/odishatv-khabar/media/post_attachments/uploadimage/library/16_9/16_9_0/Corona_1670254110.jpg)
Corona
ମନୁଷ୍ୟକୃତ ଥିଲା ମହାମାରୀ କରୋନା ଭାଇରସ । ସାରା ବିଶ୍ୱକୁ ଦୋହଲାଇ ଦେଇଥିବା କୋଭିଡ୍ ୧୯ ଭାଇରସର ସୃଷ୍ଟି ପ୍ରାକୃତିକ ନୁହେଁ ବରଂ ଥିଲା କୃତ୍ରିମ । ଆଉ ଚୀନର ବିବାଦୀୟ ଉହାନ ଇନଷ୍ଟିଚ୍ୟୁଟ୍ ଅଫ ଭାଇରୋଲଜି ବା WIV ଥିଲା ଏହାର ଉତ୍ପତିସ୍ଥଳ । ପୂର୍ବରୁ ବିଭିନ୍ନ ଦେଶ ଓ ଭିନ୍ନ ଭିନ୍ନ ବୈଜ୍ଞାନିକ ବହୁବାର ଏଭଳି ଦାବି କରି ଆସୁଥିବା ବେଳେ ଏ ସନ୍ଦେହକୁ ଏବେ ସତ ବୋଲି କହିଛନ୍ତି ଉହାନ ଗବେଷଣା କେନ୍ଦ୍ରରେ ଗବେଷଣା କରୁଥିବା ଆମେରିକୀୟ ବୈଜ୍ଞାନିକ ଆଣ୍ଡ୍ର୍ୟୁ ହଫ୍ସ ।
ହଫ୍ସ ତାଙ୍କ ପୁସ୍ତକ ଦ ଟ୍ରୁଥ୍ ଏବାଉଟ୍ ଉହାନରେ ସ୍ପଷ୍ଟ ଭାବେ ଲେଖିଛନ୍ତି ଯେ, ଆମେରିକୀୟ ସରକାରଙ୍କ ଅନୁଦାନରେ ଚାଲିଥିବା ଚୀନର ଏ ସରକାରୀ ଗବେଷଣା କେନ୍ଦ୍ରରୁ ଭାଇରସ ଲିକ୍ ହୋଇଥିଲା । ହଫ୍ସଙ୍କ ପୁସ୍ତକ ପ୍ରକାଶିତ ହେବା ପୂର୍ବରୁ ଏହାର କିଛି ଅଂଶ ବ୍ରିଟିଶ ଖବରକାଗଜ ଦି ସନ୍ ପ୍ରକାଶ କରିଥିବା ବେଳେ ଏହାକୁ ଉଦ୍ଧୃତ କରି ଆମେରିକୀୟ ଖବର କାଗଜ ଦି ନିଉୟର୍କ ଟାଇମସ୍ରେ ଏ ସମ୍ପର୍କିତ ରିପୋର୍ଟ ପ୍ରକାଶ ପାଇଛି । ଆଉ ଏପଟେ ବହୁ ଦିନର ଏ ପୁରୁଣା ସନ୍ଦେହକୁ ନଇ ପୁଣି ଚର୍ଚ୍ଚା ଆଲୋଚନା ହେବା ପରେ ପୁଣି ବିଶ୍ୱବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି ଏ ପ୍ରସଙ୍ଗ ।
ଅଧିକ ପଢ଼ନ୍ତୁ: ପୁଣି ଚୀନକୁ ଫେରିଲା କରୋନା, ହେଲା ଲକ୍ଡାଉନ୍...
ହଫ୍ସ, ବ୍ରିଟିଶ ଖବରକାଜଜ ଦି ସନ୍କୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ ଏ ଘଟଣା ପାଇଁ ଆମେରିକାକୁ ମଧ୍ୟ ଦାୟୀ କରିଛନ୍ତି । ତାଙ୍କ ମତରେ ୯/୧୧ ଆକ୍ରମଣ ଘଟଣା ପରେ ଆମେରିକା ପାଇଁ ଏହା ସବୁଠୁ ବଡ଼ ଗୁଇନ୍ଦା ବିଫଳତା । ହଫ୍ସ ଅନୁସାରେ ଏହି ସରକାରୀ ଗବେଷଣା କେନ୍ଦ୍ରରେ ବାଦୁଡ଼ିଙ୍କଠାରୁ ଉତ୍ପତ୍ତି ହୋଇଥିବା କରୋନା ଭାଇରସ୍ ଅନ୍ୟ ପ୍ରଜାତିର ଜୀବନଙ୍କ ପାଖକୁ କିଭଳି ଯାଇଥାଏ, ସେ ନେଇ ଉହାନ୍ ଲାବ୍ରୋଟୋରୀରେ ବର୍ଷ ବର୍ଷ ଧରି ଗବେଷଣା ଜାରି ରହିଛି ।
ତେବେ ଲାବୋରଟାରୀର ଯଥେଷ୍ଟ ଜୈବ ନିରାପତ୍ତା ବ୍ୟବସ୍ଥା ଅଭାବରୁ ଏହା ଲିକ୍ ହୋଇଥିଲା । ସେପଟେ ମନୁଷ୍ୟ ଦ୍ୱାରା ଏଭଳି ଭାଇରସର ସୃଷ୍ଟି କରାଯାଉଥିବା ନେଇ ଚୀନ ମଧ୍ୟ ଅବଗତ ଥିଲା । ଗବେଷଣା ବେଳେ ସେମାନେ ଏହାକୁ ଜୈବିକ ଅସ୍ତ୍ର ଭାବେ ଧରି ନେଇଥିଲେ ବୋଲି କହିଛନ୍ତି ହଫ୍ସ । ତେବେ ହଫ୍ସଙ୍କ ଦାବି ନେଇ WHO ପକ୍ଷରୁ କୌଣସି ମତ ପ୍ରକାଶ ପାଇନି ।
୨୦୧୯ ଡିସେମ୍ବରରେ ଚୀନର ଉହାନରୁ ସାରା ବିଶ୍ୱକୁ ବ୍ୟାପିଥିଲା କୋଭିଡ୍ ୧୯ ଭାଇରସ । ତେବେ ସେତେବେଳେ ମଧ୍ୟ ଏହା ମନୁଷ୍ୟକୃତ ଓ ଉହାନ ଗବେଷଣା କେନ୍ଦ୍ରରୁ ଏ ଭାଇରସ ଲିକ୍ ହୋଇଥିବା ଅଭିଯୋଗ ହୋଇଥିଲା । କିନ୍ତୁ ଉଭୟ ଚୀନ୍ ଓ ଉହାନ୍ ଲାବ୍ କର୍ତ୍ତୃପକ୍ଷ ଏହାକୁ ଖଣ୍ଡନ କରିଥିଲେ । ଏପରିକି WHO ଏହି ଅଭିଯୋଗର ସତ୍ୟାସତ୍ୟ ଜାଣିବାକୁ ଉହାନ୍ ଯାଇ ଅନୁସନ୍ଧାନ କରିବାକୁ ଚାହିଁଥିଲେ ମଧ୍ୟ ସେତେବେଳେ ଚୀନ ଏଥିରେ ବାଧା ଦେଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)