବେ ରାଜ୍ୟରେ ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ତେବେ ଆଜି ପାଇଁ ୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ମଧ୍ୟ ପୂର୍ବାନୁମାନ କରିଛି । ଏହି ୪ ଜିଲ୍ଲା ହେଲା କୋରାପୁଟ, କଳାହାଣ୍ଡି. ରାୟଗଡ଼ା ଓ ଗଜପତି । ସେପଟେ ଦକ୍ଷିଣ ବାଂଲାଦେଶରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଦ୍ବାରା ଏକ ଟ୍ରପ ଲାଇନ ଦକ୍ଷିଣ ଓଡ଼ିଶା ଯାଏଁ ଲମ୍ବିଛି । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ମଧ୍ୟ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଗତକାଲି ମଧ୍ୟ ରାଜ୍ୟରେ ଝଡ଼ବର୍ଷା ନେଇ ଚେତାବନୀ ଜାରି କରିଥିଲା ପାଣିପାଗ ବିଭାଗ । ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିଲା । ପହିଲି ରଜରେ ସେତେଟା ବର୍ଷା ହୋଇନଥିବାବେଳେ ଆଗକୁ ସପ୍ତାହେ ଧରି ବର୍ଷା ଲାଗିରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି । ରାଜ୍ୟକୁ ମୌସୁମୀ ଫେରିଥିବାବେଳେ ମୌସୁମୀ ବାୟୁ ପ୍ରଭାବରେ ସ୍ଥାନେ ସ୍ଥାନେ ବର୍ଷା ହେଉଛି । ଗତ କିଛି ଦିନ ଧରି ଭୀଷଣ ଗରମ ଅନୁଭୂତ ହେଉଥିବାବେଳେ ବର୍ଷା ହେଲେ ତାତି ଓ ଗୁଳଗୁଳିରୁ ମିଳିବ ଆଶ୍ୱସ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)