/odishatv-khabar/media/post_attachments/uploadimage/library/16_9/16_9_0/accident_1674440014.jpg)
accident
ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା ବସ । ବସ୍ରେ ସବାର ଥିଲେ ୪୦ରୁ ଅଧିକ ଯାତ୍ରୀ । ଢେଙ୍କାନାଳ ସଦରଥାନା ଅନ୍ତର୍ଗତ ପଞ୍ଚୁବଟି ନିକଟରେ ବ୍ରିଜ୍ ଉପରୁ ତଳକୁ ବସ୍ଟି ଖସିପଡ଼ିଛି । ଏହି ଦୁର୍ଘଟଣାରେ ଦୁଇ ଜଣ ପ୍ରାଣ ହରାଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି ।ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ ଗତକାଲି ରାତିରେ ବସ୍ଟି ୫୫ନଂ ଜାତୀୟ ରାଜପଥ ସିମିନଈ ପଞ୍ଚୁବଟି ନିକଟରେ ଏକ ବ୍ରିଜ ଅତିକ୍ରମ କରୁଥିବା ବେଳେ ତଳକୁ ଖସି ପଡ଼ିଥିଲା । ବସ୍ଟି ଭାରସାମ୍ୟ ହରାଇ ବ୍ରିଜ ସାଇଟ ବାଡା ଭାଙ୍ଗି ଖସି ପଡ଼ିବାରୁ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଦୁଇ ମହିଳା । ମୃତକ ହେଲେ କେନ୍ଦ୍ରାପଡା ଇଛାପୁର ଗାଁର ରେଣୁବାଳା ଜେନା ଓ ବିଜୟଲକ୍ଷ୍ମୀ ସ୍ୱାଇଁ । ଅନ୍ୟପଟେ ସମସ୍ତ ଆହତଙ୍କୁ ପ୍ରଥମେ ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଢେଙ୍କାନାଳ : ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସିଛି ବସ୍ । ଚାଲିଗଲା ଦୁଇ ଜଣଙ୍କ ଜୀବନ
#OTV#Odisha#Accidentpic.twitter.com/IbKLArSn2L— ଓଟିଭି (@otvkhabar) January 23, 2023
ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ୧୫ ଜଣଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି । କେନ୍ଦ୍ରାପଡା ଜିଲ୍ଲା ଇଛାପୁର ଗାଁରୁ ୪୩ ଜଣ ସମ୍ବଲପୁର ଓ ବଲାଙ୍ଗୀର ବୁଲିବା ପାଇଁ ଯାଇଥିବା ବେଳେ ଏହି ଅଘଟଣା ଘଟିଛି । ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ୍ ଏବଂ ତଦନ୍ତ ଆରମ୍ଭ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)