Advertisment

IndiGo Flights: ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଡିଗୋର ସ୍ପେଶାଲ୍ ଅଫର୍; ଟିକେଟ୍ ବୁକିଂ ବେଳେ ରିହାତି ସହ ମିଳିବ ଏହି ସୁବିଧା

କମ୍ପାନୀର ୱେବସାଇଟ୍ ଅନୁଯାୟୀ ଯାଞ୍ଚ ପାଇଁ ଚେକ୍ ଇନ୍ ସମୟରେ ଏକ ବୈଧ ପରିଚୟ ପତ୍ର ଯେପରିକି ସ୍କୁଲ / ୟୁନିଭରସିଟି ଆଇଡି ଦାଖଲ କରିବାକୁ ପଡିବ । ଇଣ୍ଡିଗୋ ୱେବସାଇଟରେ କୁହାଯାଇଛି ଯେ ID ଦାଖଲ ନ କରିପାରିଲେ ଅତିରିକ୍ତ ଭଡ଼ା ଦେବାକୁ ପଡିବ ।

author-image
Sonali Ojha
ଅଦ୍ୟତନ ହୋଇଛି
Student Special offer

Student Special offer

ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋର ସ୍ପୋଶାଲ୍ ଅଫର୍। କମ୍ପାନୀର ୱେବସାଇଟ୍ ଏବଂ ଆପ୍ ମାଧ୍ୟମରେ ବିମାନ ଟିକେଟ ବୁକ୍ କରିବା ସମୟରେ ବିଶେଷ ଭଡା ଏବଂ ଅତିରିକ୍ତ ସୁବିଧା ଘୋଷଣା କରାଯାଇଛି। ତେବେ ଏହା କେବଳ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ। ଛାତ୍ରଛାତ୍ରୀମାନେ ସେମାନଙ୍କର ଫ୍ଲାଇଟ୍ ଟିକେଟର ମୂଳ ଭଡା ଉପରେ ୬ ପ୍ରତିଶତ ରିହାତି ପାଇବେ। ଏଥିସହିତ ୧୦ କିଲୋଗ୍ରାମ ଅତିରିକ୍ତ ଲଗେଜ୍ ମଧ୍ୟ ସାଙ୍ଗରେ ନେଇପାରିବେ। ତେବେ ଏଥିପାଇଁ ସେମାନଙ୍କୁ ଅତିରିକ୍ତ ଦେୟ ଦେବାକୁ ପଡିବ ନାହିଁ।

Advertisment

ଛାତ୍ରଛାତ୍ରୀମାନେ ଅନ୍ୟ ସହରକୁ ଯାତ୍ରା କରିବା ସମୟରେ ଅନେକ ସମୟରେ ପାଠ୍ୟ ସାମଗ୍ରୀ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ବହନ କରନ୍ତି। ଏଥିପାଇଁ ଅତିରିକ୍ତ ଦେୟ ମଧ୍ୟ ଦିଅନ୍ତି ବୋଲି ଏୟାରଲାଇନ୍ସ କହିଛି। ଏହି ସ୍ୱତନ୍ତ୍ର ସୁବିଧା କେବଳ ବାହକ ଘରୋଇ ବିମାନରେ ଉପଲବ୍ଧ ହେବ । ବୁକ୍ ହୋଇଥିବା ଟିକେଟ୍ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ହସ୍ତାନ୍ତର କରିହେବ ନାହିଁ । ଏନେଇ ସ୍ପଷ୍ଟ କରାଯାଇଛି । ଏହି ଅଫର ୧୨ବର୍ଷରୁ ଅଧିକ ବର୍ଷର ଛାତ୍ରଛାତ୍ରୀମାନଙ୍କ ପାଇଁ ଲାଗୁ ହୋଇଛି।

କମ୍ପାନୀର ୱେବସାଇଟ୍ ଅନୁଯାୟୀ ଯାଞ୍ଚ ପାଇଁ ଚେକ୍ ଇନ୍ ସମୟରେ ଏକ ବୈଧ ପରିଚୟ ପତ୍ର ଯେପରିକି ସ୍କୁଲ / ୟୁନିଭରସିଟି ଆଇଡି ଦାଖଲ କରିବାକୁ ପଡିବ । ଇଣ୍ଡିଗୋ ୱେବସାଇଟରେ କୁହାଯାଇଛି ଯେ ID ଦାଖଲ ନ କରିପାରିଲେ ଅତିରିକ୍ତ ଭଡ଼ା ଦେବାକୁ ପଡିବ । ଇଣ୍ଡିଗୋ ଗ୍ଲୋବାଲ୍ ସେଲ୍ସ ହେଡ୍ ବିନୟ ମଲହୋତ୍ରା କହିଛନ୍ତି, ଆମେ ଛାତ୍ରମାନଙ୍କର ଆବଶ୍ୟକତା ବିଷୟରେ ସଚେତନ ଏବଂ ସେହି ଅନୁଯାୟୀ ଆମେ ‘ଷ୍ଟୁଡେଣ୍ଟ୍ ସ୍ପେଶାଲ୍’ ଆରମ୍ଭ କରିଛୁ। “ଯାତ୍ରାକୁ ଅଧିକ ସୁଗମ ଏବଂ ନମନୀୟ” କରିବା ଦିଗରେ ଏହି ପଦକ୍ଷେପ ନିଆଯାଇଛି ।

Advertisment

ଅଧିକ ପଢ଼ନ୍ତୁ: Delhi Air Pollution: କାହିଁକି ପ୍ରଦୂଷିତ ହେଉଛି ଦିଲ୍ଲୀ ବାୟୁ ? CAQM ରିପୋର୍ଟରେ ସାଂଘାତିକ ତଥ୍ୟ...ଜାଣନ୍ତୁ

ଏହି ଅଫର୍ କେବଳ କମ୍ପାନୀର ୱେବସାଇଟ୍ ଏବଂ ଆପ୍ ମାଧ୍ୟମରେ ସିଧାସଳଖ ବୁକିଂ ବେଳେ ମିଳିବ। ଯାତ୍ରୀମାନେ ସିଧାସଳଖ ଟିକେଟ୍ ବୁକିଂକୁ ପସନ୍ଦ କରନ୍ତି । କାରଣ ଟ୍ରାଭେଲ ପୋର୍ଟାଲ ପରି ମଧ୍ୟସ୍ଥିମାନେ ବୁକିଂ ଫି ଚାର୍ଜ କରନ୍ତି । ଇଣ୍ଡିଗୋ ୱେବସାଇଟରେ ଏହା ମଧ୍ୟ ଉଲ୍ଲେଖ ହୋଇଛି ଯେ, ଯାତ୍ରୀମାନେ “ସୀମିତ ସମୟ ଅଫର” ର ଅଂଶ ଭାବରେ ସିଧାସଳଖ ବୁକିଂ ଉପରେ ୧୫ ପ୍ରତିଶତ ରିହାତି ପାଇପାରିବେ।

Student Discount Flight Tickets Indigo Flight Ticket
Advertisment
Advertisment