Advertisment

COVID-19 Case Detected in Odisha: ଓଡ଼ିଶାରେ ପଶିଲା କରୋନା, ଜଣେ ଦିଲ୍ଲୀ ଫେରନ୍ତା କୋଭିଡ୍ ପଜିଟିଭ୍

କରୋନାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଭୁବନେଶ୍ବରର ଜଣେ ୭୫ ବର୍ଷିୟ ବୟସ୍କ। ବହୁବିଧ ରୋଗରେ ଆକ୍ରାନ୍ତ ଏହି ବ୍ୟକ୍ତି ଜଣଙ୍କ କିଛିଦିନ ତଳେ ହରିଦ୍ବାର ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନ ବୁଲିବା ପରେ ଦିଲ୍ଲୀ ହୋଇ ଭୁବନେଶ୍ବର ଫେରିଥିଲେ। ଗତକାଲି କୋଭିଡ୍ ଲକ୍ଷଣ ଦେଖା ଦେବା ସହ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଆଡମିଟ୍ କରାଯାଇଥିଲା।

author-image
Saroj Kumar Jena
corona

corona

ରାଜ୍ୟକୁ ଫେରିଲା କରୋନା। କେରଳ, ମହାରାଷ୍ଟ୍ର, ତାମିଲନାଡୁ, ଗୁଜରାଟ ଭଳି ୧୧ ରାଜ୍ୟରେ ପାଦ ଥାପି ସାରିଥିବା ଏହି ମହାମାରୀ ଏବେ ଓଡ଼ିଶା ପଶିଛି। ଗତକାଲି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ଚଳିତ ବର୍ଷର ରାଜ୍ୟର ପ୍ରଥମ କୋଭିଡ୍ ପଜିଟିଭ୍। ଏପଟେ ସ୍ବାସ୍ଥ୍ୟ ବିଭାଗ କହିଛି, କୋଭିଡ୍କୁ ନେଇ ସଂପୂର୍ଣ୍ଣ ସଜାଗ ଅଛୁ। ନିୟନ୍ତ୍ରଣ ଭିତରେ ରହିଛି ପରିସ୍ଥିତି। ଭୟଭୀତ ହେବାର କୌଣସି କାରଣ ନାହିଁ। କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଭିଡ୍ ନେଇ କୌଣସି ନୂଆ ନିର୍ଦ୍ଦେଶନାମା ଜାରି ହୋଇନାହିଁ।

Advertisment

କରୋନାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଭୁବନେଶ୍ବରର ଜଣେ ୭୫ ବର୍ଷିୟ ବୟସ୍କ। ବହୁବିଧ ରୋଗରେ ଆକ୍ରାନ୍ତ ଏହି ବ୍ୟକ୍ତି ଜଣଙ୍କ କିଛିଦିନ ତଳେ ହରିଦ୍ବାର ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନ ବୁଲିବା ପରେ ଦିଲ୍ଲୀ ହୋଇ ଭୁବନେଶ୍ବର ଫେରିଥିଲେ। ଗତକାଲି କୋଭିଡ୍ ଲକ୍ଷଣ ଦେଖା ଦେବା ସହ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଆଡମିଟ୍ କରାଯାଇଥିଲା। ପରୀକ୍ଷା ପରେ ଜଣାପଡ଼ିଥିଲା, ସେ କରୋନା ଆକ୍ରାନ୍ତ। ତାଙ୍କୁ ଏବେ ହସ୍ପିଟାଲର ସଂଗରୋଧ ରୁମ୍ ରେ ଚିକିତ୍ସା କରାଯାଉଛି।

ଅଧିକ ପଢନ୍ତୁ : ଓଡ଼ିଶାରୁ ବିଦା ହେବେ ବାଂଲାଦେଶୀ, ଆକ୍ସନ ମୋଡ୍‌ରେ ସରକାର

ରାଜ୍ୟର ପ୍ରଥମ କୋଭିଡ୍ ପଜିଟିଭ ଚିହ୍ନଟ ମାମଲାକୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଥିବା ବେଳେ କରୋନାକୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦେଇଛି। ସ୍ବାସ୍ଥ୍ୟ ସଚିବ କହିଛନ୍ତି, ଏବେ ଦେଶର ବିଭିନ୍ନ ସ୍ଥାନରେ ଦେଖା ଦେଉଥିବା କୋଭିଡ୍ ଭାରିଆଣ୍ଟ ରୋଗୀଙ୍କୁ ଗୁରୁତର କରୁନି। ତେଣୁ ଏହାକୁ ନେଇ ଚିନ୍ତିତ ହେବାର କାରଣ ନାହିଁ। ଏପରିକି କୋଭିଡ୍କୁ ନେଇ ଭାରତ ସରକାର କିମ୍ବା ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ବା NCDC ପକ୍ଷରୁ କୌଣସି ନୂଆ ନିର୍ଦ୍ଦେଶନାମା ଜାରି କରିନାହାନ୍ତି। ତେବେ କୋଭିଡ୍ ପରିଚାଳନା ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଆସିଛି। ସ୍ବାସ୍ଥ୍ୟ ବିଭାଗ କୋଭିଡ୍କୁ ନେଇ ସମ୍ପୂର୍ଣ୍ଣ ସଜାଗ ରହିଛି। ଏଥିପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ଗ୍ରହଣ କରାଯାଉଛି। ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କଠାରୁ ଯାହା ନିର୍ଦ୍ଦେଶନାମା ଆସିବ, ସେହି ହିସାବରେ କାମ କରାଯିବ।

Advertisment

ଏପଟେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ କହୁଛି, ଚଳିତ ମାସ ୧୨ ତାରିଖ ଠାରୁ ୧୯ ତାରିଖ ମଧ୍ୟରେ ସପ୍ତାହକ ମଧ୍ୟରେ ଦେଶରେ ୨୫୭ ଜଣ ସକ୍ରିୟ କୋଭିଡ୍ ରୋଗୀ ରହିଛନ୍ତି। ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା, ଏହା ହେଉଛି ମହାମାରୀ ପରବର୍ତ୍ତୀ ଲହର। କୋଭିଡ୍ ଲକ୍ଷଣ ଦେଖାଦେଲେ ମେଡିସିନ୍ ଖାଇଲେ ଭଲ ହୋଇଯିବେ। କିନ୍ତୁ ବହୁବିଧ ରୋଗୀ, ଗର୍ଭବତୀ, ଛୋଟ ପିଲା ଓ ବୟସ୍କ ବ୍ୟକ୍ତି ସତର୍କ ରହିବା ଉଚିତ୍।

ଏହାପୂର୍ବରୁ ଶେଷ ଥର ପାଇଁ ୨୦୨୪ ଅକ୍ଟୋବର ୮ ତାରିଖରେ ରାଜ୍ୟରେ ଜଣେ କୋଭିଡ୍ ରୋଗୀ ଚିହ୍ନଟ ହୋଇଥିଲେ। ସେହିମାସରେ ରାଜ୍ୟରେ ମୋଟ ୩ ଜଣ ରୋଗୀ କରୋନା ପଜିଟିଭରେ ଆକ୍ରାନ୍ତ ହୋଇଥିଲେ। ତେବେ ଏହା ପରଠାରୁ ରାଜ୍ୟରେ ଦୈନିକ ହାରାହାରି ୨୫୦ ଜଣ ଲୋକଙ୍କ କୋଭିଡ୍ ପରୀକ୍ଷା ହେଉଥିଲେ ମଧ୍ୟ କୌଣସି ନୂଆ କୋଭିଡ୍ ମାମଲା ସାମ୍ନାକୁ ଆସି ନଥିଲା।

ଅଧିକ ପଢନ୍ତୁ : ବାଂଲାଦେଶୀଙ୍କ ଲାଗି ଓକିଲାତି ପାଇଁ ଅକଳରେ ମେୟର, ସୁଲୋଚନା ଦାସଙ୍କୁ ତୀବ୍ର ବିରୋଧ

Bhubaneswar COVID-19 COVID In Odisha
Advertisment
Advertisment