Advertisment

Jatra Actor Assault: ଯାତ୍ରା ନାଁରେ ଚାଲିଛି ଯାତରା, ଏଥର ଫସିବେ ନାଣ୍ଡୁ !

ବାଲେଶ୍ୱରର ବାଲିଆପାଳ ଯାତ୍ରା କ୍ୟାମ୍ପରେ ଅଭିନେତ୍ରୀଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ବକେୟା ଟଙ୍କା ମାଗିବାରୁ ମାଡ଼ ସହ ଏପରି ଧମକ ଦେଇଥିବା କୁହାଯାଇଛି ।

author-image
Santosh Kumar Sahoo
Jatra Actress

Jatra Actress

ଯାତ୍ରା ଆଳରେ ଚାଲିଛି କ’ଣ ? ମାଲିକ ନାଁରେ କ’ଣ କରୁଛନ୍ତି ନାଣ୍ଡୁ ? ଅନନ୍ତ ଧଳଙ୍କ ବିରୋଧରେ ପୁଳାପୁଳା ଅଭିଯୋଗ । ଯାତ୍ରା ପାର୍ଟି ତୁଳସୀ ଏବଂ ଅଶୋକ ସମ୍ରାଟ ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ଧଳଙ୍କ ବିରୁଦ୍ଧରେ ପୁଣି ସଂଗୀନ ଅଭିଯୋଗ ଆସିଛି । ବକେୟା ଟଙ୍କା ମାଗିବାରୁ ଯାତ୍ରା ଅଭିନେତ୍ରୀ ମାମୁନି ଷଡ଼ଙ୍ଗୀଙ୍କୁ ମାଡ଼ ମରାଯାଇଥିବା ଥାନାରେ ଅଭିଯୋଗ ହୋଇଛି । ମାମୁନିଙ୍କୁ ଲୋକ ଲଗାଇ ମାଡ଼ ମାରିବା ସହ ଗାଡ଼ି ପୋଡ଼ିଦେବା ଓ ଧର୍ଷଣ କରିବାକୁ ଧମକ ଦେଇଥିବା ମାମୁନି ଷଡ଼ଙ୍ଗୀ ଅଭିଯୋଗ କରିଛନ୍ତି । ଏନେଇ ଭୁବନେଶ୍ୱର ମହିଳା ଥାନାରେ ମାମୁନି ଓ ତାଙ୍କ ସ୍ବାମୀ ଫେରାଦ ହୋଇଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ପାଟ୍ରୋଲିଂ ବେଳେ ପୋଲିସ ଭ୍ୟାନ ଉପରକୁ ଢେଲା ମାଡ଼, ଜଣେ ଅଟକ

ବାଲେଶ୍ୱରର ବାଲିଆପାଳ ଯାତ୍ରା କ୍ୟାମ୍ପରେ ଅଭିନେତ୍ରୀଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ବକେୟା ଟଙ୍କା ମାଗିବାରୁ ମାଡ଼ ସହ ଏପରି ଧମକ ଦେଇଥିବା କୁହାଯାଇଛି । ଯାତ୍ରା ମାଲିକ ଅନନ୍ତ ଧଳ ଲୋକ ଲଗାଇ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ଉଭୟ ମାମୁନି ଆଉ ତାଙ୍କ ସ୍ୱାମୀ । ଖାଲି ସେତିକି ନୁହେଁ, ମାମୁନୀଙ୍କ ସ୍ବାମୀ ଯାତ୍ରା ଆଙ୍କର ବାପି କୁମାରଙ୍କ ସାମ୍ନାରେ ପତ୍ନୀ ମାମୁନି ଷଡ଼ଙ୍ଗୀଙ୍କୁ ମାଡ଼ ମରାଯାଇଛି । ସେହିପରି ଗତ କିଛି ଦିନ ତଳେ କମେଡିଆନ୍ ନରି ପଣ୍ଡା ମଧ୍ୟ ଅନନ୍ତ ନାରାୟଣ ଧଳଙ୍କ ନାଁରେ ମାଡ଼ ମାରିବା ଅଭିଯୋଗ ଆଣିଥିଲେ। ଆଉ ଏବେ ମାମୁନି ଆଉ ବାପିଙ୍କ ଅଭିଯୋଗ ପରେ ନାଣ୍ଡୁଙ୍କ ଅଡୁଆ ବଢ଼ିଛି ।

ଦିନକୁ ଦିନ ଯାତ୍ରାକୁ ନେଇ ଦେଖା ଦେଉଛି କନ୍ଦଳ । ଯାତ୍ରା ମାଲିକ ଓ ଅଭିନେତା ଅଭିନେତ୍ରୀଙ୍କ ଭିତରେ ବିବାଦ ବଢ଼ିବାରେ ଲାଗିଛି । ପ୍ରଥମେ ପୀୟୂଷ, ପରେ ନରୀ ପଣ୍ଡା ତା’ ପରେ ସୋନାଲି ପଣ୍ଡା ଓ ନମିତା ଭୂୟାଁଙ୍କ ବିବାଦ ପରେ ଏବେ ପୁଣି ମାମୁନି ଆଉ ବାପି ନାଣ୍ଡୁଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ।

Advertisment

Jatra Party Jollywood
Advertisment
Related Articles
Advertisment