Advertisment

'କରୋନା ଭୂତାଣୁକୁ ତିଆରି କରିଛି ମଣିଷ'

ହଫ୍‌ଙ୍କ ଦ୍ୱାରା ଲିଖିତ ପୁସ୍ତକ ଦ ଟ୍ରୁଥ୍ ଏବାଉଟ୍ ଉହାନ ପୁସ୍ତକରେ ଏନେଇ ଉଲ୍ଲେଖ କରିଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Covid Was Man-Made Virus

Covid Was Man-Made Virus

କରୋନା ଭୂତାଣୁକୁ ତିଆରି କରିଛି ମଣିଷ। ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛି ପୁସ୍ତକ "The Truth About Wuhan,"। କୋଭିଡ୍ ମନୁଷ୍ୟକୃତ ଭୂତାଣୁ କହି ବଡ଼ ଖୁଲାସା କଲେ ବିଶେଷଜ୍ଞ ଆଣ୍ତ୍ର୍ୟୁ ହଫ୍। ଉହାନ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (WIV)ରୁ ଏହି ଭାଇରସ ବାହାରିଥିବା ସେ କହିଛନ୍ତି। ହଫ୍‌ଙ୍କ ଏପରି ଚାଞ୍ଚଲ୍ୟକର ତଥ୍ୟକୁ ନେଇ ନ୍ୟୁୟର୍କ ପୋଷ୍ଟରେ ରିପୋର୍ଟ ପ୍ରକାଶ ପାଇଛି।

Advertisment

ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ଅନୁସାରେ ହଫ୍‌ ଇକୋହେଲ୍ଥ ଆଲିଆନ୍ସ ପୂର୍ବତନ ଉପସଭାପତି। ଇକୋହେଲ୍ଥ ଆଲିଆନ୍ସ ପ୍ରତିଷ୍ଠାନ କେବଳ ସଂକ୍ରମିତ ଭୂତାଣୁ ଉପରେ ଗବେଷଣା କରିଥାଏ। 

ହଫ୍‌ଙ୍କ ଦ୍ୱାରା ଲିଖିତ ପୁସ୍ତକ ଦ ଟ୍ରୁଥ୍ ଏବାଉଟ୍ ଉହାନ ପୁସ୍ତକରେ ଏନେଇ ଉଲ୍ଲେଖ ରହିଛି। ସେ ଲେଖିଛନ୍ତି ଯେ ଉହାନ ଲ୍ୟାବକୁ ନେଇ କୋଭିଡ୍ ବେଳେ ଜୋରଦାର ଚର୍ଚ୍ଚା ହୋଇଥିଲା। ଜୈବ ନିରାପତ୍ତାକୁ ନେଇ ସମ୍ପୃକ୍ତ ଲ୍ୟାବ୍‌ରେ କୌଣସି ବ୍ୟବସ୍ଥା ନ ଥିବା ଚର୍ଚ୍ଚା ହୋଇଥିଲା। ମାତ୍ର ଚୀନ ସରକାର ସେତେବେଳେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ।

Advertisment

ଅଧିକ ପଢ଼ନ୍ତୁ: ପୁଣି ଚୀନକୁ ଫେରିଲା କରୋନା, ହେଲା ଲକ୍‌ଡାଉନ୍‌...

ଉହାନ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିରେ କାମ କରିବା ଅଭିଜ୍ଞତାରୁ ସେ ଏହା କହିଛନ୍ତି। ହଫ୍‌ଙ୍କ ଏପରି ଚାଞ୍ଚଲ୍ୟକର ତଥ୍ୟକୁ ନେଇ ନ୍ୟୁୟର୍କ ପୋଷ୍ଟରେ ରିପୋର୍ଟ ପ୍ରକାଶ ପାଇଛି। ବିଦେଶୀ ଲାବେରୋଟୋରୀରେ ସଠିକ୍ ଜୈବ ସୁରକ୍ଷା, ବାୟୋସିକ୍ୟୁରିଟି ଓ ନିରାପତ୍ତା ବ୍ୟବସ୍ଥା ନଥିଲା। ଯାହାଫଳରେ ଉହାନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍ ଭାଇରୋଲୋଜି ଲାବ୍‌ରୁ କରୋନା ଭୂତାଣୁ ଲିକ୍‌ ହୋଇଥିବା ଆଣ୍ଡ୍ରୁ ହଫ୍‌ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି।

Coronavirus COVID-19
Advertisment
Advertisment