/odishatv-khabar/media/post_attachments/uploadimage/library/16_9/16_9_0/gang_rape_1671365572.jpg)
gang rape
ରାଜଧାନୀରେ ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ। ଗତକାଲି ରାତିରେ ଏହି ଘଟଣା ଘଟିଛି ଭୁବନେଶ୍ୱର ପଟିଆ ରେଳ ଷ୍ଟେସନ୍ ଅଞ୍ଚଳରେ। ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ଦୁଇ ନାବାଳିକା।
Advertisment
ସେମାନଙ୍କୁ ପଟିଆ ଷ୍ଟେସନ୍ ନିକଟରୁ ୨ ଜଣ ଉଠାଇ ନେଇଥିଲେ। ରାତି ସାରା ଦୁଇଜଣଙ୍କୁ ବାନ୍ଧି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ସକାଳେ ନାବାଳିକା ମାନେ ଘରେ ପହଞ୍ଚି ସବୁ କଥା କହିଥିଲେ।
ଘରଲୋକ ଜାଣିବା ପରେ ଚାଇଲ୍ଡ ଲାଇନରେ ଜଣାଇଥିଲେ। ଚାଇଲ୍ଡ ଲାଇନ୍ ସହାୟତାରେ GRP ଥାନାରେ ଏତଲା ଦିଆଯାଇଛି। ଦୁଇ ନାବାଳିକାଙ୍କ ମଧ୍ୟରୁ ଜଣଙ୍କ ମା ଏହି ଏତଲା ଦେଇଛନ୍ତି। ତେବେ ପଟିଆ ପରି ଜନଗହଳୀପୂର୍ଣ୍ଣ ଅଞ୍ଚଳରେ ଏଭଳି ଘଟଣା କେମିତି ଘଟିଲା, ତାହା ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)