• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଫେରାର୍‌ ଥିବା ଲେଡି ବ୍ଲାକମେଲ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଗିରଫ । ଆଜି ସକାଳୁ ଜଗବନ୍ଧୁଙ୍କୁ ଉଠାଇ ନେବା ପରେ ଗିରଫ କରିଛି ପୋଲିସ । କମିଶନରେଟ୍ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଆଜି ସତ୍ୟବିହାର ସ୍ଥିତ ଘରୁ ଜଗଗନ୍ଧୁଙ୍କୁ ପୋଲିସ ଉଠାଇନେଇଥିଲା । । ସେଠାରେ କିଛି ଉଚ୍ଚପଦସ୍ତ ଅଧିକାରୀ ତାଙ୍କୁ ପଚରାଉଚରା କରିଥିଲେ । ଅର୍ଚ୍ଚନାର କଳା କାରନାମା ତଥା ଏତେ ବଡ଼ ସାମ୍ରାଜ୍ୟ ପଛରେ ଜଗବନ୍ଧୁର ଭୂମିକାକୁ ନେଇ ଅନେକ ପ୍ରଶ୍ନ କରାଯାଇଥିଲା । ତେବେ ଅର୍ଚ୍ଚନାଙ୍କୁ ବ୍ଲାକମେଲିଂ ମାମଲାରେ ଜଗବନ୍ଧୁ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି । ଅର୍ଚ୍ଚନା ବ୍ଲାକମେଲିଂ ଘଟଣାରେ ଜଗବନ୍ଧୁ ମାଷ୍ଟରମାଇଣ୍ଡ କୁହାଯାଉଥିଲା ।

ରାଜ୍ୟର ସବୁଠୁ ବଡ଼ ସେକ୍ସ ସ୍କାଣ୍ଡାଲ୍ କୁହାଯାଉଥିବା ଏହି ମାମଲାର ପୋଲିସ ତଦନ୍ତର ଗତିକୁ ନେଇ ଏବେ ନାନା ପ୍ରଶ୍ନ ଉଠିଥିଲା । ସଂଗୀନ ଦଫା ଲାଗିଥିବାରୁ ଅର୍ଚ୍ଚନାର ଜାମିନ୍ ଖାରଜ ହେବା ସହ ତାକୁ ଜେଲରେ ରଖାଯାଇଛି।  କିନ୍ତୁ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଏବଂ ସହଯୋଗୀ ଖଗେଶ୍ୱର ପାତ୍ର ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି କୁହାଯାଉଥିଲା ।  ଆଉ ଆଜି ଶେଷରେ ପୋଲିସ୍‌ ଜାଲରେ ପଡ଼ିଛି ଜଗବନ୍ଧୁ । 

ଅଧିକ ପଢ଼ନ୍ତୁ: ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଉଠାଇ ନେଲା ପୋଲିସ୍‌

ସୂଚନାଯୋଗ୍ୟ ଅର୍ଚ୍ଚନାର ନାଗଫାଶରେ ପଡ଼ିଛନ୍ତି ମାଳ ମାଳ ନେତା । ଅଫିସର, ଠିକାଦାରଙ୍କଠୁ ବ୍ୟବସାୟୀ । ମାୟା ଜାଲରେ ଫଶିଛନ୍ତି ଆଚ୍ଛା ଆଚ୍ଛା ଲୋକ ।  ମାୟାବିନୀ ଅର୍ଚ୍ଚନାର ନାଗଫାଶରେ ମାଳ ମାଳ ରାଜନେତା ଛନ୍ଦି ହେବା ବୋଧହୁଏ ରାଜ୍ୟରେ ପ୍ରଥମ । ୩୦ ବର୍ଷିୟା ଯୁବତୀର ମାୟାଜାଲରେ ପଡ଼ି ବାବୁ ଭାୟା ପ୍ରମାଦ ଗଣୁଥିବାବେଳେ ପାୱାର କରିଡ଼ର୍‌ରେ ସୃଷ୍ଟି ହୋଇଛି କମ୍ପନ । 

କମିଶନରେଟ ପୋଲିସ୍  ଅକ୍ଟୋବର ୭ ତାରିଖରୁ ଲେଡି ବ୍ଲାକେମଲର ଅର୍ଚ୍ଚନା ନାଗଙ୍କୁ ଗିରଫ କରିଥିବା ବେଳେ ଏବେ ସେ ଝାରପଡ଼ା ଜେଲ୍‌ରେ ବନ୍ଦୀ ଅଛନ୍ତି । ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ ଜାମିନ୍‌ ଆବେଦନକୁ ଖାରଜ କରି ଦେଇଥିବାରୁ ଅର୍ଚ୍ଚନାଙ୍କ ଜେଲ୍‌ରୁ ମୁକୁଳିବା ଆଶା ଏବେ ମଉଳି ଯାଇଛି ।