/odishatv-khabar/media/post_attachments/uploadimage/library/16_9/16_9_0/bengaluru_1752672665.jpg)
bengaluru
ଆଇଟି ସିଟି ବେଙ୍ଗାଲୁରୁକୁ ଆପଣ ଯାଉଛନ୍ତି କି ? ତେବେ ସାଥିରେ କ୍ୟାସ ନେଇକି ଯାଆନ୍ତୁ । ନହେଲେ ହଇରାଣରେ ପଡିବେ । ଏବେ ବେଙ୍ଗାଲୁରୁରେ ଅନେକ ଦୋକାନରେ ଲେଖାଯାଇଛି କେବଳ ନଗଦ, UPI ନୁହେ’ । GST ନୋଟିସ ପାଇବା ପରେ ବିକ୍ରେତାମାନେ ଗ୍ରାହକଙ୍କୁ କ୍ୟାସରେ ପୈଠ କରିବାକୁ କହୁଛନ୍ତି ।
ବେଙ୍ଗାଲୁରୁ ଦିନେ ଡିଜିଟାଲ ପେମେଣ୍ଟରେ ଅଗ୍ରଣୀ ଥିଲା, ଏବେ ଛୋଟ ବିକ୍ରେତାମାନେ GST ନୋଟିସ ପାଇବା ପରେ କ୍ୟାସରେ ଜିନିଷ ବିକୁଛନ୍ତି । ଛୋଟ ବିକ୍ରେତାମାନେ, ଯେଉଁମାନେ ଏକଦା UPI ପେମେଣ୍ଟକୁ ପସନ୍ଦ କରୁଥିଲେ, ଏବେ ଟ୍ୟାକ୍ସ ଅଥରିଟିଙ୍କ ଭୟରେ ଗ୍ରାହକଙ୍କୁ ନଗଦରେ ପୈଠ କରିବାକୁ କହୁଛନ୍ତି।
ଜଣେ ଦୋକାନୀ କହିଛନ୍ତି, “ମୁଁ ଦିନକୁ ପ୍ରାୟ ୩୦୦୦ ଟଙ୍କାର ବ୍ୟବସାୟ କରେ ଏବଂ ଏଥିରୁ ମୋର ଅଳ୍ପ ଲାଭ ହୁଏ। ମୁଁ ଏବେ ଆଉ UPI ଦ୍ୱାରା ପେମେଣ୍ଟ ଗ୍ରହଣ କରୁନି । ବେଙ୍ଗାଲୁରୁରେ ହଜାର ହଜାର ଅଣପଞ୍ଜିକୃତ ଛୋଟ ବ୍ୟବସାୟୀ ଯେପରିକି ରାସ୍ତାକଡ଼ ଖାଦ୍ୟ ଷ୍ଟଲ, ଠେଲାଗାଡ଼ି ଏବଂ ଦୋକାନ ଗୁଡିକ GST ନୋଟିସ ପାଇଛନ୍ତି।
ଫେଡେରେସନ ଅଫ ବେଙ୍ଗାଲୁରୁ ଷ୍ଟ୍ରିଟ ଭେଣ୍ଡର୍ସ ଆସୋସିଏସନର ଯୁଗ୍ମ ସଚିବ ଓକିଲ ବିନୟ କେ. ଶ୍ରୀନିବାସ କହିଛନ୍ତି ଅନେକ ବିକ୍ରେତା GST ଅଧିକାରୀଙ୍କ ନିର୍ଯାତନା ଏବଂ ସିଭିକ ଅଥରିଟି ଦ୍ୱାରା ସମ୍ଭାବ୍ୟ ଉଚ୍ଛେଦର ଭୟ କରୁଛନ୍ତି । ଯାହା ସେମାନଙ୍କୁ ନଗଦ ପେମେଣ୍ଟକୁ ଫେରିବାକୁ ବାଧ୍ୟ କରିଛି ।
ବର୍ତ୍ତମାନର GST ଫ୍ରେମୱାର୍କ ଅନୁଯାୟୀ, ସାମଗ୍ରୀ ଯୋଗାଣ କରୁଥିବା ବ୍ୟବସାୟୀଙ୍କ ବାର୍ଷିକ ଟର୍ନଓଭର ଯଦି ୪୦ ଲକ୍ଷ ଟଙ୍କା ଅତିକ୍ରମ କରେ ତେବେ GST ରେଜିଷ୍ଟ୍ରେସନ ଏବଂ ଟ୍ୟାକ୍ସ ଦେବାକୁ ପଡ଼ିବ । ସେବା ଯୋଗାଣକାରୀଙ୍କ ପାଇଁ ଏହି ସୀମା ୨୦ ଲକ୍ଷ ଟଙ୍କା।
କମର୍ସିଆଲ ଟ୍ୟାକ୍ସେସ ବିଭାଗ କହିଛି ଯେ ୨୦୨୧-୨୨ ଠାରୁ UPI ଟ୍ରାଞ୍ଜାକ୍ସନ ଡାଟା ଅନୁଯାୟୀ ଯେଉଁ ବ୍ୟବସାୟୀଙ୍କ ଟର୍ନଓଭର GST ରେଜିଷ୍ଟ୍ରେସନ ଆବଶ୍ୟକ କରୁଛି, ସେମାନଙ୍କୁ ନୋଟିସ ଜାରି କରାଯାଇଛି।
କର୍ଣ୍ଣାଟକର ପୂର୍ବତନ ଅତିରିକ୍ତ କମିଶନର ଅଫ କମର୍ସିଆଲ ଟ୍ୟାକ୍ସେସ ଏଚ.ଡି. ଅରୁଣ କୁମାର କହିଛନ୍ତି ଯେ GST ଅଧିକାରୀମାନେ ୟୁପିଆଇ ଟ୍ରାଞ୍ଜାକ୍ସନକୁ ଦେଖି ଏହାକୁ ଟର୍ନଓଭର ଭାବେ ଉଲ୍ଲେଖ କରି ଟ୍ୟାକ୍ସ ଦାବି କରିପାରିବେ ନାହିଁ।
ବିରୋଧୀ ବିଜେପି ବିଧାୟକ ଏସ. ସୁରେଶ କୁମାର କହିଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀଙ୍କୁ ଏ ବିଷୟରେ ଚିଠି ଲେଖି ହସ୍ତକ୍ଷେପ କରିବାକୁ ଅନୁରୋଧ କରିବେ। ଜଣେ ପୂର୍ବତନ GST ଫିଲ୍ଡ ଅଧିକାରୀ କହିଛନ୍ତି ଯେ ସମସ୍ତ UPI କ୍ରେଡିଟ ବ୍ୟବସାୟ ଆୟକୁ ସୂଚାଏ ନାହିଁ । ଏଥିରୁ କିଛି ଋଣ କିମ୍ବା ପରିବାର ଓ ବନ୍ଧୁଙ୍କ ଠାରୁ ଟଙ୍କା ଟ୍ରାନ୍ସଫର ହୋଇପାରେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)