/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752661153.jpg)
Woman Threatens Self-Immolation
ପୁଣି ଜଣେ ମହିଳାଙ୍କ ଆତ୍ମାହୁତି ଧମକ । କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଆଗରେ ପେଟ୍ରୋଲ ଢାଳି ଆତ୍ମାହୁତି ଧମକ ଦେଲେ ଦ୍ବାରବତପୁର ଗାଁର ମମତା ବେହେରା। ସ୍ବାମୀଙ୍କ ହତ୍ୟାକାରୀକୁ ଧରିବାରେ ପୋଲିସର ନିଷ୍କ୍ରିୟତା ଅଭିଯୋଗରେ ଧମକ ଦେଲେ ସ୍ତ୍ରୀ।
ଅଭିଯୋଗ ଅନୁସାରେ, ଗତ ସପ୍ତାହରେ ମମତାଙ୍କ ସ୍ବାମୀ କାହ୍ନା ରାଉତକୁ ହତ୍ୟା କରିଥିଲେ ଦୁର୍ବୃତ୍ତ। ହେଲେ ଏଯାଏଁ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇନି। ଅଭିଯୁକ୍ତଙ୍କୁ ଧରିବା ବଦଳରେ ଟଙ୍କା ନେଇ ମାମଲା ରଫାଦଫା କରିବାକୁ ପୋଲିସ୍ ଚାପ ପକାଉଥିବା ଅଭିଯୋଗ । ଏନେଇ ଏସପି ଓ ଜିଲ୍ଲାପାଳଙ୍କୁ ଗୁହାରୀ କରିବା ପରେ ବି ନ୍ୟାୟ ମିଳୁନି । ଏଣୁ ଆଗକୁ ନ୍ୟାୟ ନମିଲିଲେ ପେଟ୍ରୋଲ୍ ଢାଳି ଆତ୍ମାହୁତି ଦେବାକୁ ମହିଳା ଜଣଙ୍କ ଧମକ ଦେଇଛନ୍ତି। ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି ।
ଏପଟେ ବାଲେଶ୍ବର ଘଟଣାକୁ ନେଇ ପୀଡ଼ତାଙ୍କ ସାଙ୍ଗ କହିଛନ୍ତି ବଡ଼ କଥା । ବଞ୍ଚିଥିଲାବେଳେ ଟାହିଟାପରା କଲେ ଆଉ ମଲା ପରେ ନ୍ୟାୟ ପାଇଁ ଚିଲୋଉଛନ୍ତି। ଆଜି ଆମ ସାଙ୍ଗ ଜଳିନି, ଆମେ ସମସ୍ତେ ଜଳୁଛୁ, ଉଚିତ୍ ତଦନ୍ତ ନହେବା ଯାଏଁ ଆମେ ଜଳୁଥିବୁ ବୋଲି ଅନେକ କଥା କହି ଗୁମର ଖୋଲିଛନ୍ତି ମୃତା ଏଫଏମ୍ ପୀଡିତାଙ୍କ ସାଙ୍ଗ କଶିସ୍ ଦାଶ। କଶିସ୍ କହିଛନ୍ତି- ଆମେ ଏବିଭିପି ସଂଗଠନରେ ଥିବାରୁ ସାଙ୍ଗକୁ ନେଇ ରାଜନୈତିକ ଷଡ଼ଯନ୍ତ୍ର ହୋଇଛି। କେବଳ ଟାହିଟପରା ନୁହେଁ, ସାଙ୍ଗ ସପକ୍ଷରେ ମାତ୍ର ଆମେ ୧୦ ଜଣ ଥିବାବେଳେ ବିପକ୍ଷରେ ୨ଶହରୁ ୩ଶହ ପିଲା ଥିଲେ। ସେମାନଙ୍କ ଛି ଛିକୁ ସହି ନପାରି ସାଙ୍ଗ ହାରିଗଲା, ଯେଉଁଦିନ ପେଟ୍ରୋଲ କେଉଁଠୁ ଆସିଥିଲା ଜଣାପଡ଼ିବ ସେଦିନ ଅଧା ତଦନ୍ତ ସରିଯିବ ବୋଲି କହିଛନ୍ତି କଶିସ୍।
ଅପରପକ୍ଷେ ୮ଘଣ୍ଟିଆ ବାଲେଶ୍ବର ବନ୍ଦ । FM ଛାତ୍ରୀ ମୃତ୍ୟୁକୁ ନେଇ ବାଲେଶ୍ବରରେ ରାଜରାସ୍ତାକୁ ଓହ୍ଲାଇଛି ବିଜେଡି । ସକାଳ ୬ଟାରୁ ଧର୍ମଘଟ ଆରମ୍ଭ ହୋଇଥିବାବେଳେ ଦିନ ୨ଟାଏ ଯାଏଁ ଚାଲିବ ଆନ୍ଦୋଳନ । ରାସ୍ତାରେ ଟାୟାର ଜାଳି ପ୍ରତିବାଦ ଚଳାଇଛନ୍ତି ବିଜେଡି କର୍ମୀ । ହାତରେ ପୋଷ୍ଟର ଓ ପ୍ଲାକାର୍ଡ ଧରି ନାରାବାଜି କରୁଛନ୍ତି । ବନ୍ଦ ପ୍ରଭାବରେ ସହରରେ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଛି । ସରକାରୀ ଓ ବେସରକାରୀ ଅଫିସ୍ ମଧ୍ୟ ବନ୍ଦ ରଖାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)