Advertisment

Anti-terrorism Operation: ଲୁଚିଛନ୍ତି ଆତଙ୍କବାଦୀ: ଜମ୍ମୁ-କାଶ୍ମୀରରେ ଜୋରଦାର ସର୍ଚ୍ଚ ଅପରେସନ

ଆଜି ଜମ୍ମୁ-କାଶ୍ମୀରର କାଠୁଆ ଜିଲ୍ଲା ଓ ସାମ୍ବା ଜିଲ୍ଲାରେ ଜମ୍ମୁ-କାଶ୍ମୀର ପୋଲିସ ଓ ସେନା ଯବାନଙ୍କ ମିଳିତ ସର୍ଚ୍ଚ ଅପରେସନ ଚାଲିଛି ।

author-image
Chinmayee Sahoo
ଅଦ୍ୟତନ ହୋଇଛି
Terrorist

Terrorist

ଜମ୍ମୁ-କାଶ୍ମୀରର କାଠୁଆ ଜିଲ୍ଲାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ସୁରକ୍ଷାବାହିନୀ । ବାଣୀ ଅଞ୍ଚଳର ଲୋୱାଙ୍ଗ ଏବଂ ସାର୍ଥାଲରେ ଜମ୍ମୁ-କାଶ୍ମୀର ପୋଲିସ୍‌, ସେନା ଓ ସିଆରପିଏଫ ଯବାନଙ୍କ ମିଳିତ ଟିମ୍ ଏହି ଅପରେସନ କରୁଛନ୍ତି ।
Advertisment
ସେହିପରି ସାମ୍ବା ଜିଲ୍ଲାରେ ମଧ୍ୟ କିଛି ସନ୍ଦିଗ୍ଧ ଆତଙ୍କବାଦୀ ଲୁଚି ରହିଥିବା ବିଶେଷ ସୂତ୍ରରୁ ଖବର ମିଳିବା ପରେ ମନୋହର ଗୋପାଳ ଓ ଶଥଳା କ୍ୟାମ୍ପ ଅଞ୍ଚଳରେ ଜମ୍ମୁ-କାଶ୍ମୀର ପୋଲିସ୍ ପକ୍ଷରୁ ଆଜି ସକାଳୁ ସର୍ଚ୍ଚ ଅପରେସନ ଚାଲିଛି । ଅନ୍ୟପଟେ କିସ୍ତୱାର ଜିଲ୍ଲାର ଛାତ୍ରୁ ଅଞ୍ଚଳରେ ଚାଲୁଥିବା ସର୍ଚ୍ଚ ଅପରେସନ ଆଜି ଷଷ୍ଠ ଦିନରେ ପହଞ୍ଚିଛି।
Advertisment
ସୂଚନାଯୋଗ୍ୟ, ଗତ ମେ ୨୨ ତାରିଖରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ବେଳେ ଜଣେ ସେନା ଯବାନ ସହିଦ ହୋଇଥିଲେ ।
Anti-Terrorism Exercise Terrorists Jammu Kashmir
Advertisment
Advertisment