Advertisment

ଚାଲିଥିଲା ମୁଗ ଭଜା; ଫାଟିଲା ଗ୍ୟାସ୍‌ ଟାଙ୍କି, ଜିଅନ୍ତା ଜଳିଗଲେ ୩ଜଣ

ଆଜି ଭୋର୍‌ ପ୍ରାୟ ୩ଟା ୫୫ରେ ପିସିଆର୍‌କୁ ଏକ ଫୋନ୍‌ କଲ୍‌ ଆସିଥିଲା। ଶ୍ୟାମ କୃପା ଫୁଡ୍ସ ପ୍ରାଇଭେଟ୍ ଲିମିଟିଡ୍‌ରେ ନିଆଁ ଲାଗିଥିବା କେହି ଫୋନ୍‌ କରି ଜଣାଇଥିଲେ। ତୁରନ୍ତ ପୋଲିସ୍ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ।

author-image
Sonali Ojha
Massive Fire

Massive Fire

ଜଳିଗଲା ଖାଦ୍ୟ ପ୍ରକ୍ରିୟାକରଣ କାରଖାନା। ଏଥିରେ ୩ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୬ଜଣ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ଉତ୍ତର ଦିଲ୍ଲୀର ନରେଲା ଶିଳ୍ପାଞ୍ଚଳର ଖାଦ୍ୟ ପ୍ରକ୍ରିୟାକରଣ କାରଖାନାରେ ଅଗ୍ନିକାଣ୍ଡ ଘଟିଥିଲା। ଦେଖୁଦେଖୁ ନିଆଁ ଆଁରେ ସବୁକିଛି ଜଳିପୋଡି ପାଉଁଶ ହୋଇଗଲା। ଚାଲିଗଲା ୩ ନୀରିହ ଜୀବନ।

Advertisment

ଦିଲ୍ଲୀ ପୋଲିସର ସୂଚନା ଅନୁସାରେ, ଆଜି ଭୋର୍‌ ପ୍ରାୟ ୩ଟା ୫୫ରେ ପିସିଆର୍‌କୁ ଏକ ଫୋନ୍‌ କଲ୍‌ ଆସିଥିଲା। ଶ୍ୟାମ କୃପା ଫୁଡ୍ସ ପ୍ରାଇଭେଟ୍ ଲିମିଟିଡ୍‌ରେ ନିଆଁ ଲାଗିଥିବା କେହି ଫୋନ୍‌ କରି ଜଣାଇଥିଲେ। ତୁରନ୍ତ ପୋଲିସ୍ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି ସମୟରେ ନିଆଁ ଭିତରେ ୯ଜଣ ଲୋକ ଫସିରହିଥିଲେ। ସେମାନଙ୍କୁ ଉଦ୍ଧାର କରି ତୁରନ୍ତ ନରେଲା SHRC ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତିନିଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

Advertisment

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଗ୍ୟାସ ବର୍ନର୍ ଉପରେ କଞ୍ଚା ମୁଗ ଭଜା ହୋଉଥିବାବେଳେ ଗ୍ୟାସ୍‌ ପାଇପଲାଇନ ଲିକ୍ ହୋଇଥିଲା। ଏହାଦ୍ୱାରା ନିଆଁ ବ୍ୟାପିଗଲା ଯାହା ଦ୍ୱାରା କମ୍ପ୍ରେସର ଅତ୍ୟଧିକ ଗରମ ହୋଇଗଲା ଏବଂ ବିସ୍ଫୋରଣ ହେଲା । ଏହାପରେ ନିଆଁ ଚାରିଆଡେ ବ୍ୟାପିଯାଇଥିଲା। ମୃତକମାନେ ହେଲେ ୨୪ବର୍ଷୀୟ ଶ୍ୟାମ, ୩୦ ବର୍ଷୀୟ ରାମ ସିଂ ଓ ୪୨ବର୍ଷୀୟ ବେରପା। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Fire Breaks Out
Advertisment
Advertisment