Advertisment

Babbar Khalsa Terrorist Dies: ଆତଙ୍କୀ କରୁଥିଲା ବୋମା ସଂଗ୍ରହ; ନିଜ ହାତରେ ହୋଇଗଲା ବିସ୍ଫୋରଣ

ପଞ୍ଜାବର ଅମୃତସରର କାମ୍ବୋ ଥାନା ଅନ୍ତର୍ଗତ ନୌସେରା ଗାଁରେ ବାବର ଖାଲସା ସଙ୍ଗଠନର ଜଣେ ଆତଙ୍କବାଦୀ ଏକ ପରିତ୍ୟକ୍ତ ଅଞ୍ଚଳରୁ ବୋମା ସଂଗ୍ରହ କରୁଥିବା ବେଳେ ତାହା ବିସ୍ଫୋରଣ ହେବାରୁ ତା’ର ମୃତ୍ୟୁ ଘଟିଛି।

author-image
Chinmayee Sahoo
ଅଦ୍ୟତନ ହୋଇଛି
Babbar Khalsa terrorist

Babbar Khalsa terrorist

ବୋମା ସଂଗ୍ରହ କରିବାକୁ ଆସି ବାବର ଖାଲସା ଆତଙ୍କୀର ଗଲା ଜୀବନ । ଏଭଳି ଏକ ଘଟଣା ଘଟିଛି ପଞ୍ଜାବର ଅମୃତସରରେ । ବାବର ଖାଲସା ଆତଙ୍କବାଦୀ ବୋମା ସଂଗ୍ରହ କରିବାକୁ ଆସି ହାତରେ ବୋମା ଧରିଥିବା ଅବସ୍ଥାରେ ହିଁ ତାହା ବିସ୍ଫୋରଣ ହୋଇଥିଲା । ଗୁରୁତର ଅବସ୍ଥାରେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ କିଛି ସମୟ ପରେ ତାର ମୃତ୍ୟୁ ଘଟିଛି ।

Advertisment

ପଞ୍ଜାବର ଅମୃତସରର କାମ୍ବୋ ଥାନା ଅନ୍ତର୍ଗତ ନୌସେରା ଗାଁରେ ଆତଙ୍କୀ ଜଣକ ବୋମା ରଖାଯାଇଥିବା ସ୍ଥାନରୁ ବୋମା ନେବା ପାଇଁ ଆସିଥିଲା । ହେଲେ ଅସାବଧାନତା ବଶତଃ ସେହି ବୋମା ତା ନିଜ ହାତରେ ବିସ୍ଫୋରଣ ହୋଇଥିଲା । ଯାହାଫଳରେ ତା ପାଖରେ ଥିବା ଅସ୍ତ୍ରଶସ୍ତ୍ର ସମ୍ପୁର୍ଣ୍ଣ ନଷ୍ଟ ହୋଇ ଯାଇଥିଲା । ଘଟଣା ଘଟିବାର କିଛି ସମୟ ପରେ ପୋଲିସ୍ ପହଞ୍ଚିବା ପରେ ସେହି ଅଞ୍ଚଳକୁ ଘେରାବନ୍ଦୀ କରି ତଦନ୍ତ ଆରମ୍ଭ କରିଛି ।

ପ୍ରଥମେ ପୋଲିସ୍ ତାକୁ ଜଣେ ଗ୍ୟାଙ୍ଗଷ୍ଟାର ସଦସ୍ୟ ବୋଲି ଭାବୁଥିଲା । ଯିଏ କିଛି ବର୍ଜ୍ୟବସ୍ତୁରୁ ପୁରୁଣା ବୋମା ଠାବ କରି ଥାଇ ପାରନ୍ତି, ଯାହା ପରେ ବିସ୍ଫୋରଣ ହୋଇଥିଲା ବୋଲି ପୋଲିସ ଅନୁମାନ କରୁଥିଲା ।

Advertisment

ଅଧିକ ପଢ଼ନ୍ତୁ: କେଶ ପ୍ରତିରୋପଣ ସର୍ଜରୀ କଲେ ଦାନ୍ତ ଡାକ୍ତର; ଚାଲିଗଲା ଦୁଇ ଇଞ୍ଜିନିୟରଙ୍କ ଜୀବନ

କିନ୍ତୁ ପରେ ଜଣେ ବରିଷ୍ଠ ପୋଲିସ୍ ଅଧିକାରୀ କହିଛନ୍ତି ଯେ, ସେ ବାବରା ଖାଲସା ଆତଙ୍କବାଦୀ ସଙ୍ଗଠନର ଜଣେ ସଦସ୍ୟ । ଏହା ଏକ ପରିତ୍ୟକ୍ତ ଅଞ୍ଚଳ ହୋଇଥିବାରୁ ଏଠାରେ କିଛି ଲୋକ ବିସ୍ଫୋରକ ସାମଗ୍ରୀ ରଖନ୍ତି ଏବଂ ପରେ ଏଠାରୁ ନେଇ ଅଘଟଣ ଘଟାଇ ଥାଆନ୍ତି । ତେଣୁ ସେ ମଧ୍ୟ ଏଠାକୁ ବିସ୍ଫୋରକ ସାମଗ୍ରୀ ନେବାକୁ ଆସିଥିଲା । ହେଲେ ଭୁଳବଶତଃ ତାହା ହାତରେ ଧରିବା ବେଳେ ବିସ୍ଫୋରଣ ହୋଇ ଯାଇଥିଲା । ତେବେ ଏହା ଏକ ଅଘଟଣ ନା କାହାର ଷଡଯନ୍ତ୍ର ଏ ନେଇ ପୋଲିସ୍ ତଦନ୍ତ କରିବା ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ମାର୍ଚ୍ଚ ମାସରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ବାବର ଖାଲସା ଆତଙ୍କୀ ଗୋଷ୍ଠୀ ସନ୍ଧାନରେ ପଞ୍ଜାବର ୧୫ଟି ସ୍ଥାନରେ ଚଢାଉ କରିଥିଲା ।

ଅଧିକ ପଢନ୍ତୁ: ବଡ଼ ପୁଅ ଉପରେ ଲାଲୁଙ୍କ ବଡ଼ ଆକ୍ସନ, RJD ସହ ପରିବାରରୁ ବିଦା ହେଲେ ତେଜପ୍ରତାପ

Punjab Babbar Khalsa Terrorists
Advertisment
Advertisment