Advertisment

Accident: କଲେଜ କାନ୍ଥରେ ପିଟିହେଲା ଗାଡ଼ି, ବର ସମେତ ଚାଲିଗଲା ୮ ଜଣଙ୍କ ଜୀବନ

ଭାରସାମ୍ୟ ହରାଇ କଲେଜ କାନ୍ଥରେ ପିଟିହେଲା ଗାଡ଼ି । ବର ସମେତ ଚାଲିଗଲା ୮ ଜଣଙ୍କ ଜୀବନ । ମୃତକଙ୍କ ମଧ୍ୟରେ ୩ ଶିଶୁ ରହିଥିବା ସୂଚନା ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Accident

Accident

ଦୁର୍ଘଟଣାଗ୍ରସ୍ତ ହେଲା ବରଗାଡ଼ି । ବର ସମେତ ଚାଲିଗଲା ୮ ଜଣଙ୍କ ଜୀବନ । ଭାରସାମ୍ୟ ହରାଇ ୮ ଜଣଙ୍କୁ ନେଇ ଯାଉଥିବା ଏକ କାର୍‌ ନିକଟରେ ଥିବା ଏକ କଲେଜ କାନ୍ଥରେ ଧକ୍କା ହୋଇଛି । ଉତ୍ତରପ୍ରଦେଶରେ ସମ୍ଭଲ ଜିଲ୍ଲାରେ ଘଟିଛି ଏହି ଦୁର୍ଘଟଣା । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସେହି କାର୍‌ରେ ବର, ବରର ଭଉଣୀ ଏବଂ ୩ ଶିଶୁ ରହିଥିଲେ । ଏହାସହ ଆଉ ୩ ଜଣଙ୍କୁ ମିଶାଇ କାର୍‌ରେ ଥିବା ମୋଟ୍ ୮ ଜଣଙ୍କ ମୃତ୍ୟୁ ହୋଇଛି । 

Advertisment

ଜୁନାୱାଇ ଥାନାର ଅତିରିକ୍ତ ଏସ୍ପି ଅନୁକ୍ରୀତି ଶର୍ମାଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଛନ୍ତି । ନିମିଷକରେ ଉତ୍ସବର ମାହୋଲରେ ଶୋକର ଛାୟା ଖେଳିଯାଇଛି । ପରିବାର ଓ ସମ୍ପର୍କୀୟ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । 

ଅଧିକ ପଢନ୍ତୁ: ଓମିନି ଭ୍ୟାନକୁ ଧକ୍କା ଦେଲା ହାଇୱା; ୨ ମୃତ, ୪ ଗୁରୁତର

Uttar Pradesh Road Accident Accident Death
Advertisment
Related Articles
Advertisment