/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747896227.jpg)
Police Attacked By Miscreants During Raid
ରେଡ୍ ବେଳେ ଅବକାରୀ ଟିମ ଓ ପୋଲିସକୁ ଆକ୍ରମଣ । ସୁନ୍ଦରଗଡ଼ ରାଜଗାଙ୍ଗପୁର କର୍ଲାକାନି ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି । ଚଢାଉ ସମୟରେ ଅବକାରୀ ଅଧିକାରୀଙ୍କୁ ମଦ ମାଫିଆମାନେ ଆକ୍ରମଣ କରିଛନ୍ତି । ସୂଚନା ଅନୁଯାୟୀ ରାଉରକେଲା, ବଡ଼ଗାଁ, ରାଜଗାଙ୍ଗପୁର ଅବକାରୀ ଟିମ କର୍ଲାକାନି ଗାଁରେ ମିଳିତ ଚଢ଼ାଉ କରିଥିଲେ । ଏହି ସମୟରେ ସେମାନଙ୍କୁ ଆକ୍ରମଣ କରିଥିଲେ ମାଫିଆ ।
Advertisment
ଏହି ଆକ୍ରମଣ ଫଳରେ ଘଟଣାରେ ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩ ଜଣ ସୂଚନା ଅଧିକାରୀ ଏବଂ ୨ ଜଣ ଅବକାରୀ ଅଧିକାରୀ ରହିଛନ୍ତି। ଏହାସହ ଦୁଇ ଗୁରୁତରଙ୍କୁ ରାଉରକେଲା RGHକୁ ସ୍ଥାନାନ୍ତରିତ କରାଯାଇଛି । ଏନେଇ ଅବକାରୀ ବିଭଗ ପକ୍ଷରୁ ରାଜଗାଙ୍ଗପୁର ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି । ରାଜଗାଙ୍ଗପୁର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।
ଅଧିକ ପଢନ୍ତୁ : ସେବାଶ୍ରମ ଉପରେ ପୋଲିସ ଓ ଶିଶୁ ସୁରକ୍ଷା ବିଭାଗର ଚଢାଉ
Advertisment



Related Articles
Ganjam Firing Incident: ରକ୍ତମୁଖା ସାଜିଲା ଭଣଜା, ମାଇଁକୁ ଗୁଳିମାଡ଼ କରି ଫେରାର
POSTED

Deadbody Found Near Lingaraj Station: ରାଜଧାନୀରେ ଚାଞ୍ଚଲ୍ୟ: ଷ୍ଟେସନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
POSTED

Health Insurance Fraud Alert: ସ୍ବାସ୍ଥ୍ୟବୀମା ନାଁରେ ଆସୁଛି ଅଜଣା କଲ୍... ସତର୍କ ରହିବାକୁ FBIର ଚେତାବନୀ
POSTED

Maoist Encounter in Abujhmad: ଛତିଶଗଡ଼ରେ ଏନ୍କାଉଣ୍ଟର; DRG ଯବାନ ସହିଦ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)