Advertisment

Speed Boat Capsize Incident: ସ୍ପିଡ୍ ବୋଟ ଦୁର୍ଘଟଣାର ହେବ ତଦନ୍ତ, ଅଳ୍ପକେ ବର୍ତ୍ତିଥିଲେ ସୌରଭ ଗାଙ୍ଗୁଲିଙ୍କ ଭାଇ-ଭାଉଜ

ପୁରୀ ବେଳାଭୂମିରେ ସ୍ପିଡ୍ ବୋଟ୍ ଦୁର୍ଘଟଣାର ତଦନ୍ତ କରୁଛି ଜିଲ୍ଲା ପ୍ରଶାସନ । ଉପଜିଲ୍ଲାପାଳଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । ସେପଟେ ଆଡଭେନଞ୍ଚର୍ କମ୍ପାନୀର ଅଫିସକୁ ମଧ୍ୟ ପୁରୀ ପୌରସଂସ୍ଥା ପକ୍ଷରୁ ହଟାଇ ଦିଆଯାଇଛି । ଶନିବାର ଘଟିଥିବା ଦୁର୍ଘଟଣାବେଳେ ଅଳ୍ପକେ ବର୍ତ୍ତିଥିଲେ ସୌରଭ ଗାଙ୍ଗୁଲିଙ୍କ ଭାଇ-ଭାଉଜ ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Speed Boat Capsize

Speed Boat Capsize

ପୁରୀ ବେଳାଭୂମିରେ ୱାଟର ସ୍ପୋଟର୍ସ ଆକ୍ଟିଭିଟି ବେଳେ ସ୍ପିଡ ବୋଟ୍ ଓଲଟିବା ଘଟଣା । ଆରମ୍ଭ ହେଲା ତଦନ୍ତ ।  ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍‌ ସୌରଭ ଗାଙ୍ଗୁଲିଙ୍କ ଭାଇ-ଭାଉଜ ଏହି ଦୁର୍ଘଟଣାର ଶିକାର ହୋଇଥିଲେ । ତେବେ ସୌରଭଙ୍କ ବଡ଼ଭାଇ ସେହ୍ନାଶିଷ , ଭାଉଜ ଅର୍ପିତା ଗାଙ୍ଗୁଲି ଅଳ୍ପକେ ବର୍ତ୍ତିଯାଇଛନ୍ତି । ସେପଟେ ଏହି ଘଟଣାକୁ ଗୁରୁତର ସହ ନେଇଛି ପୁରୀ ପ୍ରଶାସନ । ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ପୁରୀ ଜିଲ୍ଲା ପ୍ରଶାସନ। ଲାଇଟ ହାଉସ ନିକଟରେ ଥିବା ସ୍କାଏ ଡ୍ରାଇଭ ଆଡଭେନଞ୍ଚର୍ କମ୍ପାନୀର ଅଫିସକୁ ମଧ୍ୟ ପୁରୀ ପୌରସଂସ୍ଥା ପକ୍ଷରୁ ହଟାଇ ଦିଆଯାଇଛି । ସେଠାରେ ଆଉ କୌଣସି କଣ୍ଟେନର ରଖାଇ ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।

Advertisment

ଶନିବାର ପୁରୀ ବେଳାଭୂମିରେ ଏକ ସ୍ପିଡ୍ ବୋଟରେ ପର୍ଯ୍ୟଟକମାନେ ୱାଟର ସ୍ପୋଟର୍ସ ଆକ୍ଟିଭିଟି କରୁଥିଲେ । ସେହି ସମୟରେ ହଠାତ୍ ବୋଟଟି ଓଲଟି ପଡିଥିଲା। ବୋଟରେ ଥିବା ସୌରଭ ଗାଙ୍ଗୁଲିଙ୍କ ପରିବାର ବୋଟ୍ ତଳେ କିଛି ସମୟ ପାଇଁ ଚାପି ହୋଇ ରହିଯାଇଥିଲେ। ତେବେ ତୁରନ୍ତ ସମୁଦ୍ର ଭିତରକୁ ଯାଇ ଘରୋଇ ଲାଇଫଗାର୍ଡ ଫସି ରହିଥିବା ଗାଙ୍ଗୁଲିଙ୍କ ଭାଇ-ଭାଉଜଙ୍କୁ ଉଦ୍ଧାର କରିଥିଲେ । ତେବେ ପୁରୀ ଉପଜିଲ୍ଲାପାଳଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଛି । କିପରି ଓ କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ତଦନ୍ତ ଚଳାଇଛି ପୁରୀ ପ୍ରଶାସନ ।

ଅଧିକ ପଢନ୍ତୁ : ପୁରୀରେ ୱାଟର ସ୍ପୋର୍ଟସ ଆକ୍ଟିଭିଟି ବେଳେ ଦୁର୍ଘଟଣା, ଅଳ୍ପକେ ରକ୍ଷା ପାଇଲେ ଗାଙ୍ଗୁଲିଙ୍କ ଭାଇ ଓ ଭାଉଜ

Advertisment
Sourav Ganguly Boat Capsizes Lifeguards At Puri Sea
Advertisment
Related Articles
Advertisment