Advertisment

ଜିରୋ ଫାଟାଲିଟି ୱିକ୍ ପାଳନ ବେଳେ ବି ଥମୁନି ଦୁର୍ଘଟଣା . .

ବ୍ରହ୍ମପୁରରୁ ବୌଦ୍ଧ, ଭଦ୍ରକରୁ ଭୁବନେଶ୍ୱର, ସବୁଠି ଚାଲିଛି ଜୋରଦାର ଚେକିଂ । ଏମିତିକି ପେଟ୍ରୋଲ ପମ୍ପରେ ହେଲମେଟ୍ ନ ଥିଲେ ପେଟ୍ରୋଲ ନ ଦେବାକୁ ନିର୍ଦ୍ଦେଶ ଦେଇଛି ବାଲେଶ୍ୱର ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ

author-image
Prangyan Parimita
ଅଦ୍ୟତନ ହୋଇଛି
Road Accidents In Zero Fatality Week

Road-safety campaign

ସଡ଼କ ଦୁର୍ଘଟଣାରେ ଯିବନି ଗୋଟେ ବି ଜୀବନ । ସଚେତନ ହେବେ ଚାଳକ, ସୁରକ୍ଷିତ ହେବ ସଡ଼କ ଯାତ୍ରା ଅମାନିଆ ଓ ନିୟମ ଉଲ୍ଲଘଂନକାରୀ ଗାଡ଼ି ଚାଳକଙ୍କୁ କଷା ଯାଉଛି ମୋଟା ଜରିମାନା। ଏପ୍ରିଲ ପହିଲାରୁ ଆରମ୍ଭ ହୋଇଛି ‘ଜିରୋ ଫାଟାଲିଟି ୱିକ୍’। ସପ୍ତାହବ୍ୟାପୀ ଚାଲିବାକୁ ଥିବା ଏହି ସ୍ପେସାଲ୍ ଡ୍ରାଇଭରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ରୋକିବାକୁ ପୋଲିସ୍, ଶିକ୍ଷା, ସ୍ୱାସ୍ଥ୍ୟ, ପୂର୍ତ୍ତ, ନଗର ଉନ୍ନୟନ ବିଭାଗ ଓ NHAI ସହ ହାତ ମିଳାଇଛି ପରିବହନ ବିଭାଗ ।

Advertisment

ଅମାନିଆ ଗାଡ଼ି ଚାଳକଙ୍କୁ ଧରିବା ପାଇଁ ରାଜ୍ୟର ୧୯୫ଟି ସ୍ଥାନରେ ଚାଲିଛି ଚେକିଂ। ଆଜି ଏ ଡ୍ରାଇଭର ଦ୍ୱିତୀୟ ଦିନରେ ହେଲ୍ ମେଟ୍ ଓ ସିଟ୍ ବେଲ୍ଟ ପିନ୍ଧି ନଥିବା ଗାଡ଼ି ଚାଳକ, ଅତ୍ୟଧିକ ବେଗ ଓ ମଦ୍ୟପାନ କରି ଗାଡ଼ି ଚଲାଉଥିବା ଚାଳକ ଓ ନାବାଳକ ଗାଡ଼ି ଚାଳକଙ୍କଠାରୁ ଆଦାୟ କରାଯାଇଛି ମୋଟା ଜରିମାନା ।

ବ୍ରହ୍ମପୁରରୁ ବୌଦ୍ଧ, ଭଦ୍ରକ ରୁ ଭୁବନେଶ୍ୱର, ସବୁଠି ଚାଲିଛି ଜୋରଦାର ଚେକିଂ । ଏମିତିକି ପେଟ୍ରୋଲ ପମ୍ପରେ ହେଲମେଟ୍ ନ ଥିଲେ ପେଟ୍ରୋଲ ନ ଦେବାକୁ ନିର୍ଦ୍ଦେଶ ଦେଇଛି ବାଲେଶ୍ୱରସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ । ଏତେ ସବୁ ପଦକ୍ଷେପ ସତ୍ତ୍ୱେ ଆଜି ଭଦ୍ରକରୁ ଆସିଛି ସଡ଼କ ଦୁର୍ଘଟଣାର ଚିତ୍ର । ୧୬ ନମ୍ବର NHରେ ଛିଡ଼ା ହୋଇଥିବା ଏକ ଟ୍ରକ୍ କୁ ପଛପଟୁ ଧକ୍କା ଦେଇଥିଲା ବସ୍ । ଫଳରେ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି ।

Advertisment

୨୦୨୨ରେ ରାଜ୍ୟରେ ୧୧ ହଜାର ୬୬୩ଟି ସଡ଼କ ଦୁର୍ଘଟଣାରେ ୫ ହଜାର ୪୬୭ ଜଣଙ୍କର ଜୀବନ ଯାଇଥିଲା। ୨୦୨୧ର ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ତୁଳନାରେ ଏହା ପାଖାପାଖି ୭.୬ ପ୍ରତିଶତ ଅଧିକ । କିନ୍ତୁ ଦୁର୍ଘଟଣା ହେବାର ପ୍ରଥମ ଏକ ଘଣ୍ଟା ବା ଗୋଲ୍ଡେନ୍ ଆୱାର ଭିତରେ ଯଦି ଦୁର୍ଘଟଣାଗସ୍ତ ବ୍ୟକ୍ତିଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇ ପାରିଥାନ୍ତା, ଅନେକ ଜୀବନ ବଞ୍ଚିଯାଇ ପାରିଥାନ୍ତା । ତେଣୁ ଚଳିତ ବର୍ଷ ଏପ୍ରିଲ ୧ରୁ ୭ ତାରିଖ ଯାଏଁ‘ଜିରୋ ଫାଟାଲିଟି ୱିକ୍’ ପାଳନ କରୁଛି ପରିବହନ ବିଭାଗ।

ରାଜ୍ୟ ପରିବହନ କର୍ତ୍ତୃପକ୍ଷ କହିଛନ୍ତି ଏହି ସ୍ପେଶାଲ୍ ଡ୍ରାଇଭ୍ ଜରିଆରେ ଜିରୋ ଫାଟାଲିଟି ନେଇ ନିଆଯାଇଥିବା ପଦକ୍ଷେପ ସଫଳ ହେବ ବୋଲି ଆଶା କରାଯାଉଛି । ଏପଟେ ସଡ଼କ ସୁରକ୍ଷା କର୍ମୀଙ୍କ କହିବା କଥା, ଯେପର୍ଯ୍ୟନ୍ତ ରାଜ୍ୟର ତ୍ରୁଟିପୂର୍ଣ୍ଣ ସଡ଼କ ଡିଜାଇନ୍ ଓ ଇଞ୍ଜିନିୟରିଂରେ ସୁଧାର ନ ଆସିଛି, ଯେତେ କଡ଼ାକଡ଼ି ଚେକିଂ କଲେ ବି କିଛି ଲାଭ ହେବନି ।

Road Accidents
Advertisment
Advertisment