PAN 2.0 Explained: PAN 2.0 ଅନୁମୋଦନ, QR କୋଡ୍‌ ସହ ଆସିବ ନୂଆ ପାନ୍‌ କାର୍ଡ

ଏହି ପ୍ରକଳ୍ପ ପାଇଁ ୧୪୩୫ କୋଟି ବ୍ୟୟ ହେବ । ପାନ୍‌ ୨.୦ ଏକ ଇ-ଗଭର୍ଣ୍ଣାସ ପ୍ରକଳ୍ପ । ଏହା ପାନ୍-୧ର ଅପଗ୍ରେଡ୍ ଭର୍ସନ ।

PAN କାର୍ଡରେ ରହିବ ‍QR କୋଡ୍‌

ସୋମବାର ଦିନ କେନ୍ଦ୍ର କ୍ୟାବିନେଟ୍ PAN 2.0 କୁ ଅନୁମୋଦନ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଆୟକର ବିଭାଗର PAN ୨.O ପ୍ରକଳ୍ପକୁ ଅନୁମୋଦନ ଦେଇଛି । ଏହି ପ୍ରକଳ୍ପ ପାଇଁ ୧୪୩୫ କୋଟି ବ୍ୟୟ ହେବ । ପାନ୍‌ ୨.O ଏକ ଇ-ଗଭର୍ଣ୍ଣାସ ପ୍ରକଳ୍ପ । ଏହା PAN-୧ର ଅପଗ୍ରେଡ୍ ଭର୍ସନ । ଏହା ପ୍ୟାନ୍ ବୈଧତାକୁ ସୁଦୃଢ କରିବ । ଏହି ନୂଆ PAN କାର୍ଡ ଟିକସଦାତାଙ୍କୁ ଉନ୍ନତ ମାନର ଆକସେସ ଏବଂ ଦ୍ରୁତ ସେବା ପ୍ରଦାନରେ ସହଯୋଗ କରିବ ।

କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ PAN କାର୍ଡ ଆମ ଜୀବନର ଏକ ଅଂଶ । ମଧ୍ୟବିତ୍ତ ଏବଂ ଛୋଟ ବ୍ୟବସାୟ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଅଟେ । ତେବେ ଏହାକୁ ବର୍ତ୍ତମାନ ଅପଗ୍ରେଡ୍ କରାଯାଇଛି । ଏବେ ଆପଣଙ୍କ ପାଖରେ ଥିବା PAN ନମ୍ବର ପରିବର୍ତ୍ତନ ନ କରି ସେଥିରେ ଅପଗ୍ରେଡ୍‌ କରାଯିବ । ନୂତନ PAN କାର୍ଡଗୁଡ଼ିକରେ QR କୋଡ୍ ରହିବ । ଏଥିପାଇଁ ଅନଲାଇନ୍ ପ୍ରକ୍ରିୟା ଗ୍ରହଣ କରାଯିବ । ଅନଲାଇନ୍‌ରେ PAN କାର୍ଡ ଅପଗ୍ରେଡ୍‌ କରିବା ପାଇଁ ଅର୍ଥ ଦରକାର ପଡ଼ିବ ନାହିଁ । ଅର୍ଥାତ ମାଗଣାରେ ଏହି ନୂଆ PAN କାର୍ଡକୁ ଅପଗ୍ରେଡ୍‌ କରାଯିବ । ନୂତନ PANରେ ତଥ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ ବୋଲି କେନ୍ଦ୍ର ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ କହିଛନ୍ତି ।

ଅଧିକ ପଢ଼ନ୍ତୁ: ମାର୍କେଟକୁ ଆସୁଛି ନୂଆ EV ସ୍କୁଟର, ଜାଣନ୍ତୁ ମାଇଲେଜ୍‌ ଓ ଲଞ୍ଚ୍‌ ତାରିଖ

ଟିକସଦାତା ପଞ୍ଜୀକରଣ ସେବାର ବିଜନେସ୍‌ ପ୍ରୋସେସ୍‌ର ପୁନଃ-ଯାନ୍ତ୍ରୀକରଣ ପାଇଁ PAN-୨.୦ ଏକ ଇ-ଗଭର୍ଣ୍ଣାଂଶ ପ୍ରୋଜେକ୍ଟ । ପାନ୍‌/ଟାନ୍‌ ସେବାର ଟେକ୍ନୋଲୋଜି ଚାଳିତ ପରିବର୍ତ୍ତନ ଦ୍ୱାରା ପ୍ରକଳ୍ପକୁ ତ୍ୱରାନିତ କରିବ । ଏହା ମାଧ୍ୟମରେ ଟିକସଦାତାଙ୍କୁ ପରିବର୍ଦ୍ଧିତ ଡିଜିଟାଲ ଅନୁଭୂତି ମିଳିବ । ଏହା ଦ୍ୱାରା ଅନେକ ଲାଭ ହେବ । ଯେପରିକି ସହଜ ଆକସେସ, ଦ୍ରୁତ ସେବା, ତଥ୍ୟ ସୁରକ୍ଷିତ ରହିବା ସହ ଖର୍ଚ୍ଚ ମଧ୍ୟ କମ୍ ରହିବ । ଏହି ପ୍ରୋଜେକ୍ଟ ଡିଜିଟାଲ୍ ଇଣ୍ଡିଆର ଭିଜନ୍‌ ସହିତ ମଧ୍ୟ ମେଳ ଖାଉଛି । ନୂତନ PAN କାର୍ଡ Common Business Identifier ଭାବରେ କାମ କରିବ । ଏହା ସହିତ, ସାଇବର ସୁରକ୍ଷା ବ୍ୟବସ୍ଥା ସହିତ ଉପଭୋକ୍ତା ତଥ୍ୟର ସୁରକ୍ଷାକୁ ଧ୍ୟାନରେ ରଖି PAN 2.0 ପ୍ରସ୍ତୁତ କରାଯାଇଛି ।

ଅଧିକ ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଡିଗୋର ସ୍ପେଶାଲ୍ ଅଫର୍; ଟିକେଟ୍ ବୁକିଂ ବେଳେ ରିହାତି ସହ ମିଳିବ ଏହି ସୁବିଧା