• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ କିଛି ସମୟ ପରେ କୋର୍ଟ ଚାଲାଣ ହେବ ସ୍ୱାମୀ ଜଗବନ୍ଧୁ ଚାନ୍ଦ । ଆଜି ସକାଳେ ୪ ଘଣ୍ଟାର ଅପରେସନ ପରେ ଭୁବନେଶ୍ୱର ସତ୍ୟ ବିହାର ଘରୁ ଜଗବନ୍ଧୁକୁ ଧରିଥିଲା ପୋଲିସ । କିଛି ସମୟ ତଳେ ମେଡିକାଲ ଟେଷ୍ଟ ପାଇଁ ଖଣ୍ଡଗିରି ଥାନାରୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଛି । ସେଠାରେ ମେଡିକାଲ ଟେଷ୍ଟ ପରେ କୋର୍ଟ ଚାଲାଣ କରାଯିବ ।

ସକାଳେ ଜଗବନ୍ଧୁ ଘରେ ଥିବା ଜାଣି ପ୍ରଥମେ ଘର ଚାରିପଟେ ଘେରି ଯାଇଥିଲା କମିଶନରେଟ୍ ପୋଲିସର ସ୍ୱତନ୍ତ୍ର ଫୋର୍ସ । ୨୦ରୁ ଅଧିକ ପୋଲିସ କର୍ମଚାରୀ ତା ଘର ଚାରିପଟେ ଜଗିରହିଥିଲେ । କାଳେ ଜଗବନ୍ଧୁ ଖସିଯିବ, ସେହି ଆଶଙ୍କା କରି ଘର ଚାରିକଡ଼େ ଘେରାବନ୍ଦୀ କରିଥିଲେ ପୋଲିସ ଫୋର୍ସ ।

ଅଧିକ ପଢ଼ନ୍ତୁ: ପୋଲିସ୍‌ ଫାଶରେ ଲେଡି ବ୍ଲାକମେଲରଙ୍କ ସ୍ୱାମୀ, ଜଗବନ୍ଧୁଙ୍କୁ ଗିରଫ କଲା ପୋଲିସ

 

ସିସିଟିଭିରେ ପୋଲିସକୁ ଦେଖି ଜଗବନ୍ଧୁ ଖସିଯିବାକୁ ଉଦ୍ୟମ କରିଥିଲା । ଏପରିକି ଛାତ ଡେଇଁ ଖସିଯିବାକୁ ଉଦ୍ୟମ ବି କରିଥିଲା । କିନ୍ତୁ ତାର ସବୁ ଉଦ୍ୟମ ବିଫଳ ହୋଇଥିଲା । ଶେଷରେ ପୋଲିସ ସତ୍ୟବିହାର ସ୍ଥିତ ଘରର କବାଟ ଭାଙ୍ଗି ପଶିବା ସହ ଜଗବନ୍ଧୁ କାବୁ କରିଥିଲା । 

ଅର୍ଚ୍ଚନା ନାଗ୍‌ ର ବ୍ଲାକମେଲିଂ ମାମଲାରେ ଜଗବନ୍ଧୁ ହେଉଛି ମୁଖ୍ୟ ମାଷ୍ଟରମାଇଣ୍ଡ । ଖଣ୍ଡଗିରି ଥାନାରେ ଜଣେ ଯୁବତୀ ଦେଇଥିବା ଏତଲା ଅନୁସାରେ ତା ନାଁରେ ବି ୧୬ଟି ଦଫା ଲଗାଇଥିଲା ପୋଲିସ ।