ସାପ ସହ ରିଲ ପଡ଼ିଲା ମହଙ୍ଗା । ସାପ କାମୁଡିବ।ରୁ ଗୁରୁତର ଭାବେ ହସପିଟାଲରେ ଭର୍ତ୍ତି ହେ।ଇଛନ୍ତି । ଏଭଳି କିଛି ଘଟଣା ଘଟିଛି ଉତ୍ତରପ୍ରଦେଶରେ । ସାପ ଏକ ବିଷଧର ପ୍ରାଣୀ । ଯାହାକୁ ଦେଖିଲେ ଡର ବା ଛାନିଆ ଲାଗେ । କିନ୍ତୁ ତାସହ ରିଲ କରିବା କଥା ସ୍ବପ୍ନରେ ସୁଦ୍ଧା କେହି ଭାବିବେ ନାହିଁ । କିନ୍ତୁ ନିଶାରେ ଯଦି କେହି ବ୍ୟକ୍ତି ଏଭଳି କାଣ୍ଡ ଘଟାଇବ ତେବେ ତେବେ ତାହା ମୁର୍ଖ।ମୀ ହେବ ।
ଜଣେ ୫୦ ବର୍ଷିୟ ବ୍ୟକ୍ତି ରିଲ କରିବା ପାଇଁ ଗେ।ଟିଏ ସାପକୁ କିସ୍ କରିବାକୁ ଚେଷ୍ଟା କରଥିବା ସମୟରେ ସାପଟି ଚେ।ଟ ମାରିଦେଇଥିଲା । ଏଭଳି ଅଭାବନୀୟ ଘଟଣା ଘଟିଛି ୟୁପିର ଅମରେ।ହା ଜିଲ୍ଲାରେ ।
ଅଧିକ ପଢ଼ନ୍ତୁ: ଚା’ ବିକୁଛନ୍ତି କିନ୍ତୁ ହାତରେ ପିନ୍ଧିଛନ୍ତି ହାତକଡ଼ି, ଆଶ୍ଚର୍ଯ୍ୟ କରିବ ପଛରେ ଥିବା କାହାଣୀ
Also Read
ଶୁକ୍ରବାର ଜିତେନ୍ଦ୍ର କୁମାର ଏକ ସାପକୁ ଉଦ୍ଧାର କରିଥିଲେ ଓ ପରେ ସାପ ସହ ଏକ ଭିଡିଓ କରିବାକୁ ଚେଷ୍ଟା କରିଥିଲେ । ଆଉ ଜୀବନକୁ ଲଗାଇଦେଇଥିଲେ ବାଜିରେ । ସାପକୁ କିସ୍ କରିବା ସମୟରେ ସାପଟି ତାଙ୍କର ଜିଭକୁ କାମୁଡିଦେଇଥିଲା । ଯାହାର ଭିଡିଓ ଏବେ ସେ।ସିଆଲ ମିଡିଆରେ ଭାଇରାଲ ହେଉଛି । ଏହାକୁ ନେଇ ଲେ।କମାନେ ପ୍ରତିକ୍ରିୟା ବି ଦେଉଛନ୍ତି । କଡ଼ା ସମାଲେ।ଚନା କରୁଛନ୍ତି ।
ଜିତେନ୍ଦ୍ର କୁମାର ଜଣେ ଚାଷୀ । ଗାଁ ଲେ।କ କହିଛନ୍ତି ଜିତେନ୍ଦ୍ର ସାପ ସହ ଭିଡିଓ କରିବା ସମୟରେ ନିଶାରେ ଥିଲେ । ଜିତେନ୍ଦ୍ର ସାପଟିକୁ ନିଜ ବେକରେ ଗୁଡାଇଥିଲେ । ସାପଟିକୁ ମୁହଁ ପାଖକୁ ଆଣି କିସ୍ କରିବାକୁ ଚେଷ୍ଟା କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଜିତେନ୍ଦ୍ର ଅନ୍ୟକୁ ଦେଖାଇବା ପାଇଁ ଏହି ଭିଡିଓଟି କରୁଥିଲେ । କିନ୍ତୁ ସାପଟି କାମୁଡିବାରୁ ତାଙ୍କର ଅବସ୍ଥା ଗୁରୁତର ହେ।ଇପଡିଲା ।
ଗୁରୁତର ଭାବେ ଜିତେନ୍ଦ୍ର ପ୍ରଥମେ ନିକଟସ୍ଥ ଏକ ହସପିଟାଲରେ ଭର୍ତ୍ତି ହେ।ଇଥିଲେ । ଏବେ ସେ ମେ।ରଦାବାଦର ଏକ ଘରେ।ଇ ହସପିଟାଲରେ ଆଇସିୟୁରେ ଚିକିତ୍ସିତ ହେଉଥିବା ସ୍ଥାନୀୟ ବାସିନ୍ଦା ସୂଚନା ଦେଇଛନ୍ତି ।