/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752666256.jpg)
Apache Attack Helicopters
ବଢ଼ିବ ସେନାର ବଳ। ଆସନ୍ତା ସପ୍ତାହ ସୁଦ୍ଧା ଭାରତକୁ ମିଳିବ ୩ ଲଢ଼ୁଆ ଆପାଚି ହେଲିକପ୍ଟର । ଏହି ଲଢ଼ୁଆ ହେଲିକପ୍ଟରକୁ ପାକିସ୍ତାନ ସୀମାରେ ମୁତୟନ କରାଯିବ ବୋଲି ସୂଚନା ମିଳିଛି । ଆସନ୍ତା ୨୧ରେ ଏହି ଲଢ଼ୁଆ ହେଲିକପ୍ଟର ଭାରତରେ ପହଞ୍ଚିବ ବୋଲି ସୂଚନା ମିଳିଛି ।
ନୂଆଦିଲ୍ଲୀ ସ୍ଥିତ ହିଣ୍ଡନ ଏୟାରଫୋର୍ସ ଷ୍ଟେସନରେ ପହଞ୍ଚିବା ପରେ ଏହାକୁ ପାକ୍ ସୀମାରେ ମୁତୟନ କରାଯିବ । ଆପାଚି ହେଲିକପ୍ଟରକୁ ଆକାଶ ମାର୍ଗରେ ଟ୍ୟାଙ୍କ ବୋଲି କୁହାଯାଏ। ଏବେ ଭାରତୀୟ ସେନାରେ ଆପାଚି ହେଲିକପ୍ଟରର ୨ଟି ସ୍କ୍ବାର୍ଡନ ରହିଛି । ୨୦୨୦ରେ ଆମେରିକାଠାରୁ ଭାରତ ୨୨ଟି ଆପାଚି ହେଲିକପ୍ଟର କିଣିଥିଲା । ତେବେ ଆଉ ୬ଟି ଆପାଚି ହେଲିକପ୍ଟଟର କିଣିବାକୁ ଆମେରିକା ସହ ଡିଲ କରିଥିଲା ଭାରତ । ସେହି ୬ ହେଲିକପ୍ଟର ମଧ୍ୟରୁ ଆସନ୍ତା ୨୧ରେ ୩ଟି ଆପାଚି ଆଟାକ୍ ହେଲିକପ୍ଟର ପହଞ୍ଚିବ ବୋଲି ସୂଚନା ମିଳିଛି । ଯେକୌଣସି ପାଣିପାଗରେ ଆପାଚି ହେଲିକପ୍ଟର ଶତ୍ରୁ ଉପରେ ଆକ୍ରମଣ କରିପାରିବ । ଏଥିରେ ନାଇଟ୍ ଭିଜନ ନାଭିଗେସନ ସିଷ୍ଟମ ରହିଛି । ଏଥିରେ ଅତ୍ୟାଧୁନିକ କମ୍ୟୁନିକେସନ, ନାଭିଗେସନ, ସେନସର ଓ ଅସ୍ତ୍ରଶସ୍ତ୍ର ଲାଗି ପାରିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)