• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହକି ବିଶ୍ୱକପ୍ ପାଇଁ କଡ଼ା ସୁରକ୍ଷା ବନ୍ଦୋବସ୍ତ ସତ୍ତ୍ୱେ ରାଜଧାନୀରେ ଲଜ୍ଜା ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ପରେ ବିରୋଧୀଙ୍କ ହଲ୍ଲାବୋଲ । ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ବିଗୁଡ଼ୁଥିବା ଅଭିଯୋଗ କରି ଗୃହରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବିରେ ତାଙ୍କ ବାସଭବନ ଘେରିଛି ଛାତ୍ର କଂଗ୍ରେସ । ମନ୍ତ୍ରୀଙ୍କ ଘରକୁ ଅଣ୍ଡାମାଡ଼ ବେଳେ ମୁହାଁମୁହିଁ ହୋଇଛନ୍ତି ପୋଲିସ ଓ ଛାତ୍ର କଂଗ୍ରେସ କର୍ମୀ । ଏପଟେ ପଟିଆ ଷ୍ଟେସନ ଭଳି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଦୁର୍ବୃତ୍ତ କିଭଳି ଏ କାଣ୍ଡ କଲେ, ତାହା ଜାଣିବାକୁ ଘଟଣାସ୍ଥଳକୁ ଯାଇଥିଲେ ବିଜେପି ଓ କଂଗ୍ରେସର ଫ୍ୟା ପାଇଣ୍ଡିଂ ଟିମ୍ । ସେପଟେ ଗଣଦୁଷ୍କର୍ମ ଅଭିଯୋଗ ୨ ଦିନ ପରେ ଜିଆରପି ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଆଉ ଜଣେ ଏବେ ବି ଫେରାର ରହିଛି... ।

ସହଯୋଗୀ ବୁଲୁ କିଛି ମାସ ହେଲା ପଟିଆ ରେଲୱେ ଷ୍ଟେସନ ନିକଟ ଏକ ମାଛ ଦୋକାନରେ କାମ କରୁଥିଲେ । ସୋମବାର ରାତିରେ ପୀଡ଼ିତା ଦୁଇ ନାବାଳିକା ଷ୍ଟେସନ୍ ନିକଟରେ ବୁଲୁଥିବା ବେଳେ ସେମାନଙ୍କୁ ଜୋର ଜବରଦସ୍ତ ଉଠାଇ ନେଇଥିଲେ । ସେମାନଙ୍କ ହାତ ବାନ୍ଧି ରାତି ସାରା ଦୁଷ୍କର୍ମ କରିଥିଲେ । ଦୁଇ ନାବାଳିକା ସକାଳେ ଘରକୁ ଫେରି ପରିବାର ଲୋକଙ୍କୁ ସବୁ କଥା କହିବା ପରେ ଚାଇଲଡ୍ ଲାଇନକୁ ନିକଟକୁ ଯାଇଥିଲା ଏ ଚାଞ୍ଚଲ୍ୟକର ଖବର । ଏପରିକି ଘଟଣାକୁ ରଫାଦଫା କରାଯିବାକୁ ଉଦ୍ୟମ ସହ ଘଟଣା ପ୍ରଘଟ ନକରିବାକୁ ପୀଡିତାଙ୍କୁ ଧମକ ଦିଆଯାଇଥିବା ଚର୍ଚ୍ଚା ହେଉଛି । ହେଲେ ଚାଇଲ୍ଡ ଲାଇନ୍ ମାମଲାରେ ହସ୍ତକ୍ଷେପ କରି ଜିଆରପି ଥାନାରେ ଏତଲା ପରେ ଗତକାଲି ସଂଧ୍ୟାରୁ ଆରମ୍ଭ ହୋଇଥିଲା ତନାଘନା ।

ଘଟଣାରେ ଏବେ ବି ଅନ୍ୟଜଣେ ଅଭିଯୁକ୍ତ ଫେରାର ରହିଛି । ସେପଟେ ପୋଲିସ ଆଜି ପୀଡିତାଙ୍କ ୧୬୧ ଧାରାରେ ବୟାନ ରେକର୍ଡ କରିଛି । ଏହାସହ ପୀଡ଼ିତାଙ୍କୁ ଘଟଣାସ୍ଥଳକୁ ନେଇ ଅପରାଧ ସ୍ଥାନ ଚିହ୍ନଟ କରିଛି ସାଇଣ୍ଟିଫିକ୍ ଟିମ୍ ବି ଘଟଣାସ୍ଥଳକୁ ଯାଇ ପାରିପାର୍ଶ୍ୱିକ ପ୍ରମାଣ ସଂଗ୍ରହ କରିଛି । ଏଠାରେ ପ୍ରଶ୍ନ ଉଠୁଛି ରାଜଧାନୀ ର ଏକ ପ୍ରମୁଖ ଓ ଜନଗହଳିପୂର୍ଣ୍ଣ ଅଞ୍ଚଳ ପଟିଆ ଷ୍ଟେସନ୍ ଅଞ୍ଚଳରେ ଏଭଳି ବର୍ବର କାଣ୍ଡ କରିବାକୁ ଦୁଷ୍କର୍ମକାରୀ ସାହସ କଲେ କେମିତି ?

ହକି ବିଶ୍ୱକପ୍ ପାଇଁ ସାରା ରାଜଧାନୀରେ ପୋଲିସ ଛାଉଣୀ ଓ ସୁରକ୍ଷାକର୍ମୀଙ୍କ ପହରା ଚାଲିଥିବା ବେଳେ ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ଘଟଣାକୁ ବର୍ଷିଛନ୍ତି ବିରୋଧୀ । ରାଜ୍ୟର ଆଇନ ଶୃଙ୍ଖଳା ଓ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗ ନେଇ ଉଠାଇଛନ୍ତି ପ୍ରଶ୍ନ । ଆଜି ବିଜେପି ଓ କଂଗ୍ରେସର ଦୁଇଟି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିବା ସହ ପୀଡିତା ଏବଂ ତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି । ସେପଟେ ରାଜଧାନୀରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ଏବଂ ଆଇନ ଶୃଙ୍ଖଳା ସ୍ଥିତି ବିଗୁଡୁଥିବା ଅଭିଯୋଗ କରି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବିରେ ତାଙ୍କ ଘର ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛି ଛାତ୍ର କଂଗ୍ରେସ । ଏହି ସମୟରେ ମନ୍ତ୍ରୀଙ୍କ ଘରକୁ ଅଣ୍ଡା ମାଡ଼ ବେଳେ ମୁହାଁମୁହିଁ ହୋଇଥିଲେ ପୋଲିସ ଓ ଛାତ୍ର କଂଗ୍ରେସ କର୍ମୀ ତେବେ ଏ ନେଇ ଶାସକ ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ନ୍ୟାସନାଲ୍ କ୍ରାଇମ୍ ରେକର୍ଡସ ବ୍ୟୁରୋ-ଏନସିଆରବି ତଥ୍ୟ ଅନୁଯାୟୀ ଓଡ଼ିଶାରେ ୨୦୨୧ରେ ୧୪ ହଜାର ୮୫୩ଟି ଅସଦାଚରଣ ଘଟଣା ଘଟିଥିବା ବେଳେ ପୀଡ଼ିତଙ୍କ ସଂଖ୍ୟା ହେଉଛି ୧୪ ହଜାର ୮୯୧ । ସେହପରି ଦୁଷ୍କର୍ମ, ଅପହରଣ ଏବଂ ସ୍ୱାମୀ ଓ ସଂପର୍କୀୟଙ୍କ ଦ୍ୱାରା ଉତ୍ପୀଡ଼ନ ଭଳି ମାମଲା ବି ବଢ଼ିଛି । ସେଭିତରୁ ୧୪୫୬ଟି ହେଉଛି ଦୁଷ୍କର୍ମ ଓ ୧୨ଟି ଦୁଷ୍କର୍ମ ସହ ହତ୍ୟା ମାମଲା । ମହିଳାଙ୍କ ପ୍ରତି ଅସଦାଚରଣ ମାମଲାରେ ଓଡ଼ିଶା ସାରା ଦେଶରେ ୧ ନମ୍ବର ସ୍ଥାନରେ ରହିଛି । ସେହିପରି ମହିଳା ବିରୋଧୀ ଅପରାଧ ମାମଲା କ୍ଷେତ୍ରରେ ଓଡ଼ିଶାର ସ୍ଥାନ ତୃତୀୟ ।