Advertisment

Pranjali Awasthi : ଖେଳିବା ବୁଲିବା ବୟସରେ୧୦୦ କେ।ଟିର ମାଲିକ, ୭ବର୍ଷ ବୟସରୁ ଶିଖିଥିଲେ କେ।ଡିଂ

୭ବର୍ଷ ବୟସରେ ହିଁ କେ।ଡିଂ ଶିଖିବା ଆରମ୍ଭ କରିଦେଇଥିଲେ । ମାତ୍ର ୧୩ ବର୍ଷ ବୟସରେ ଫ୍ଲୋରିଡା ଇଣ୍ଟରନ୍ୟାସନାଲ ୟୁନିଭର୍ସିଟିରେ ଇଣ୍ଟର୍ଣ୍ଣସିପ୍ କରିଥିଲେ । ଏବେ ତାଙ୍କ କଂପାନୀରେ ୧୦ଜଣ ଲୋକ କାମ କରୁଛନ୍ତି ।

author-image
Manasranjan Mohanty
ଅଦ୍ୟତନ ହୋଇଛି
Pranjali awasthi

Pranjali awasthi

କୁହାଯାଏ ବୟସ କେବଳ ଗେ।ଟିଏ ସଂଖ୍ୟା । ସଫଳତା ଯେକୌଣସି ବୟସରେ ମିଳିପାରେ । ଯେଉଁ ବୟସରେ ପିଲାମାନେ ତାଙ୍କର କେଉଁ ବିଷୟରେ ରୁଚି ରହିଛି ଜାଣିବାକୁ ଚେଷ୍ଟା କରନ୍ତି ସେହି ବୟସରେ ୧୦୦ କୋଟିର କଂପାନୀ ଖୋଲିଛନ୍ତି ୧୬ ବର୍ଷିୟ ପ୍ରାଞ୍ଜଳି ଅଗସ୍ତି।

Advertisment

ପ୍ରାଞ୍ଜଳି ଆମେରିକାରେ ଏକ ଷ୍ଟାର୍ଟ ଅପ୍ କଂପାନୀ ଚଳାଉଛନ୍ତି । ଷ୍ଟାର୍ଟ ଅପ କଂପାନୀର ଭାଲ୍ୟୁ ଏବେ ୧୦୦ କେ।ଟି ପାର କରିଗଲାଣି । ୨୦୨୨ରେ ଏହି ଷ୍ଟାର୍ଟ ଅପ୍ କଂପାନୀ ଆରମ୍ଭ ହେ।ଇଥିଲା । ନିଜ ବାପାଙ୍କ ପ୍ରେରଣାରେ ସେ ଏହି ଷ୍ଟାର୍ଟ ଅପ୍ କଂପାନୀ ଖେ।ଲିଛନ୍ତି।

ଅଧିକ ପଢ଼ନ୍ତୁ: ଗେ।ଟିଏ ଭୁଲ ଯେ।ଗୁ ସବୁ ହରାଇଲେ, ବୁଡ଼ିଗଲା ୧୫ ହଜାର କୋଟିର ସାମ୍ରାଜ୍ୟ

Advertisment

ପ୍ରାଞ୍ଜଳିଙ୍କ ବାପା ଜଣେ ଇଂଜିନିୟର । ଏଥିପାଇଁ ଆଡଭାନ୍ସଡ କଂପୁଟର ସାଇନ୍ସ ଏଜୁକେସନ ପ୍ରତି ତାଙ୍କର ଆଗ୍ରହ ବଢିଥିଲା । ୭ବର୍ଷ ବୟସରେ ହିଁ ସେ କେ।ଡିଂ ଶିଖିବା ଆରମ୍ଭ କରିଦେଇଥିଲେ । ଯେତେବେଳେ ପ୍ରାଞ୍ଜଳିଙ୍କୁ ୧୧ବର୍ଷ ହୋଇଥିଲା ତାଙ୍କ ପିତା ଫ୍ଲୋରିଡା ଚାଲିଯାଇଥିଲେ । ଯେଉଁଠାରେ ପ୍ରାଞ୍ଜଳିଙ୍କୁ କଂପୁଟର ଶିଖିବାକୁ ସୁଯୋଗ ମିଳିଲା । ସେ କଂପୁଟର ସାଇନ୍ସର କ୍ଲାସ ବି କରିଥିଲେ ।

ମାତ୍ର ୧୩ ବର୍ଷ ବୟସରେ ପ୍ରାଞ୍ଜଳି ଫ୍ଲୋରିଡା ଇଣ୍ଟରନ୍ୟାସନାଲ ୟୁନିଭର୍ସିଟିରେ ଇଣ୍ଟର୍ଣ୍ଣସିପ୍ କରିଥିଲେ । ସେଠାରେ ସେ ମେସିନ ଲର୍ଣ୍ଣିଂର ଅନେକ ପ୍ରୋଜେକ୍ଟରେ କାମ କରିଛନ୍ତି । ପ୍ରାଞ୍ଜଳି ଅଗସ୍ତି ଏଆଇ ଉପରେ ଅନେକ ରିସର୍ଚ୍ଚ କରିଛନ୍ତି । ସେଠାରୁ ସେ ଜାଣିବାକୁ ପାଇଲେ ଏଆଇ ମାଧ୍ୟମରେ କିଭଳି ବିଭିନ୍ନ ସମସ୍ୟାର ସମାଧାନ ହୋଇପାରିବ ।

କୁହାଯାଉଛି ଭାରତୀୟ ଝିଅ ନିଜର ଏଆଇ ଷ୍ଟାର୍ଟ ଅପ୍ ଯେ।ଗୁଁ ଟେକ୍ନେ।ଲେ।ଜି ଦୁନିଆରେ ଚହଳ ପକାଇଦେଇଛନ୍ତି । ଏଆଇ ପାଇଁ ଏବେ ଦୁନିଆରେ ଭୟର ବାତାବରଣ ରହିଛି କିନ୍ତୁ ଏହାକୁ ନିଜ ପାଇଁ ଏକ ଅବସରରେ ପରିଣତ କରିଛନ୍ତି ପ୍ରାଞ୍ଜଳି। ତାଙ୍କ ଷ୍ଟାର୍ଟ ଅପ କଂପାନୀର ମୂଳ ଲକ୍ଷ୍ୟ ହେଉଛି ଇଣ୍ଟରନେଟରେ ଯଦି ଆପଣ କିଛି ସର୍ଚ୍ଚ କରୁଛନ୍ତି ତାହା କିଭଳି ଆପଣଙ୍କ ପାଖରେ ଶୀଘ୍ର ପହଞ୍ଚିବ । ଏହି ବିଜନେସ ମଡେଲକୁ ୪.୫ ଲକ୍ଷ ଡଲାରର ଫଣ୍ଡିଂ ବି ମିଳିସାରିଛି ।

ପ୍ରାଞ୍ଜଳିଙ୍କ କଂପାନୀରେ ୧୦ଜଣ ଲୋକ କାମ କରୁଛନ୍ତି । ପ୍ରାଞ୍ଜଳି ଏବେ ନିଜ ଟିମର ନେତୃତ୍ବ ନେବା ସହ କୋଡିଂ, ଅପରେସନ, କଷ୍ଟମର ସର୍ଭିସ ଭଳି ଅନେକ ବିଭାଗର କାମ ସମ୍ଭାଳିଛନ୍ତି ।

ଅଧିକ ପଢ଼ନ୍ତୁ: କେତେ ଟଙ୍କାର ବ୍ୟାଙ୍କ ଲୋନ ଶୁଝିଛନ୍ତି ବିଜୟ ମାଲ୍ୟା, ଜାଣନ୍ତୁ କଣ ରହିଛି ବାସ୍ତବ ସତ୍ୟ

USA Artificial Intelligence Startups
Advertisment
Related Articles
Advertisment