/odishatv-khabar/media/post_attachments/uploadimage/library/16_9/16_9_0/IMAGE_1674531810.jpg)
road accident in cuttack dolamundei chhak
କ୍ୟାମେରାରେ କଏଦ ହୋଇଛି ଦୁର୍ଘଟଣାର ଦୃଶ୍ୟ। କଟକ ଦୋଳମୁଣ୍ଡାଇରେ ଛକରେ ଗତକାଲି ହୋଇଥିବା ଏକ ଦୁର୍ଘଟଣାର ଦୃଶ୍ୟ ସାମ୍ନାକୁ ଆସିଛି। ଦୋଳମୁଣ୍ଡାଇ ଛକରେ ଏକ କାର୍ ରାସ୍ତାରେ ଯାଉଥିବା ବାଇକ୍ ଓ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ହଠାତ୍ ମାଡ଼ିଯାଇଥିଲା।
Advertisment
ସିସିଟିଭି ଭିଜୁଆଲରୁ ଦେଖିବାକୁ ମିଳୁଛି- କାରଟି ଦୋଳମୁଣ୍ଡାଇ ଟ୍ରାଫିକ୍ ଛକରେ କିଛି ସମୟ ଅଟକି ରହିଥିଲା। ଏହି ସମୟରେ ଲୋକେ ଯାଆସ କରୁଥିବା ବେଳେ କାରଟି ହଠାତ ଦ୍ରୁତ ଗତିରେ ଆଗକୁ ମାଡ଼ି ଆସିଥିଲା। ପ୍ରଥମେ ଏକ ବାଇକକୁ ଧକ୍କା ଦେବାରୁ ଦୁଇ ଜଣ ଯାତ୍ରୀ ଛିଟିକି ଯାଇ ଗୁରୁତର ହୋଇଥିଲେ।
ଅଧିକ ପଢ଼ନ୍ତୁ:ବ୍ରିଜ୍ ତଳକୁ ଖସିଲା ବସ୍ : ୨ମୃତ, ୩୦ ଆହତ
ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଆଉ କିଛି ଲୋକଙ୍କୁ ମଧ୍ୟ କାରଟି ଧକ୍କା ଦେଇଥିଲା। ଏଥିରେ ଦୁଇ ଜଣ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛନ୍ତି। ବ୍ରେକ୍ ଫେଲ କାରଣରୁ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)