Advertisment

Series Accident: ରାଜଧାନୀରେ ଭୟଙ୍କର ଦୁର୍ଘଟଣା; ପଛକୁ ପଛ ୩ ଟ୍ରକ୍ ମଧ୍ୟରେ ଧକ୍କା...

ସୂଚନା ଅନୁଯାୟୀ, କଟକ ଆଡକୁ ଯାଉଥିବା ଏକ ଟ୍ରକ୍ ପ୍ରଥମେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯାଇଥିଲା । ଏହା ପଛରେ ଆସୁଥିବା ଅନ୍ୟ ଦୁଇଟି ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଧକ୍କା ଦେଇଥିଲା ।

author-image
Sujit kumar Swain
Series Accident

Series Accident

ପଛକୁ ପଛ ପିଟିହେଲା ୩ ଟ୍ରକ୍ । ଗତକାଲି ରାତିରେ ଏଭଳି ଦୁର୍ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ବର ପଳାଶୁଣି ଛକରେ । ଦୁର୍ଘଟଣାରେ ଜଣେ ଗୁରୁତର ଆହତଙ୍କୁ ପୋଲିସ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । 

Advertisment

ସୂଚନା ଅନୁଯାୟୀ, କଟକ ଆଡକୁ ଯାଉଥିବା ଏକ ଟ୍ରକ୍ ପ୍ରଥମେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯାଇଥିଲା । ଏହା ପଛରେ ଆସୁଥିବା ଅନ୍ୟ ଦୁଇଟି ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ କିଛି ସମୟ ପାଇଁ ପଳାଶୁଣି ଛକରେ ଗାଡିମୋଟର ଯାତାୟତରେ ବାଧା ଉପୁଜିଥିଲା । ପରେ ପୋଲିସ ଖବରପାଇ ଦୁର୍ଘଟଣାସ୍ଥଳରୁ ଗାଡି ଗୋଡିକ ହଟାଇବା ସହ ଏନେଇ ତଦନ୍ତ ଜାରି ରଖିଛି । 

ଅଧିକ ପଢ଼ନ୍ତୁ: ବଡ଼ ଅଘଟଣ; ପୋଲରେ ପିଟିହେଲା, ଜଳିଗଲା

ଅନ୍ୟପଟେ ଦୁଇ ବାଇକ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଜଣେ ମୃତ ଓ ତିନି ଗୁରୁତର । ଏଭଳି ଦୁର୍ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ଦୋବଲ ମୁଖ୍ୟ ରାସ୍ତାର ଜରାନିବାସ ନିକଟରେ । 

Advertisment

ଗତକାଲି ଧାମନଗର ବିଜ୍ଞାପିତ ଅଞ୍ଚଳରେ ବିଜୟା ଦଶମୀ ଅବସରରେ ନଗର ପରିକ୍ରମା ଦେଖି ଫେରୁଥିବା ବେଳେ ଦୁଇ ବାଇକ ଆରୋହୀଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ମୁହାଁଣପଡା ଗ୍ରାମର ଶୁଭପ୍ରକାଶ ସେଠୀଙ୍କ ମୃତ୍ୟୁ ହୋଇଛି । ୩ ଜଣ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଅଧିକ ପଢ଼ନ୍ତୁ: ପାରାଦୀପ ନେହରୁ ବଙ୍ଗଳା ମାଛଧରା ବନ୍ଦରରେ ଅଘଟଣ, ଜଳିଗଲା ୧୦ ମାଛଧରା ବୋଟ୍

Bhubaneswar Accident Series Accident
Advertisment
Advertisment