Advertisment

LPG Price Hike: ମାସ ଆରମ୍ଭରୁ ମହଙ୍ଗା ମାଡ଼; ପୁଣି ବଢିଲା LPG ଗ୍ୟାସ ସିଲିଣ୍ଡର ଦର

ଡିସେମ୍ୱର ପହିଲାରୁ ଗ୍ରାହକଙ୍କୁ ମହଙ୍ଗା ମାଡ଼। ପୁଣି ବଢିଲା ଏଲପିଜି ସିଲିଣ୍ଡରର ଦର। ତୈଳ ମାର୍କେଟିଂ କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି ।

LPG Cylinder

LPG Cylinder

Advertisment

ଡିସେମ୍ୱର ପହିଲାରୁ ଗ୍ରାହକଙ୍କୁ ମହଙ୍ଗା ମାଡ଼। ପୁଣି ବଢିଲା ଏଲପିଜି ସିଲିଣ୍ଡରର ଦର। ତୈଳ ମାର୍କେଟିଂ କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି । ୧୯ କିଲୋଗ୍ରାମ କମର୍ସି‌ଆଲ୍ ଏଲପିଜି ସିଲିଣ୍ଡର ପିଛା ୧୮ ଟଙ୍କା ବୃଦ୍ଧି କରାଯାଇଛି। ଏହାପୂର୍ବରୁ ନଭେମ୍ବର ପହିଲାରେ ମଧ୍ୟ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଥିଲା। ତେବେ ୧୪ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ଅପରିବର୍ତ୍ତିତ ରହିଛି।

Advertisment

ପରିବର୍ତ୍ତନ ପରେ, ନୂଆ ଦର କେତେ ?

ଯଦି ଆମେ ଡିସେମ୍ବର ପହିଲାରେ LPG ସିଲିଣ୍ଡର ମୂଲ୍ୟରେ କରାଯାଇଥିବା ପରିବର୍ତ୍ତନକୁ ଦେଖିବା, ତେବେ ଦିଲ୍ଲୀରୁ ମୁମ୍ବାଇ ଏବଂ କୋଲକାତା ଠାରୁ ଚେନ୍ନାଇ ପର୍ଯ୍ୟନ୍ତ ୧୦ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି। ଆଜି ଦେଶର ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୮୧୮.୫୯ ଟଙ୍କା ହୋଇଛି, ଯାହା ଏପର୍ଯ୍ୟନ୍ତ ୧୮୦୨ ଟଙ୍କାରେ ଉପଲବ୍ଧ ଥିଲା।

ଏହା ବ୍ୟତୀତ, ଯଦି ଆମେ ଅନ୍ୟ ମହାନଗର ବିଷୟରେ କଥା ହେବା, ତେବେ କୋଲକାତାରେ କମର୍ସି‌ଆଲ୍ ଏଲପିଜି ସିଲିଣ୍ଡର ଦର ୧୯୨୭ ଟଙ୍କା ହୋଇଛି ଯାହା ନଭେମ୍ୱରରେ ବୃଦ୍ଧି ପାଇ ୧୯୧୧.୫୦ ଟଙ୍କାରେ ବିକ୍ରି ହେଉଥିଲା ଏହା ସହିତ, ମୁମ୍ବାଇରେ ୧୯ କିଲୋଗ୍ରାମ LPG ସିଲିଣ୍ଡର ମୂଲ୍ୟ ୧୭୫୪.୫୦ ଟଙ୍କା ଥିବାବେଳେ, ବର୍ତ୍ତମାନ ୧୭୭୧ ଟଙ୍କାକୁ ବୃଦ୍ଧି ପାଇଛି । ଏହା ବ୍ୟତୀତ ଚେନ୍ନାଇରେ ଏହି ସିଲିଣ୍ଡର ୧୯୬୪.୫୦ଟଙ୍କାରେ ଉପଲବ୍ଧ ଥିଲା, ଯାହା ବର୍ତ୍ତମାନ ୧୯୮୦.୫୦ ଟଙ୍କା ହୋଇସାରିଛି।

Advertisment

ନଭେମ୍ବରରେ ମଧ୍ୟ ସିଲିଣ୍ଡର ମୂଲ୍ୟ ବୃଦ୍ଧି ପାଇଥିଲା

ଏହାପୂର୍ବରୁ, ଗତ ମାସର ପ୍ରଥମ ତାରିଖ ଅର୍ଥାତ୍ ନଭେମ୍ବର ୧ରେ, ୧୯ କିଲୋଗ୍ରାମ କମର୍ସି‌ଆଲ୍ ଏଲପିଜି ସିଲିଣ୍ଡର ମୂଲ୍ୟ ମଧ୍ୟ ବୃଦ୍ଧି କରାଯାଇଥିଲା । ସେତେବେଳେ ଦିଲ୍ଲୀରେ ସିଲିଣ୍ଡରର ମୂଲ୍ୟ ୧୭୪୦ ରୁ ୧୮୦୨ ଟଙ୍କାକୁ ବୃଦ୍ଧି କରାଯାଇଥିଲା, କୋଲକାତାରେ ସିଲିଣ୍ଡର ଦର ୧୮୫୦.୫୦ ରୁ ୧୯୧୧.୫୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା ଏବଂ ମୁମ୍ବାଇରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୬୯୨.୫୦ ଟଙ୍କା ବଦଳରେ ୧୭୫୪ ଟଙ୍କାକୁ ବୃଦ୍ଧି କରାଯାଇଥିଲା। । ଏହା ବ୍ୟତୀତ ଚେନ୍ନାଇରେ ଏହି ସିଲିଣ୍ଡରର ମୂଲ୍ୟ ୧୯୦୩ ରୁ ୧୯୬୪ ଟଙ୍କାକୁ ବୃଦ୍ଧି କରାଯାଇଥିଲା।

ଏହା ସହ ପଢ଼ନ୍ତୁ:Indian Railway: ବିଶ୍ୱରେ ପ୍ରଥମ ! ଭାରତରେ ହାଇଟ୍ରୋଜେନ୍‌ ଇନ୍ଧନରେ ଚାଲିବ ଟ୍ରେନ୍‌...

Advertisment

ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟ ଅପରିବର୍ତ୍ତିତ

ଦୀର୍ଘ ଦିନ ଧରି ୧୯ କିଲୋଗ୍ରାମ କମର୍ସି‌ଆଲ୍ ଏଲପିଜି ସିଲିଣ୍ଡର ମୂଲ୍ୟରେ ବୃଦ୍ଧି ଘଟିଛି, କିନ୍ତୁ ୧୪ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ଡିସେମ୍ବର ପହିଲାରେ ମଧ୍ୟ ସ୍ଥିର ରଖାଯାଇଛି । ଶେଷଥର ପାଇଁ ଅଗଷ୍ଟ ମାସରେ ଏହି ଦର ବୃଦ୍ଧି କରାଯାଇଥିସା। ଏହାର ମୂଲ୍ୟ ଦିଲ୍ଲୀରେ ୮୦୩ ଟଙ୍କା, କୋଲକାତାରେ ୮୨୯ ଟଙ୍କା, ମୁମ୍ବାଇରେ ୮୦୨.୫୦ ଟଙ୍କା ଏବଂ ଚେନ୍ନାଇରେ ୮୧୮.୫୦ ଟଙ୍କା ରହିଛି।

ଅଧିକ ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଡିଗୋର ସ୍ପେଶାଲ୍ ଅଫର୍; ଟିକେଟ୍ ବୁକିଂ ବେଳେ ରିହାତି ସହ ମିଳିବ ଏହି ସୁବିଧା

LPG Cylinder LPG Price Hike LPG Commercial Cylinder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ